ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ଓଡ଼ିଶାରେ ଆରମ୍ଭରୁ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିବା ଚଳଚ୍ଚିତ୍ର ପତ୍ରିକାଗୁଡ଼ିକର ପ୍ରଚ୍ଛଦ ପ୍ରଦର୍ଶନୀ ପ୍ରଥମ ଥର ପାଇଁ ରାଜ୍ୟ ଅଭିଲେଖାଗାର ଦ୍ୱାରା ଆୟୋଜିତ ହୋଇଛି। ପୁରୁଣା ଚଳଚ୍ଚିତ୍ର ଏବଂ ସେତେବେଳେ ପ୍ରକାଶିତ ହେଉଥିବା ପତ୍ରିକା ସମ୍ପର୍କରେ ଆଗାମୀ ପିଢ଼ିଙ୍କୁ ସୂଚନା ଦେବାରେ ଏହି ପ୍ରଦର୍ଶନୀ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି। ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ମଙ୍ଗଳବାର ଆୟୋଜିତ ‘ଅଭିଲେଖ ସପ୍ତାହ’ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଣିଗ୍ରାହୀ ଏହା କହିଥିଲେ। ଏହି ଅବସରରେ ସେ ଚଳଚ୍ଚିତ୍ର ପତ୍ରିକା ପ୍ରଚ୍ଛଦ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ରାଜ୍ୟ ସଂଗ୍ରହାଳୟ ଚଳଚ୍ଚିତ୍ର ଗ୍ୟାଲେରିରେ ପ୍ରଦର୍ଶନୀରେ ସ୍ଥାନିତ ସମସ୍ତ ପତ୍ରିକାର ପ୍ରଚ୍ଛଦ ଫଟୋକୁ ରଖିବାକୁ କହିଥିଲେ। ୧୯୫୧ରେ ପ୍ରକାଶିତ ‘ସିନେ ଓଡ଼ିଶା’ ପତ୍ରିକାର ପ୍ରଚ୍ଛଦପଟରେ ସ୍ଥାନିତ ଚଳଚ୍ଚିତ୍ର ନାୟିକା ଲୀଳା ଦୁଲାଳୀଙ୍କ ଫଟୋରୁ ଆରମ୍ଭ କରି ୨୦୧୭ରେ ପ୍ରକାଶିତ ଓଲିଉଡ୍‌ ମିରର୍‌ ପର୍ଯ୍ୟନ୍ତ ପ୍ରଚ୍ଛଦ ଚିତ୍ର ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ।
ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ଆଲୋଚନାଚକ୍ର ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ରେ ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବସନ୍ତ କୁମାର ମଲ୍ଲିକ ଯୋଗଦେଇଥିଲେ। ଓଡ଼ିଆ ଭାଷାର ଅସ୍ମିତା ସୃଷ୍ଟି ସହ ତତ୍‌କାଳୀନ ଋଢ଼ିବାଦୀ ବ୍ୟବସ୍ଥା ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନର ସୂତ୍ରପାତ କରିବାରେ ପଞ୍ଚସଖାଙ୍କ ଭୂମିକାକୁ ସେ ଚିତ୍ରଣ କରିଥିଲେ। ସମ୍ଭ୍ରାନ୍ତ ଭାଷା ଓ ଜନଭାଷା, ସମ୍ଭ୍ରାନ୍ତ ଧର୍ମ ଓ ଲୋକଧର୍ମ ଇତ୍ୟାଦିର ଉଦାହରଣ ଦେଇ ଚଳଚ୍ଚିତ୍ର ସମାଜକୁ ବାର୍ତ୍ତା ପ୍ରଦାନ କରିବାରେ ଏକ ବଳିଷ୍ଠ ମାଧ୍ୟମ ହୋଇପାରିଛି ବୋଲି ନାୟକ କହିଥିଲେ। ଏହି ଅବସରରେ ‘ସିନେ ଗାଇଡ୍‌’ ଓ ‘ବାଣୀଚିତ୍ର’ର ସଂପାଦକ ପରିକ୍ଷିତ ଜେନା, ‘ମନୋରଞ୍ଜନ’ ପତ୍ରିକାର ସମ୍ପାଦକ ଶ୍ରୀକାନ୍ତ ମହାନ୍ତି ଏବଂ ଅନିଲ ଧୀରଙ୍କୁ ଅଭିଲେଖାଗାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଜିଲାର ସାରସ୍ବତ ସାଧକ ସ୍ବର୍ଗତ ପଣ୍ଡିତ ରଘୁନାଥ ରଥଙ୍କ ପ୍ରଦତ୍ତ ୨୫୦୦ ଖଣ୍ଡ ବିରଳ ପୁସ୍ତକକୁ ଅଭିଲେଖଗାର ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲା। ଉତ୍କଳ ବିକାଶ ଯୁବ ପରିଷଦ ନେତାଜୀ ସୁଭାଷ ବୋଷଙ୍କ ଉପରେ ରଚିତ ବିରଳ ପୁସ୍ତକ ସଂଗ୍ରହ କରି ଅଭିଲେଖାଗାରକୁ ପ୍ରଦାନ କରିଥିବାରୁ ପରିଷଦର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନାଚକ୍ରରେ ଅଭିଲେଖାଗାର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ରାଜକିଶୋର ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟି, ଅଭିନେତା ହରିଶ ମହାପାତ୍ର, ରମେଶ ମହାନ୍ତି, ସଚ୍ଚି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ହୁଣ୍ଡିରୁ ୪୬୭ ଟଙ୍କା

ପୁରୀ ଅଫିସ,୨୪।୩: କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଗତ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଥିବାବେଳେୁ ପ୍ରତିଦିନ...

ବିଜେଡି ନେତ୍ରୀ ମିନାକ୍ଷୀଙ୍କ ଆତ୍ମାହୁତି ଘଟଣା: ୯ ଦିନ ପରେ ଆଖି ବୁଜିଲେ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୨୦।୨(ବ୍ୟୁରୋ): ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ତାଙ୍କ ପୁଅ ରାଜା ଓରଫ କୃତିବାସ ମିଶ୍ରଙ୍କୁ...

ଧାନମଣ୍ଡି ନିକଟରେ ଭାଙ୍ଗି ପଡିଲା ଗଛ: ଚାଷୀ ଗୁରୁତର

ଔପଦା, ୧୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ସେବା ସମବାୟ ସମିତି ପକ୍ଷରୁ କିଣାଯାଉଥିବା ଧାନମଣ୍ଡି ନିକଟରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଶୁଖିଲା...

ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା...

୮ରୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଏଥର ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ-୨୦୨୦’

ଭୁବନେଶ୍ୱର,୭ା୧(ବ୍ୟୁରୋ): ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର-୨୦୨୦ ଜାନୁୟାରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ...

ତଲସରା ନିର୍ବାଚନ ମଣ୍ଡଳୀରେ ଭାଜପାର ବାଜିମାତ:ଭୁଶୁଡ଼ିଲା କଂଗ୍ରେସ ଗଡ଼

ବଡ଼ଗାଁ/ ସବ୍‌ଡେଗା, ୨୪-୫(ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବାଜିମାତ କରିଛି । କଂଗ୍ରେସର ଗଡ ଭାବେ ରହି ଆସିଥିବା ଏହି ନିର୍ବାଚନ...

ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର...

ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର, ୨୦।୭(ସ୍ବ.ପ୍ର.): ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଛି। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି।...

Coronavirus Update


Archives

Model This Week

Why Dharitri