ଓଡ଼ିଆ ଜାତିର ବୀରତ୍ୱ ବଖାଣେ କଳିଙ୍ଗ ଯୁଦ୍ଧ

କାମାକ୍ଷାନଗର, ୧୦।୧୧(ଡି.ଏନ.ଏ.)-କଳିଙ୍ଗ ଯୁଦ୍ଧକୁ ବାଦ୍‌ ଦେଲେ ଓଡ଼ିଶା ଇତିହାସ ଅସମ୍ପୂର୍ଣ୍ଣ। ଆଜି ବି ଓଡ଼ିଆ ଜାତିର ବୀରତ୍ୱ କଥା ବଖାଣେ କଳିଙ୍ଗ ଯୁଦ୍ଧ। ଅତୀତର ସ୍ମୃତିଚାରଣ କଲେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଟ ଖୋଲିଯାଏ। ଏଥିରୁ ଛାତ୍ରୀଛାତ୍ରଙ୍କ ଅନେକ କିଛି ଶିଖିବାର ଅଛି ବୋଲି କହିଛନ୍ତି ଭୁବନ ବ୍ଲକ ଜିରାଳ କଲେଜ ଅଧ୍ୟକ୍ଷ ଦ୍ୱିଜରାଜ ବିଶ୍ୱାଳ। ଶିକ୍ଷାନୁଷ୍ଠାନର ଇତିହାସ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ‘କଳିଙ୍ଗ ଯୁଦ୍ଧର ମହତ୍ୱ ଓ ଐତିହାସିକ ପୁନରାବଲୋକନ’ ସମ୍ପର୍କିତ ଆଲୋଚନଚକ୍ରରେ ଅଧ୍ୟକ୍ଷତା କରି ସେ ଏହା କହିଥିଲେ।
ବିଭାଗୀୟ ମୁଖ୍ୟ ଅନନ୍ତ କୁମାର ସାହୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଉପରେ ସମ୍ୟକ ବିବରଣୀ ଦେଇଥିଲେ। ଅଧ୍ୟାପକ ଅଭୟ କୁମାର ସାହୁ, ଅଧ୍ୟାପିକା ବିଷ୍ଣୁପ୍ରିୟା ତ୍ରିପାଠୀ କଳିଙ୍ଗ ଯୁଦ୍ଧର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀ ନିବେଦିତା ବେହେରା, ରଶ୍ମିତା ସାହୁ, ମୋହିନୀ ମଞ୍ଜରୀ ସାହୁ, ସ୍ବପ୍ନପ୍ରଭା ତ୍ରିପାଠୀ ସ୍ବରଚିତ ସନ୍ଦର୍ଭ ପାଠ କରିଥିବାବେଳେ ଅଧ୍ୟାପିକା ଦେବଜାନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଅଧ୍ୟାପିକାଅଧ୍ୟାପକ ଏବଂ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ...

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ ଅଫିସ,୬।୭: ମଙ୍ଗଳବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ ହେବେ। ଏଥିପାଇଁ ବୁଧବାର ତିନିରଥ ଦକ୍ଷିଣ ମୋଡ଼...

ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଗୁରୁତର ପୁଅ ମେଡିକାଲରେ

ଫୁଲବାଣୀ ଅଫିସ, ୯।୭: ଫୁଲବାଣୀ ସଦର ଥାନା ବ୍ରହ୍ମପୁର ଜାତୀୟ ରାଜପଥର ତିଲକପଡା ଛକରେ ଏକ ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ଗଡ଼ିନି ଯାତ୍ରୀବାହୀ ଟ୍ରେନ୍‌, ଚାଲିଛି ଟିକେଟ ହ୍ୟାକିଂ

କେନ୍ଦ୍ରାପଡ଼ା ଅଫିସ,୨୩।୭: ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡ଼ିଥିଲା। ଏହାକୁ...

ନିଖୋଜ ଦୁଇ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମିଳିଲା ମୃତଦେହ

ସମ୍ବଲପୁର,୮ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ଜବରଦଖଲରେ ସରକାରୀ ଜାଗା: ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଖଣ୍ଡପଡ଼ା,୨୫।୧୧(ସ୍ବ.ପ୍ର.): ଖଣ୍ଡପଡ଼ା ତହସିଲ ଅଧୀନ ବଡବାଣପୁର ପଞ୍ଚାୟତ ରତନପୁର ଗ୍ରାମରେ ଥିବା କିଛି ସରକାରୀ ଜାଗାକୁ କେତେକ ବ୍ୟକ୍ତି ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ...

ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ

ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ...

ପ୍ରଥମ ଥର ଭୋଟ ଦେବେ ଜୁମଡାଙ୍ଗ ଗ୍ରାମବାସୀ

ମାଲକାନଗିରି,୯।୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜୁମଡାଙ୍ଗ ଗ୍ରାମବାସୀ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଥମ କରି ଭୋଟ...

Advertisement
Archives

Model This Week