ଓଡ଼ିଶା ବିଧାନସଭାର ହେବ ନବକଳେବର

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଓଡ଼ିଶା ବିଧାନସଭା ହେବ ଦେଶର ମଡେଲ ବିଧାନ ସଭା। ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ବିଲ୍ଡିଂ କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗର ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହି କମିଟି ଦେଶର ବିଭିନ୍ନ ରାଜ୍ୟରେ ଥିବା ବିଧାନସଭା ବୁଲି ଦେଖିବେ। ସେଠାକାର ବିଧାନସଭା କେଉଁ ଢାଞ୍ଚାରେ ନିର୍ମାଣ ହୋଇଛି, କି କି ସୁବିଧା ରହିଛି, ସେ ସବୁ ବୁଲି ଦେଖିବା ପରେ କମିଟି ମଡେଲ ବିଧାନସଭା ପାଇଁ ଏକ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିବ। ଅର୍ଥ ବିଭାଗର ଅନୁମତି ପାଇବା ପରେ ଏହି କମିଟି ବିଭିନ୍ନ ରାଜ୍ୟର ବିଧାନସଭା ଅନୁଧ୍ୟାନ କରିବାକୁ ଯିବ। ଗଣ ମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ପାତ୍ର କହିଛନ୍ତି ଯେ, ପୂର୍ତ୍ତ ବିଭାଗ, ଅର୍ଥ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ ବିଭାଗ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବିଲ୍ଡିଂ କମିଟି ଗଠନ କରାଯାଇଛି। କମିଟି ବିଭିନ୍ନ ରାଜ୍ୟ ବୁଲିବା ପରେ ବିଧାନସଭାର ନବୀକରଣ ପାଇଁ କିଭଳି ଡିଜାଇନ ପ୍ରସ୍ତୁତ କରାଯିବ ସେ ସେ ନେଇ କମିଟି ରିପୋର୍ଟ ଦେବ। କମିଟିର ରିପୋର୍ଟକୁ ସରକାରଙ୍କ ଅନୁମୋଦନ ପରେ ଏହି କାର୍ଯ୍ୟ ଆରମ୍ଭ ହେବ । ମଡେଲ ବିଧାନସଭାକୁ କାଗଜପତ୍ର ମୁକ୍ତ କରାଯିବ। ବିଧାନସଭା ପରିସରକୁ ସମ୍ପୂର୍ଣ୍ଣ ଓ୍ବାଇଫାଇ କରାଯିବ। ବିଧାୟକମାନେ ଟାବଲେଟରେ ସମସ୍ତ କାର୍ଯ୍ୟ କରିବେ। ପ୍ରତ୍ୟେକ ବିଧାୟକଙ୍କୁ କମ୍ପ୍ୟୁଟର ଟାବଲେଟ କ୍ରୟ କରିବାକୁ ସର୍ବାଧିକ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଅର୍ଥ ବିଭାଗର ଅନୁମୋଦନ ପରେ ଟାବଲେଟ କିଣିବା ପାଇଁ ବିଧାୟକମାନଙ୍କୁ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri