ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ଅବସ୍ଥା

”ଓଡ଼ିଆ ଚଳଚ୍ଚିତ୍ରର ଅଣଓଡ଼ିିଆ ନାମକରଣ ସଂକ୍ରାମକ ରୋଗ ପରି ମାଡ଼ି ଚାଲିଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଯିବା ଉଚିତ। ହୋମ ବ୍ୟାନରରେ ଓଡ଼ିଆ ସିନେମାଟିଏ ନିର୍ମାଣ କରି ନିଜ ପୁଅ ହେଉ କି ସମ୍ପର୍କୀୟଙ୍କୁ ଲିଡ୍‌ ରୋଲ୍‌ରେ ନେବା ମଧ୍ୟ ଏକ ଧାରାରେ ପରିଣତ ହେଲାଣି। ହେଲେ ଯେଉଁ ସିନେମାଟିଏ ନିର୍ମିତ ହେଉଛି ତାହା ଦେଖିବାଯୋଗ୍ୟ ନୁହେଁ। କେବଳ ଫୂର୍ତ୍ତି କରିବା ପାଇଁ କେତେକ ଓଡ଼ିଆ ସିନେମା ତିଆରି କରୁଛନ୍ତି, ଯାହା ଧୀରେ ଧୀରେ ଅସହ୍ୟ ବୋଧ ହେଲାଣି।“

ଓଡ଼ିଆ ଚଳଚ୍ଚିତ୍ର ୮୨ ବର୍ଷରେ ପଦାର୍ପଣ କଲାଣି, ପରିପକ୍ୱତା ଅନୁସାର ଆମେ ଅପରିପକ୍ୱ କାମ କରୁଛେ। ଓଡ଼ିଆ ସିନେମାର ଅବସ୍ଥା ବର୍ତ୍ତମାନ କିପରି ଅଛି ତାହା କହିବା ବାହୁଲ୍ୟ। ଆମର ଅନ୍ୟତମ ପ୍ରମୁଖ ମନୋରଞ୍ଜନର ମାଧ୍ୟମ ଭାବରେ ପରିଚିତ ଏହି ଜଗତର ଅବସ୍ଥା ଏବେ ସଙ୍କଟାପନ୍ନ। ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ କେବଳ ଇଂଲିଶ ନୁହେଁ, ହିନ୍ଦୀ ଭାଷାରେ କରାଯିବାର କେତେ ଯଥାର୍ଥତା ରହିଛି ତାହା ବିଚାରଯୋଗ୍ୟ। ତଥାପି ସବୁ କ୍ଷେତ୍ରରେ ନୀରବତା ଯାହାକିଛି ଚାଲିଛି। ଓଡ଼ିଆ ଭାଷା ସାହିତ୍ୟର ଆଦର ଯଦି ଓଡ଼ିଆ ଚଳଚ୍ଚିତ୍ରରେ କରାଯିବ ନାହିଁ ତେବେ ଆମ ଭାଷାର ସମୃଦ୍ଧି ପାଇଁ କଡ଼ାକଡ଼ି ନିୟମ କେବେ ପାଳନ କରିବା। ନୂତନ ପିଢ଼ିମାନେ ଅଣ ଓଡ଼ିଆ ନାମକରଣ ଶୁଣି ଏପରି ବିଚିତ୍ର ଓଡ଼ିଆ ଚଳଚ୍ଚିତ୍ରକୁ କେତେ ଦୂର ଗ୍ରହଣ କରିବେ ତାହା ବିଚାର କରିବାର ସମୟ ଆସିଛି। ଦିନେ ଅଧେ ଚଳଚ୍ଚିତ୍ର ପ୍ରଯୋଜନା କରୁଥିବା ପ୍ରଯୋଜକଙ୍କର କିଛି ଯାଏ ଆସେ ନାହିଁ। ଆମେ କେବଳ ବର୍ଷକୁ ବର୍ଷ ସଂଖ୍ୟା ଗଣି ଓଡ଼ିଆ ଚଳଚ୍ଚିତ୍ରର ହିସାବ କରୁଛୁ। କିନ୍ତୁ ପାସ୍‌ ହାତ ଦେଖିଲେ ଫେଲ ସଂଖ୍ୟା ଅଧିକ।
ଚଳଚ୍ଚିତ୍ରର ଅଣଓଡ଼ିଆ ନାମକରଣ ସଂକ୍ରାମକ ରୋଗ ପରି ମାଡ଼ି ଚାଲିଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଯିବା ଉଚିତ। ହୋମ ବ୍ୟାନରରେ ଓଡ଼ିଆ ସିନେମାଟିଏ ନିର୍ମାଣ କରି ନିଜ ପୁଅ ହେଉ କି ସମ୍ପର୍କୀୟଙ୍କୁ ଲିଡ୍‌ ରୋଲ୍‌ରେ ନେବା ମଧ୍ୟ ଏକ ଧାରାରେ ପରିଣତ ହେଲାଣି। ହେଲେ ଯେଉଁ ସିନେମାଟିଏ ନିର୍ମିତ ହେଉଛି ତାହା ଦେଖିବାଯୋଗ୍ୟ ନୁହେଁ। କେବଳ ଫୂର୍ତ୍ତି କରିବା ପାଇଁ କେତେକ ଓଡ଼ିଆ ସିନେମା ନିର୍ମାଣ କରୁଛନ୍ତି, ଯାହା ଧୀରେ ଧୀରେ ଅସହ୍ୟ ବୋଧ ହେଲାଣି। ଓଡ଼ିଆ ଚଳଚ୍ଚିତ୍ର ଭାଷାକୁ ବିକୃତ କରିବା ଦିଗରେ ଏବେଠାରୁ ସଚେତନ ହେବା ଜରୁରୀ। ନ ହେଲେ ଅଣଓଡିଆ ନାମକରଣ ସିଧା କପି ଚଳଚ୍ଚିତ୍ରକୁ ଦେଖି ଆତ୍ମତୃପ୍ତି ଲାଭ କରିବାକୁ ହେବ। କପି ଚଳଚ୍ଚିତ୍ର ହେଉ କିଛି ମନା ନାହିଁ, କିନ୍ତୁ ତାହା ଆମ ସାମାଜିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ହେବା ଉଚିତ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚଳଚ୍ଚିତ୍ର ହେଉଛି ମାତ୍ର ପ୍ରେକ୍ଷାଳୟରେ ତାହା କେତେ ଦିନ ପ୍ରଦର୍ଶିତ ହେଉଛି ତାହା ଆଉ ଅଛପା ହୋଇ ରହିନାହିଁ। ସିନେମାର ନିର୍ମାଣଶୈଳୀରେ ତ୍ରୁଟିକୁ ଲୁଚାଇବାକୁ ଯାଇ ଅଯଥା ବାହୁସ୍ପୋଟ ମାରିବା ଆଦୌ ସମୀଚୀନ ନୁହେଁ। ଦିନ ଥିଲା ଭଲ ମୌଳିକ କାହାଣୀ, ଯେଉଁଥିରେ ଆମ ଓଡ଼ିଆ ମାଟିର ବାସ୍ନା ଭରି ରହିଥିଲା ସେପରି ସିନେମା ପ୍ରସ୍ତୁତ ହେଉଥିଲା, ଯାହାକୁ ଜଣେ ଦର୍ଶକ ବାରମ୍ବାର ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ଏବେ ଅଧିକାଂଶ ଦର୍ଶକ ଓଡ଼ିଆ ସିନେମା ଦେଖିବା କଥା ପଡ଼ିଲା ବେଳକୁ ନାକ ଟେକୁଛନ୍ତି। ପରିପକ୍ୱତା ଥିବା ଚଳଚ୍ଚିତ୍ରକୁ ଶିଳ୍ପର ମାନ୍ୟତା ମିଳିଛି ହେଲେ ଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌। ଶିଳ୍ପ ପାଇଁ କିଛି ଭିତ୍ତିଭୂମି ନାହିଁ କି ପ୍ରଯୋଜକମାନଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ନାହିଁ। ଆମେ କେବଳ ବର୍ଷକୁ ବର୍ଷ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା ବଢ଼ାଇ ଚାଲିଛୁ। ଭିଟାମିନ୍‌ ଅଭାବଗ୍ରସ୍ତ ଚଳଚ୍ଚିତ୍ର ଆଉ ବାର୍ଦ୍ଧକ୍ୟବସ୍ଥାରେ କେତେଦିନ ବଞ୍ଚତ୍ବ ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri