ଓଭରଟେକ୍‌ କରିବା ବେଳେ ଓଲଟିଲା ‘ଅଭିରାଜ’ ବସ୍‌: ହେଲ୍‌ପର ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଲାସେ ଗଡାଣି ନିକଟରେ ମଙ୍ଗଳବାର ଅପରାହ୍ନ ୩ଟା ୩୫ ରେ ‘ଅଭିରାଜ’ ନାମକ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ହୃଷିକେଶ ବେହେରା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇବା ସହ ପରିସ୍ଥିତି ପ୍ରତି ନଜର ରଖିଛନ୍ତି।

ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ରାଉରକେଲାରୁ ବୀରମିତ୍ରପୁର ଯାଉଥିଲା। ଉକ୍ତ ସ୍ଥାନରେ ବାମ ପାର୍ଶ୍ୱରେ ଥିବା ଏକ ପିକ୍‌ଅପ୍‌ ଭ୍ୟାନକୁ ଓଭରଟେକ୍‌ କରିବା ସମୟରେ ବସ୍‌ଟି ଏନଏଚ୍‌-୧୪୩ର କଲଭର୍ଟ ଖାଲରେ ପଡିଯିବାରୁ ଓଲଟି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଦାଖଲବେଳେ ଗାଇଡ୍‌ଲାଇନ୍‌ ମାନିଲେନି ପ୍ରାର୍ଥୀ, ୭ ବାଇକ୍‌ ଜବତ

ଗଞ୍ଜାମ,୨୦ା୧(ଡି.ଏନ୍‌.ଏ.): ଆସନ୍ତା ଫେବୃୟାରୀ ୨୦ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ନାମାଙ୍କନପତ୍ର ଦାଖଲକୁ ଆଉ ମାତ୍ର ଗୋଟିଏ...

ତଳିଆ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି...

ମହଙ୍ଗା ପଡ଼ିଲା ଜାଲ୍‌ ଆଧାର କାର୍ଡରେ ମାଗଣା ଯାତ୍ରା: ବାନ୍ଧବୀଙ୍କ ସହ ବନ୍ଧାହେଲେ ବିମାନ କର୍ମଚାରୀ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ବାନ୍ଧବୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ପ୍ରମାଣ ଦେବାକୁ ପ୍ରସ୍ତୁତ କରିଥିଲେ ଜାଲ୍‌ ଆଧାରକାର୍ଡ। ଉକ୍ତ କାର୍ଡ ମାଧ୍ୟମରେ ଟିକେଟ କରି କମ୍ପାନୀର...

ସୁସ୍ଥ ଅଛନ୍ତି କରୋନା ଆକ୍ରାନ୍ତ ଡାକ୍ତର, ଗୁଜବରେ କରନ୍ତୁ ନାହିଁ ବିଶ୍ୱାସ

କଟକ ଅଫିସ,୨୮।୫- ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ବର୍ତ୍ତମାନ ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

ବିଲରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନଗୁଁଆ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦମକଳ କେନ୍ଦ୍ର ପଛପଟ ବିଲ ବୁଦା...

ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ ଦେବେ ଆସାମ ଭକ୍ତ

ପୁରୀ ଅଫିସ,୧୪।୩: ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା। କିଏ ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ମାଡ଼ି ବସିଛନ୍ତି ତ ଆଉ କେହି ବ୍ୟକ୍ତିଗତ ଫାଇଦା...

ଗାନ୍ଧୀ ମାର୍ଗରେ ରିହରସାଲ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍‌ ରିହରସାଲ ସୋମବାର କରାଯାଇଛି। କୋଭିଡ୍‌ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ...

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ସ୍ବାୀ ଓ ଶାଶୁ ଅଟକ

ପୋଲସରା/ହାତୀଓଟ,୧୯ା୮(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ରବିବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ରାଜେଶ୍ୱରୀ ପାତ୍ର । ଝିଅକୁ ତାଙ୍କ...

Advertisement
Archives

Model This Week