ଓଡ଼ିଶାରେ ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୭-୧୨(ବ୍ୟୁରୋ):ଚଳିତବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ହେଲେ କୋହଲା ପାଗକୁ ମେଘାଚ୍ଛନ୍ନ ଆକାଶରେ ଲୁଚି ଯାଇଥିଲେ ସୂର୍ଯ୍ୟ। ଗୁରୁବାର ସକାଳ ୮ଟା ୧୯ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇ ୩ଘଣ୍ଟାରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୧୧ଟା ୨୮ରେ ଛାଡ଼ିଥିଲା। ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୋଇଥିଲେ ମଧ୍ୟ ଓଡ଼ିଶାରେ ଆଂଶିକ ଦେଖିବାକୁ ମିଳିଥିଲା। ବାଦଲ ଭିତରେ କେତେବେଳେ ସୂର୍ଯ୍ୟୋପରାଗ ଦିଶୁଥିଲା ତ ପୁଣି କେତେବେଳେ ସମ୍ମୁଖରେ ଅଦୃଶ୍ୟ ହୋଇଯାଉଥିଲା। ପୁରୀ, ବାଲେଶ୍ୱର ଓ ସମ୍ବଲପୁରରେ ଲୋକେ ସୂର୍ଯ୍ୟୋପରାଗକୁ ଅଳ୍ପ ସମୟ ଅନ୍ତରରେ ଦେଖିବାକୁ ପାଇଥିଲେ। ହେଲେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ସମେତ ଉପକୂଳ ଓଡ଼ିଶାର ଲୋକେ ଏହି ମହାଜାଗତିକ ଦୃଶ୍ୟ ଠିକ୍‌ ଭାବେ ଦେଖିପାରି ନ ଥିଲେ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ସୂର୍ଯ୍ୟୋପରାଗ ଦେଖିବାକୁ ସୂର୍ଯ୍ୟ ଚଷମା, ପ୍ରୋଜେକ୍ଟର ଓ ଟେଲିସ୍କୋପ୍‌ର ବ୍ୟବସ୍ଥା କରାଯାଇଥିଲା। ସକାଳୁ ମଧ୍ୟ ଛାତ୍ରୀଛାତ୍ର, ଅଭିଭାବକ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ସେହିଭଳି ବିଜେବି କଲେଜ ଗ୍ରାଉଣ୍ଡ୍‌ରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିଲା। ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ୩ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଧାଡ଼ିରେ ରହି ପରାଗ ଦେଖିବାକୁ ଉତ୍ସାହର ସହ ଛିଡ଼ା ହୋଇଥିଲେ। ପାଗ ଖରାପ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସକାଳ ୮ଟା ୫୦ରୁ ୯ଟା ଯାଏ କେବଳ ୧୦ ମିନିଟ ପାଇଁ ଆଶିଂକ ପରାଗ ଦେଖିବାକୁ ସୁଯୋଗ ମିଳିଥିଲା ବୋଲି ପଟ୍ଟନାୟକ କହିଛନ୍ତି।
ସେହିପରି ଓଡ଼ିଶା ବ୍ୟତୀତ ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ୍‌, ମୁମ୍ବାଇ, ବେଙ୍ଗାଲୁରୁ, କୋଏମ୍ବାଟୁର୍‌, ଚେନ୍ନାଇ ସମେତ ଅନ୍ୟ ଅଞ୍ଚଳରେ ଏହି ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି। ମୁଖ୍ୟତଃ କର୍ନାଟକ, କେରଳ ଓ ତାମିଲନାଡ଼ୁରେ ସକାଳ ୧୦ଟା ୪୭ରେ ବଳୟ ସୂର୍ଯ୍ୟୋପରାଗକୁ ଲୋକେ ଦେଖିଛନ୍ତି। ଏହାଛଡ଼ା ମୁମ୍ବାଇରେ ବି ଏହି ମହାଜାଗତିକ ଦୃଶ୍ୟ ଦେଖାଯାଇଥିଲା। କେବଳ ଭାରତରେ ନୁହେଁ, ବିଦେଶରେ ବି ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ସିଙ୍ଗାପୁର, ଶ୍ରୀଲଙ୍କା, ଦୁବାଇରେ ବଳୟ ସୂର୍ଯ୍ୟୋପରାଗକୁ ଲୋକେ ଦେଖିଥିଲେ ବୋଲି ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri