Posted inଖେଳ

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ। ଏଥିପାଇଁ ସେ ଦଳ ସହିତ ୨ବର୍ଷିଆ ଚୁକ୍ତି କରିଛନ୍ତି। ୨୪ ବର୍ଷୀୟ ଏହି ଅଭିଜ୍ଞ ଗୋଲକିପର ପୂର୍ବରୁ ହାଇଦ୍ରାବାଦ ଏଫ୍‌ସି ତରଫରୁ ଖେଳୁଥିଲେ। ଜାତୀୟ ସିନିୟର ଦଳ ତରଫରୁ କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ କିଙ୍ଗ୍ସ କପ୍‌ ଇଣ୍ଟରନ୍ୟାଶନାଲ କପ୍‌ ଏବଂ ଗତବର୍ଷ ବାଂଲାଦେଶ ବିପକ୍ଷରେ ଫିଫା ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଖେଳିଛନ୍ତି। ମୋ ପ୍ରତି ଆଗ୍ରହ ଦେଖାଇଥିବାରୁ କ୍ଲବ ମ୍ୟାନେଜମେଣ୍ଟ ନିକଟରେ ମୁଁ କୃତଜ୍ଞ। ଭୁବନେଶ୍ୱରରେ ଖେଳିବା ପାଇଁ ମୋର ଆଗ୍ରହ ରହିଛି। ଦଳ ପ୍ରତି ଯଥା ସମ୍ଭବ ମୋର ଅବଦାନ ରହିବ ବୋଲି କମଲଜିତ୍‌ କହିଛନ୍ତି। ଆଇଏସ୍‌ଏଲ୍‌ରେ ଏଫ୍‌ସି ପୁଣେ ସିଟି ( ବର୍ତ୍ତମାନ ହାଇଦ୍ରାବାଦ ଏଫ୍‌ସି) ପାଇଁ ଖେଳିବା ପୂର୍ବରୁ ସେ ସ୍ପୋର୍ଟିଂ କ୍ଲବ ଡି’ ଗୋଆ ଏବଂ ମିନର୍ଭା ପଞ୍ଜାବ ଏଫ୍‌ସି ତରଫରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଓଡ଼ିଶା ଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି କମଲଜିତ ଜଣେ ଅଭିଜ୍ଞ ଗୋଲ୍‌କିପର। ଗତ ସିଜନରେ ତାଙ୍କର ପ୍ରଦର୍ଶନ ଯଦିଓ ଭଲ ରହି ନ ଥିଲା, ତାଙ୍କ ସାମର୍ଥ୍ୟ ଉପରେ ଆମର ଖୁବ୍‌ ଭରସା ରହିଛି। ସେ ଖୁବ୍‌ ଶୀଘ୍ର ଫର୍ମ ଫେରିପାଇବା ସହ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମର ଦୃଢ ବିଶ୍ୱାସ ରହିଛି ବୋଲି ଶର୍ମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri