ଓଡ଼ିଶା ଅପେରାରୁ ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତରେ ଜଣେ ପରିଚିତା ମଦର ଆର୍ଟିଷ୍ଟ (ମା’ କଳାକାର) ହେଉଛନ୍ତି ଅମିତା ସେନାପତି। ତେବେ କଳାକାରମାନଙ୍କ ନିକଟରେ ସେ ତାରିଣୀ ବୋଲି ବେଶି ପରିଚିତା। ପୁରୀ ଜିଲା ନିମାପଡ଼ାରେ ଜନ୍ମ ଏହି ଅଭିନେତ୍ରୀ ପ୍ରଥମେ ଜଣେ ନୃତ୍ୟାଙ୍ଗନା ଭାବରେ ଯୋଗଦିଅନ୍ତି ‘ଓଡ଼ିଶା ଅପେରା’ରେ। ଏହା ୧୯୯୫ ମସିହା ଘଟଣା। ଦୁଇବର୍ଷ ଡ୍ୟାନ୍ସର ଭାବେ କାର୍ଯ୍ୟ କରିବାପରେ ପାର୍ଟି ପକ୍ଷରୁ ତାଙ୍କୁ ଅଭିନୟ କରିବାର ସୁଯୋଗ ଦିଆଯାଏ। ‘କାନି ଉଡ଼ିଗଲା କାନପୁରକୁ’ ନାଟକରେ ସେ ପାର୍ଶ୍ୱନାୟିକା ଭାବେ ଅଭିନୟ କରନ୍ତି। ଅନ୍ୟ ଏକ ନାଟକ ‘ଶକୁନ୍ତଳା’ରେ ତାଙ୍କୁ ମିଳେ ନାୟିକା ସାଜିବାର ସୁଯୋଗ। ଏହାପରେ ସେ କେତେବେଳେ ସାଜନ୍ତି ନାୟିକା ତ କେତେବେଳେ ସାଜନ୍ତି ଖଳନାୟିକା। ‘ଓଡ଼ିଶା ଅପେରା’ରୁ ସେ ଆସନ୍ତି ‘ପାର୍ବତୀ ଗଣନାଟ୍ୟ’। ‘ପାର୍ବତୀ’ ପରେ ‘ବାଘାଯତୀନ ଲୋକନାଟ୍ୟ’ ଏବଂ ‘ଟାଇଗର ତାରିଣୀ’ରେ ସେ ଅଭିନୟ କରନ୍ତି। ଏହାପରେ ପାଖାପାଖି ୬ବର୍ଷ ସେ ଯାତ୍ରାରୁ ଅବ୍ୟାହତି ନିଅନ୍ତି। ୬ ବର୍ଷ ପରେ ୨୦୧୩ ମସିହାର ‘ବିଶ୍ୱ ରଙ୍ଗମହଲ’ ଜରିଆରେ ତାଙ୍କର ପୁଣିଥରେ ଯାତ୍ରା ଜଗତକୁ ଲେଉଟାଣି ହୁଏ। ପରେ ପରେ ‘ତୁଳସୀ ଗଣନାଟ୍ୟ’ରେ ଅଭିନୟ କରି ଚଳିତ ଯାତ୍ରା ସିଜନ୍‌ରେ ଯୋଗଦେଇଛନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ଏବେ ମୁଖ୍ୟତଃ ମା’ ଭୂମିକାରେ ମଞ୍ଚକୁ ଆସୁଥିବା ଏହି ଅଭିନେତ୍ରୀ ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ଭୂମିକାରେ ଦର୍ଶକଙ୍କୁ ବାନ୍ଧି ରଖିପାରନ୍ତି। ତାଙ୍କ ଅଭିନୀତ ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଦେଖାହେଲେ କହିବି ସେ କଥା’, ‘ବେଦି ଭାଙ୍ଗିଗଲା ମଙ୍ଗନ ଦିନ’, ‘ରହିଯା ରଙ୍ଗବତୀ’, ‘ମିଥୁନ ରାଶିର ଝିଅ’, ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’, ‘ଶହେ ଶହେରେ ଖେଳ’, ‘ବନ୍ଧା ପଡ଼ିଗଲା ସୁରେଶ ପଣ୍ଡା’, ‘ରଣପୁର ରାଣୀ ରଜନୀଗନ୍ଧା’, ‘ରାଜା ଫସିଗଲା ରାଜଧାନୀରେ’, ‘ବଦ୍‌ନାମ ବାଦ୍‌ଶାହା’ ଏବଂ ଆହୁରି ଅନେକ। ଚଳିତ ଯାତ୍ରା ସିଜନ୍‌ରେ ‘ଅପେରା ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’ ଏବଂ ‘କାହାଣୀ କହିବ ସୂର୍ଯ୍ୟମନ୍ଦିର’।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri