ଓଡ଼ିଶା ଭାରୋତ୍ତୋଳନ ଚାମ୍ପିୟନଶିପ

ବ୍ରହ୍ମପୁର ଅଫିସ,୩୦ା୧୨-ଗଞ୍ଜାମ ଜିଲା ଭାରୋତ୍ତଳନ ସଂଘ ପକ୍ଷରୁ ୬୭ତମ ବରିଷ୍ଠ ପୁରୁଷ ଓ ୩୫ତମ ବରିଷ୍ଠ ମହିଳା ଓଡିଶା ଭାରୋତ୍ତୋଳନ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି ା ଖାସ୍ପା ସାହିସ୍ଥିିତ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ା
ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ା ଓଡିଶା ଭାରୋତ୍ତୋଳନ ସଂଘର ସମ୍ପାଦକ ନାରାୟଣ ସାହୁ, ଉପସଭାପତି କୁମୁଦ ଚନ୍ଦ୍ର ସାହୁ, ବରିଷ୍ଠ କୋଚ ସୀତା ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଭାରୋତ୍ତୋଳନକାରୀ ଚନ୍ଦ୍ରଶେଖର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ା
ଏଥିରେ ଗଞ୍ଜାମ, କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, ରାୟଗଡା ଅଞ୍ଚଳର ପ୍ରାୟ ୨୫ ମହିଳା ଓ ୪୫ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ରେଫରି ଭାବେ ୨୫ ଅଫିସିଆଲ ଯୋଗଦେଇ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ୫୫ କି.ଗ୍ରା. ପୁରୁଷ ବର୍ଗରେ କୁମ୍ଭେଶ୍ୱର ମଲ୍ଳିକ ୧୯୬ କି.ଗ୍ରା ଭାରୋତ୍ତୋଳନ କରି ପ୍ରଥମ ହୋଇଥିବା ବେଳେ ୬୧ କି.ଗ୍ରା. ବର୍ଗରେ ଜଗଦିଶ ନାୟକ ୨୩୨ କି.ଗ୍ରା. ଭାରୋତ୍ତୋଳନ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ା ସେହିପରି ୪୫ କି.ଗ୍ରା. ମହିଳା ବର୍ଗରେ ସନ୍ଧ୍ୟାରାଣୀ ନାୟକ ମୋଟ ୧୧୮ ଭାରୋତ୍ତୋଳନ କରି ପ୍ରଥମ ହୋଇଛନ୍ତି। ୪୯ କି.ଗ୍ରା ବର୍ଗରେ ସୁଶୀଳା ମାଝି ୧୫୫ କେଜି, ୫୨ କି.ଗ୍ରା. ବର୍ଗରେ ବୀଣା ସୋରେନ ୧୩୮ କେଜି, ୫୫ କି.ଗ୍ରା. ବର୍ଗରେ ଅପରାଜିତା ଭୂୟାଁ ୧୩୭ କି.ଗ୍ରା. ଭାରଉତ୍ତୋଳନ କରିଛନ୍ତି। ୬୪ କି.ଗ୍ରା ବର୍ଗରେ ଦେବକୀ ଖିଲ ୧୪୯ କି.ଗ୍ରା., ୫୯ କି.ଗ୍ରା. ବର୍ଗରେ ସଙ୍ଗୀତା ପାଢୀ ୧୩୮ କି.ଗ୍ରା, ୮୧ କି.ଗ୍ରା. ବର୍ଗରେ ରଜେଶ୍ୱରୀ ବେହେରା ୧୮୨ କି.ଗ୍ରା. ଭାରୋତ୍ତୋଳନ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ା ସଂଘର କାର୍ଯ୍ୟକାରୀ ସମ୍ପାଦକ ନୀଳମଣି ସାହୁ, ଉପସଭାପତି ଲକ୍ଷ୍ମୀନାରାୟଣ ରାଉତ, ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ପାଢୀ, ଜାନକୀ ବଲ୍ଳବ ମିଶ୍ର, କୋଷାଧ୍ୟକ୍ଷ ଯଜ୍ଞନାରାୟଣ ନନ୍ଦ, ଗାଗାରିନ ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

ପିଆଜ, ରସୁଣ ପାଇଁ ଭାଙ୍ଗିଲା ୨୨ ବର୍ଷର ସ୍ତ୍ରୀ-ସ୍ବାମୀ ସମ୍ପର୍କ: ପୂରା ଘଟଣା ଜାଣିଲେ…

ଅହମଦାବାଦ,୧୧ା୧୨:ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏହାର କାରଣ ଅନେକଙ୍କୁ ବିସ୍ମିତ କରିଛି। ମହିଳା ଜଣକ...

କେତେ ହ୍ରାସ ପାଇବ ବିରାଟ-ରୋହିତଙ୍କ ଦରମା, ଆସିଲା ବଡ଼ ଅପଡେଟ୍‌, BCCIର ବୈଠକରେ…

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ୩୧ତମ ବାର୍ଷିକ ସାଧାରଣ ବୈଠକ (AGM) ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ସବୁଠାରୁ...

ପାଇପ୍‌ ଫାଟି ରାସ୍ତାରେ ବନ୍ୟା: ଚିନ୍ତାରେ ପଡ଼ାବାସୀ

ଲୋଇସିଂହା,୧୧।୧୨(ସୁଶାନ୍ତ ବାରିକ): ଲୋଇସିଂହାଶକ୍ତି ନଗର ପଡାରେ ପାଇପ ଫାଟି ରାସ୍ତା ଉପରେ ବହୁଛି ପାଣି। ଏ ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri