ଓଡ଼ିଶା ୪ର୍ଥ ଶ୍ରେଣୀ ପଞ୍ଚାୟତ କର୍ମଚାରୀ ସଂଘର ବୈଠକ

ଜୁନାଗଡ,୩୦।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସଭାଗୃହଠାରେ ରବିବାର ଓଡିଶା ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ବ୍ଲକ ସଭାପତି ହର ପ୍ରସାଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ସମସ୍ତ ପଞ୍ଚାୟତର ପିଅନ, ରାତ୍ରି ଜଗୁଆଳି, ଝାଡୁଦ୍ୱାରାମାନେ ଯୋଗଦେଇଥିଲେ। ବର୍ଷ ବର୍ଷ ଧରି ଏହି କର୍ମଚାରୀମାନେ ୩ ଶହରୁ ୧୫ ଶହ ଟଙ୍କା ମଧ୍ୟରେ ପାରଶ୍ରମିକ ପାଇ ପଞ୍ଚାୟତ କାର୍ଯ୍ୟାଳୟରେ ଶ୍ରମିକ ଭାବେ କାମ କରୁଛନ୍ତି। ପୂର୍ବାହ୍ନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖଟୁଥିଲେ ମଧ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାରମ୍ବାର ଦାବି କରିବା ସତ୍ତ୍ୱେ ରାଜ୍ୟ ସରକାର ୧୨୩/୧୯୬୪ ଓ ୧୨୫/୨୦୧୪ ଆଇନର ଆଳ ଦେଖାଇ ସେମାନଙ୍କୁ ଠକି ଚାଲିଛନ୍ତି। ରାଜ୍ୟ ସରକାର ଜିଆରଏସ୍‌, ଯୋଗାଣ ସହାୟକ, ଏସିଏମ୍‌, ଆାଶା ଓ ଅଙ୍ଗନୱାଡି କର୍ମୀଙ୍କ କିଛି ଦାବି ମାନିଥିଲେ ମଧ୍ୟ ଏହି କର୍ମଚାରୀଙ୍କ ଦାବିକୁ ଅଣଦେଖା କରୁଥିବା ପ୍ରକାଶ କରିଛନ୍ତି। ଏହାସହ ନିୟମିତ ଦରମା ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ବୈଠକରେ ଆଳୋଚନା ହୋଇଥିଲା । ଯଦି ଏହି ଦାବି ସରକାର ନ ମାନନ୍ତି ତେବେ ଆସନ୍ତା ଅକ୍ଟୋବରରେ ବିଧାନସଭା ଘେରାଉ କରିବୁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହି ବୈଠକରେ ଜିଲା କୋଷାଧ୍ୟକ୍ଷ ନବିନ ଥପ୍ପା, ଜିଲା ଆବାହାକ ଲଲିତ ପାରି, ବ୍ଲକ ସାଧାରଣ ସମ୍ପାଦକ ଦେବେନ୍ଦ୍ର ମାଝି, କୋଷାଧ୍ୟକ୍ଷ ଯଦୁମଣି ଗହୀର, ଆବାହକ ମନୋରଞ୍ଜନ ଛତ୍ରିଆ, ପୂର୍ବତନ ବ୍ଲକ ସଭାପତି ମଦନ ମୋହନ ପାଣ୍ଡେ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତା ମହିଳାଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝର/ଆନନ୍ଦପୁର/ହାଟଡିହୀ,୬।୬(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଗହଳଡାହି ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କୁ ୨ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ଶୁକ୍ରବାର...

ମାଓବାଦୀଙ୍କ ନାଁରେ ଯୁବତୀଙ୍କ ପରିବାରକୁ ହତ୍ୟା ଧମକ: ଯୁବକଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ଏକତରଫା ପ୍ରେମରୁ ଜଣେ କେଉଁଭଳି ଅଦ୍‌ଭୁତ କାଣ୍ଡ ଘଟାଇପାରେ, ତାହାର ଏକ ନମୁନା ହେଉଛନ୍ତି କୁମାର ପାଙ୍ଗୀ ନାମକ ଜଣେ ଯୁବକ। ଏକତରଫା ପ୍ରେମରୁ...

ଥାନାଠାରୁ ଫାଣ୍ଡିର ଦୂରତା ୩୦ କି.ମି.

କୁଆମରା,୩୧ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ କୁଆମରା ଫାଣ୍ଡି ପ୍ରଶାସନିକ ଅବହେଳାର ଶିକାର ହୋଇଛି। କର୍ମଚାରୀ ଅଭାବରୁ ଏହି ଫାଣ୍ଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି।...

ଜିଲାରେ ୧୩ ଲକ୍ଷ ୪୯୭ ହେକ୍ଟର ମାଣ୍ଡିଆ ଚାଷ

ବ୍ରହ୍ମପୁର ଅଫିସ,୨୬ା୧୧:ପୁଷ୍ଟିକର ଖାଦ୍ୟ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆ ବେଶ୍‌ ସହାୟକ। ଏଥିସହ ମାଣ୍ଡିଆ ପୁଷ୍ଟିହୀନତାକୁ ଦୂର କରିବାରେ ମଧ୍ୟ...

ଲୁଣା-କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ଅବହେଳିତ...

ଗଳ୍ପ ସାହିତ୍ୟରେ ନୂଆ ଧାରା ଆଣିଥିଲେ କହ୍ନେଇଲାଲ୍‌

ବାଲେଶ୍ୱର ଅଫିସ,୨୮।୬-ମଣିଷ ଜୀବନର ବାସ୍ତବ ଚିତ୍ରକୁ କାହାଣୀରେ ରୂପ ଦେଇ ବିଶିଷ୍ଟ କଥାକାର କହ୍ନେଇଲାଲ୍‌ ଦାସ ଓଡିଆ ଗଳ୍ପ ସାହିତ୍ୟରେ ଏକ ନୂଆ ଧାରା ସୃଷ୍ଟି...

କାର୍ଯ୍ୟ ଦକ୍ଷତାରେ ଆସିକା ଥାନା ରାଜ୍ୟରେ ପ୍ରଥମ

ଆସିକା,୨୮।୧୨(ଡି.ଏନ.ଏ): କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠତା ଓ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ସେବା ଯୋଗାଇ ଆସିକା ଥାନା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ା ରାଜ୍ୟ...

୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୯ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ବ୍ଲକର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁରଠାରେ ଜଣେ ଯୁବକଙ୍କୁ...

Advertisement
Archives

Model This Week