ଓଡ଼ିଶାର ୨୪ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଓଡ଼ିିଶାର ୨୪ଟି ଜିଲାରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪,୮୦୩.୦୧୩ ଏକର ପରିମିତ ଜମିର ଚୂଡାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପ୍ରାପ୍ତ ହୋଇଛି। ବିନା କାଗଜାତରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଜମିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ସରଜମିନ ତଦନ୍ତରେ ଚିହ୍ନଟ କରାଯାଇ ଉକ୍ତ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀମନ୍ଦିର ଆଇନ-୧୯୫୫ର ଧାରା-୧୬-ଏ(୧) ଅନୁଯାୟୀ ୮୬୪ଟି ବେଆଇନ ଅବରୋଧ ମକଦ୍ଦମା ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଛି। ଭାଜପା ସଭ୍ୟ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କର ସମସ୍ତ ପାଣ୍ଠିର ସ୍ଥାୟୀ ଜମା ପରିମାଣ ୫୫୨,୪୩,୨୧,୦୦୦ ଟଙ୍କା। ଫ୍ଲେକ୍ସିି, ଚଳନ୍ତି ଖାତାରେ ୭୪,୦୧,୫୭,୪୪୪ ଟଙ୍କା ସହ ମୋଟ ୬୨୬,୪୪,୭୮,୪୪୪ ଟଙ୍କା ରହିଛି।
ଶ୍ରୀଜଗନ୍ନାଥଙ୍କ ସମସ୍ତ ପାଣ୍ଠିକୁ ସର୍ବାଧିକ ସୁଧ ହାର ପ୍ରଦାନ କରୁଥିବା ବ୍ୟାଙ୍କରେ ସ୍ଥାୟୀ ଭାବେ ବିନିଯୋଗ କରାଯିବା ପାଇଁ ପ୍ରଚଳିତ ଧାରାକୁ ଅବ୍ୟାହତ ରଖି ଟେଣ୍ଡର ମାଧ୍ୟମରେ ୟେସ ବ୍ୟାଙ୍କରେ ୨୦୧୯ ସେପ୍ଟେମ୍ବର ୩୦ ତାରିଖରୁ ସ୍ଥାୟୀ ଜମାରେ ୫୪୫ କୋଟି ଏବଂ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ଏପରି ମୋଟ ୫୯୨ କୋଟି ଟଙ୍କା ରଖାଯାଇଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ ଧାରା-୨୮-ସି(୩) ଅନୁଯାୟୀ ଫାଉଣ୍ଡେଶନ ଫଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ କିମ୍ବା ଦୀର୍ଘମିଆଦୀ ବ୍ୟାଙ୍କଗୁଡିକରେ ଦୀର୍ଘମିଆଦୀ ସ୍ଥାୟୀ ଜମାରେ ରଖାଯିବା ବିଧି ରହିଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ୨୦୧୮ ଅକ୍ଟୋବର ୧୦ ତାରିଖ ଚିଠି ସଂଖ୍ୟା ୩୨୬୪୮ ଏବଂ ୨୦୧୯ ଜୁଲାଇ ୨୦ ତାରିଖ ଚିଠି ସଂଖ୍ୟା ୨୪୭୦୫ରେ ପଞ୍ଜୀକୃତ ବ୍ୟାଙ୍କଗୁଡିକ ମଧ୍ୟରେ ୟେସ ବ୍ୟାଙ୍କ ସ୍ଥାନିତ ହୋଇଥିବାରୁ ଏବଂ ସର୍ବାଧିକ ସୁଧ ପ୍ରଦାନ କରୁଥିବାରୁ ଏହି ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ସମସ୍ତ ପାଣ୍ଠିକୁ ସ୍ଥାୟୀ ଜମା ଫ୍ଲେକ୍ସି ଜମାରେ ବିନିଯୋଗ କରାଯାଇଥିଲା। ଇତିମଧ୍ୟରେ ଫ୍ଲେକ୍ସି ଜମା ୪୭ କୋଟିକୁ ୟେସ ବ୍ୟାଙ୍କରୁ ପ୍ରତ୍ୟାହାର କରାଯାଇଛି। ଅବଶିଷ୍ଟ ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ପ୍ରତ୍ୟାହାର କରାଯିବ। ସେହିଦିନ ଟେଣ୍ଡର ମାଧ୍ୟମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସ୍ଥାୟୀ ଜାଗାରେ ପୁନଃ ବିନିଯୋଗ କରିବାକୁ ୨୦୨୦ ଫେବୃୟାରୀ ୫ତାରିଖରେ ନିଷ୍ପତ୍ତି ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?