Posted inଖେଳ

ଓଡ଼ିଶା ଏଫ୍‌ସି ସହିତ ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)-
ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) କ୍ଲବ ଓଡ଼ିଶା ଏଫସି ସେଣ୍ଟର ଫରଓ୍ବାର୍ଡ ଡାନିଏଲ ଲାଲହିଲିମପୁଇଆଙ୍କ ଚୁକ୍ତି ମିଆଦ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଶୁକ୍ରବାର ମିଜୋରାମ ଷ୍ଟ୍ରାଇକରଙ୍କ ସହ ଏ ସମ୍ପର୍କିତ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିବା ଓଡ଼ିଶା ଏଫସି ପକ୍ଷରୁ ପ୍ରକାଶ କରାଯାଇଛି। ପୂର୍ବରୁ ଚେନ୍ନାଇନ୍‌ ଏଫସି ଓ ବେଙ୍ଗାଲୁରୁ ଏଫସି ପକ୍ଷରୁ ଆଇଏସଏଲ ଖେଳିବା ପରେ ଡାନିଏଲ ୨୦୧୮ରେ ଦିଲ୍ଲୀ ଡାଇନାମସ ସହିତ ଚୁକ୍ତି କରିଥିଲେ। ଗତ ସିଜନ ଶେଷରେ ଦିଲ୍ଲୀ ଡାଇନାମସ ଓଡ଼ିଶା ଏଫସିରେ ପରିଣତ ହୋଇଥିଲା। ଚଳିତ ସିଜନରେ ୨୨ ବର୍ଷୀୟ ଡାନିଏଲ ଓଡ଼ିଶା ଏଫସି ପକ୍ଷରୁ ୧୬ଟି ମ୍ୟାଚ ଖେଳିଛନ୍ତି। ”ଡାନିଏଲ ଜଣେ ପ୍ରତିଭା ସମ୍ପନ୍ନ ଯୁବ ଖେଳାଳି। ସେ କଠିନ ପରିଶ୍ରମ କରନ୍ତି ଏବଂ ଦଳ ପ୍ରତି ତାଙ୍କର ଉତ୍ସର୍ଗିକୃତ ମନୋଭାବ ରହିଛି। ଓଡ଼ିଶା ଏଫସି ସହିତ ଖେଳିବାଦ୍ୱାରା ତାଙ୍କ ପ୍ରଦର୍ଶନରେ ଉନ୍ନତି ହୋଇଛି, ଆଗାମୀ ଦିନରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ। ଗତ କିଛିବର୍ଷ ଧରି ପ୍ରଦର୍ଶନ ସନ୍ତୋଷଜନକ ରହିଥିବାରୁ ଆମେ ତାଙ୍କ ଚୁକ୍ତିମିଆଦ ଆଉ କିଛି ବର୍ଷ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଲୁ। ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା“ ବୋଲି ଓଡ଼ିଶା ଏଫସି ମାଲିକ ରୋହନ ଶର୍ମା ପ୍ରକାଶ କରିଛନ୍ତି। ନିଜେ ଡାନିଏଲ ମଧ୍ୟ ଖୁସି ଜାହିର କରିଛନ୍ତି। ”ଓଡ଼ିଶା ଏଫସି ପରିବାର ସହିତ ମୋତେ ଅଧିକ ଦିନଧରି ରହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ମୁଁ ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରି ଆସୁଛି। ଆଗାମୀ ଦିନରେ ଓଏଫସି ପାଇଁ ଅଧିକ ସଫଳତା ଆଣିବାକୁ ଚେଷ୍ଟା କରିବି। ଚୁକ୍ତି ମିଆଦ ବଢ଼ିଥିବାରୁ ମୁଁ କୋଚ୍‌, ସପୋର୍ଟ ଷ୍ଟାଫ୍‌ ଓ କ୍ଲବ ମ୍ୟାନେଜମେଣ୍ଟ ନିକଟରେ କୃତଜ୍ଞ“ ବୋଲି ଡାନିଏଲ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri