ଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀ

କୋରାପୁଟ/ନାରାୟଣପାଟଣା,୩।୧(ସ୍ବ.ପ୍ର./ଡି.ଏନ୍‌.ଏ.):କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କାପଲଡା ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରାୟ ୩୬ ଏକର ଜମିରେ ପାମଅଏଲ ଚାଷ ହୋଇଥିବା ବନ୍ଧୁଗାଁ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଏହି ଖବର ପରେ ସୋମବାର ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରା ଘଟଣାସ୍ଥଳରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଯଞ୍ଚ କରିଥିଲେ। ଏଥିସହ ପାମ୍‌ ଅଏଲ ଚାରା ରୋପଣ କାଯର୍‌ୟରେ ନିୟୋଜିତ ୨ଟି ଜେସିବିକୁ ଜବତ କରିଛନ୍ତି। କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ମଧ୍ୟ ଏହି ଖବରପାଇ କାପଲଡା ଗ୍ରାମରେ ପହଞ୍ଚତ୍ ସେଠାର ସ୍ଥିତି ନିରୀକ୍ଷଣ କରିଛନ୍ତି। ଏହି କାଯର୍‌ୟକୁ ତୁରନ୍ତ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ଲାଗିଥିବା ପାମ୍‌ ଅଏଲ ଗଛକୁ ଓପଡାଯାଇଛି।
ମିଳିଥିବା ସୁଚନାନୁଯାୟୀ ଆନ୍ଧ୍ରର ରାମ ମୋହନ ରାୟ ନାମକ ଜଣେ ଡାକ୍ତର ବନ୍ଧୁଗାଁ ବ୍ଲକର କାପଲଡା ପଞ୍ଚାୟତ ସଦର ଗ୍ରାମର ୩୬ ଏକର (୨୯ ଏକର ସରକାରୀ ଓ ୭ଏକର ବେସରକାରୀ) ଜମିରେ ଥିବା ଗଛ କାଟି ସେଠାରେ ପାମ୍‌ ଅଏଲ୍‌ ଗଛ ଲଗାଉଛନ୍ତି। ବେସରକାରୀ ଜମିର ମାଲିକଙ୍କଠାରୁ ଲିଜ ସୁତ୍ରରେ ଜମି ନେଇ ସେଠାରେ ପାମ୍‌ ଅଏଲ ଚାଷ କରୁଥିବା ଡାକ୍ତର ରାମ ମୋହନ ରାୟ କହିଛନ୍ତି। ସୂଚନା ଥାଉକି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ଥିବା ବହୁ ଶୁଖିଲା ଜମିକୁ ଶସ୍ୟ ଶାମଳା କରିବା ଲକ୍ଷ୍ୟରେ ଏଠାରେ ବନ ବନ୍ଧୁ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଜିଲା ଜଳ ବିଭାଜିକା ବିଭାଗ ପକ୍ଷରୁ ଏହି ବ୍ଲକର କେତେକ ଗ୍ରାମରେ ଥିବା ପାହାଡିଆ ଜମିରେ ଜଳସେଚନ କରାଯାଇ ସେଠାରେ ସୂର୍ଯ୍ୟମୁଖି ସମେତ ବିଭିନ୍ନ ପନିପରିବା ଚାଷ କରାଯାଇଥିଲା। ସେତେବେଳେ ଏହାଦ୍ୱାରା ସେଠାକାର ଚାଷୀଙ୍କ ଉନ୍ନତି ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ମାତ୍ର ବର୍ତମାନ ସେଠାର ସ୍ଥିତି ଏକ ପ୍ରକାର ଅଲଗା ରହିଛି। ପୂର୍ବରୁ ଲେମନ ଗ୍ରାସ ଚାଷ କରୁଥିବା ଶହ ଶହ ଚାଷୀ ବର୍ତ୍ତମାନ ଏହି ଚାଷ ଛାଡି ଜମିକୁ ପଡିଆ ରଖିଛନ୍ତି। କାରଣ ଲେମନଗ୍ରାସର ଦର ୧୩ ଶହ ଟଙ୍କାରୁ ବର୍ତମାନ ୯ ଶହ ଟଙ୍କାକୁ ଖସି ଆସିଥିବାରୁ ସେମାନେ ଏପରି ନିଷ୍ପତି ନେଇଛନ୍ତି। ତେଣୁ ଶହ ଶହ ଏକର ଜମି ଶୁଷ୍କ ହୋଇ ପଡଛି। ଏହାର ସୁଯୋଗ ନେଇ ଆନ୍ଧ୍ରର କେତେଜଣ ବ୍ୟବସାୟୀ ଚାଷୀଙ୍କ ଏହି ଜମିକୁ ଲିଜ ସୁତ୍ରରେ ନେବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଚାଷୀ ନିଜ ଜମିରୁ କିଛି ଆର୍ଥ ପାଇବା ଆଶା କରି ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ଲିଜ ସୁତ୍ରରେ ଜମି ଦେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri