Posted inଖେଳ

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ। ଏଥିପାଇଁ ସେ ଦଳ ସହିତ ୨ବର୍ଷିଆ ଚୁକ୍ତି କରିଛନ୍ତି। ୨୪ ବର୍ଷୀୟ ଏହି ଅଭିଜ୍ଞ ଗୋଲକିପର ପୂର୍ବରୁ ହାଇଦ୍ରାବାଦ ଏଫ୍‌ସି ତରଫରୁ ଖେଳୁଥିଲେ। ଜାତୀୟ ସିନିୟର ଦଳ ତରଫରୁ କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ କିଙ୍ଗ୍ସ କପ୍‌ ଇଣ୍ଟରନ୍ୟାଶନାଲ କପ୍‌ ଏବଂ ଗତବର୍ଷ ବାଂଲାଦେଶ ବିପକ୍ଷରେ ଫିଫା ବିଶ୍ୱକପ୍‌ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଖେଳିଛନ୍ତି। ମୋ ପ୍ରତି ଆଗ୍ରହ ଦେଖାଇଥିବାରୁ କ୍ଲବ ମ୍ୟାନେଜମେଣ୍ଟ ନିକଟରେ ମୁଁ କୃତଜ୍ଞ। ଭୁବନେଶ୍ୱରରେ ଖେଳିବା ପାଇଁ ମୋର ଆଗ୍ରହ ରହିଛି। ଦଳ ପ୍ରତି ଯଥା ସମ୍ଭବ ମୋର ଅବଦାନ ରହିବ ବୋଲି କମଲଜିତ୍‌ କହିଛନ୍ତି। ଆଇଏସ୍‌ଏଲ୍‌ରେ ଏଫ୍‌ସି ପୁଣେ ସିଟି ( ବର୍ତ୍ତମାନ ହାଇଦ୍ରାବାଦ ଏଫ୍‌ସି) ପାଇଁ ଖେଳିବା ପୂର୍ବରୁ ସେ ସ୍ପୋର୍ଟିଂ କ୍ଲବ ଡି’ ଗୋଆ ଏବଂ ମିନର୍ଭା ପଞ୍ଜାବ ଏଫ୍‌ସି ତରଫରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଓଡ଼ିଶା ଏଫ୍‌ସି ସଭାପତି ରୋହନ ଶର୍ମା କହିଛନ୍ତି କମଲଜିତ ଜଣେ ଅଭିଜ୍ଞ ଗୋଲ୍‌କିପର। ଗତ ସିଜନରେ ତାଙ୍କର ପ୍ରଦର୍ଶନ ଯଦିଓ ଭଲ ରହି ନ ଥିଲା, ତାଙ୍କ ସାମର୍ଥ୍ୟ ଉପରେ ଆମର ଖୁବ୍‌ ଭରସା ରହିଛି। ସେ ଖୁବ୍‌ ଶୀଘ୍ର ଫର୍ମ ଫେରିପାଇବା ସହ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମର ଦୃଢ ବିଶ୍ୱାସ ରହିଛି ବୋଲି ଶର୍ମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରେ ଗୋଟିଏ ଦଳ ପାଇଁ ଖେଳୁଛନ୍ତି ସ୍ତ୍ରୀ-ସ୍ବାମୀ

କ୍ରିକେଟରେ ଭାଇ-ଭାଇ ଏକାଠି ଖେୁଥିବାର ତ ଆପଣ ଦେଖିଥିବେ। କିନ୍ତୁ ସ୍ବାମୀ-ସ୍ତ୍ରୀ ଗୋଟିଏ ଦଳ ପାଇଁ ଏକତ୍ର ଖେଳିବା କଥାଟା ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ...

ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍‌

ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୪, ଜୁଲାଇ...

ମେଡଭେଡେଭଙ୍କୁ ହରାଇଲେ କୋର୍ଡା

ମେଲବୋର୍ନ,୨୧।୧(ଏପି): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ଆମେରିକାର ଯୁବ ଖେଳାଳି ସେବାଷ୍ଟିଆନ କୋର୍ଡା ଏଠାରେ ଦୁଇଥର ରନରଅପ୍‌ ଡାନିଲ...

ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ...

ଏମିତି ଏକ କ୍ରିକେଟ୍‌ ମ୍ୟାଚ୍‌: ଧୋନୀ ଆଉଟ୍‌ ହେବା ପରେ କୋହଲି, ରୋହିତ ଶର୍ମାଙ୍କ ଆଖିରେ ଥିଲା ଲୁହ

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ...

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା...

ଟ୍ରେନିଂ ଆରମ୍ଭ କଲେ ସାଇନା ନେହ୍ବାଲ

ନୂଆଦିଲ୍ଳୀ,୯।୮(ପି.ଟି.): ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଦୀର୍ଘ ଦିନ ପରେ ପୁଣି ଟ୍ରେନିଂ ଆରମ୍ଭ କରିଛନ୍ତି। ହାଇଦ୍ରାବାଦ୍‌ର ଏକ ସ୍ବତନ୍ତ୍ର ସ୍ଥାନରେ...

ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ଇସ୍‌ଲାମବାଦ୍‌, ୨୩।୬- ଇଂଲଣ୍ଡ ଗସ୍ତ ପୂର୍ବରୁ ୧୦ ପାକିସ୍ତାନ କ୍ରିକେଟର୍‌ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୩ ଜଣ ଖେଳାଳି ସୋଏବ ଖାନ୍‌,...

Advertisement
Archives

Model This Week