ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହାରାହାରି ୫ ହଜାର

ନୂଆଦିଲ୍ଲୀ,୧୭-୭: ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଚାଷୀଙ୍କ ମାସିକ ହାରାହାରି ଆୟ ୫୦୦୦ ଟଙ୍କା। ଅର୍ଥାତ ଜଣେ ଚାଷୀ ଦୈନିକ ୧୬୬ ଟଙ୍କା ଆୟ କରୁଛି। ଏହି ଅର୍ଥରେ ଜଣେ ଚାଷୀ ପରିବାର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହେଉଛି। ‘ପରିସ୍ଥିତି ଆକଳନ ସର୍ଭେ’ ମାଧ୍ୟମରେ ନ୍ୟାଶନାଲ ସାମ୍ପୁଲ ସର୍ଭେ ଅଫିସ୍‌(ଏନ୍‌ଏସ୍‌ଏସ୍‌ଓ)ପକ୍ଷରୁ ଚାଷୀ ପରିବାରର ଆୟ ଆକଳନ କରାଯାଉଛି। ୨୦୧୩ରେ ନ୍ୟାଶନାଲ ସାମ୍ପୁଲ ସର୍ଭେର ୭୦ତମ ରାଉଣ୍ଡ ପରେ ୨୨ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟ ୧୦ ହଜାର ଟଙ୍କା ଥିବା ଆକଳନ କରାଯାଇଥିଲା। ଏଥିରେ ଦରମା/ମଜୁରି, ଫସଲ ବିକ୍ରି, ପଶୁପାଳନରୁ ଲାଭ ଏବଂ ଅଣକୃଷିଜନିତ ଆୟକୁ ହିସାବକୁ ନିଆଯାଇଛି। ବିହାରରେ ଚାଷୀଙ୍କ ମାସିକ ହାରାହାରି ଆୟ ସର୍ବନିମ୍ନ ସ୍ତର ୩୫୫୮ ଟଙ୍କା ରହିଛି। ପଶ୍ଚିମବଙ୍ଗର ଚାଷୀଙ୍କ ମାସିକ ଆୟ ୩୯୮୦ ଟଙ୍କା, ଉତ୍ତରାଖଣ୍ଡରେ ୪୭୦୧ ଟଙ୍କା, ଝାଡ଼ଖଣ୍ଡରେ ୪୭୨୧ ଟଙ୍କା, ୪୯୨୩ ଟଙ୍କା ଉତ୍ତର ପ୍ରଦେଶରେ ଏବଂ ଓଡ଼ିଶାରେ ୪୯୭୬ ଟଙ୍କା ଚାଷୀଙ୍କ ମାସିକ ହାରାହାରି ଆୟ ହେଉଥିବା ସର୍ଭେରୁ ଜଣାପଡିଛି। ହରିୟାନାର ଚାଷୀ ସର୍ବାଧିକ ୧୪,୪୩୪ ଟଙ୍କା ଆୟ ସହ ଶୀର୍ଷରେ ରହିଛି ବୋଲି ରାଜ୍ୟ ସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରକାଶ କରିଛନ୍ତି। ମୌସୁମୀର ଅନିୟମିତତା, ଜଳସେଚନ ସୁବିଧାର ଅଭାବ, ରୋଗପୋକ ଆକ୍ରମଣ ଯୋଗୁ ଚାଷୀଙ୍କ ଆୟ ବୃଦ୍ଧିରେ ବଡ଼ ବାଧକ ବୋଲି ସେ କହିଛନ୍ତି। ୨୦୧୮-୧୯ରେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ପାଳନ କ୍ଷେତ୍ରରେ ଅଭିବୃଦ୍ଧି ମାତ୍ର ୨.୯% ରହିଛି। ଏହାର ପୂର୍ବବର୍ଷ ଅଭିବୃଦ୍ଧି ହାର ୫% ରହିଥିଲା। ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏ କ୍ଷେତ୍ରରେ ବିକାଶ ହାର ମାଇନସ୍‌ ୦.୧ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ତୈଳ ଦର ପୁଣି ବଢ଼ିଲା, ବଜାରରେ ଅନିଶ୍ଚିତତା

ନ୍ୟୁୟର୍କ/ମୁମ୍ବାଇ,୧୦।୪(ଏ.ପି./ପି.ଟି.): ଲେବାନନ୍‌ରେ ଇସ୍ରାଏଲ୍‌ର ଧ୍ୱଂସଲୀଳା ଦେଖି ଇରାନ୍‌ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ୍‌ର ଜଏଣ୍ଟ ଷ୍ଟ୍ରାଇକ୍‌ ପରେ ଯେଉଁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଅଶୋଧିତ…

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri