ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା

ବାଲେଶ୍ୱର ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ ରହିଛି। ଏହି ସମୟକୁ କିପରି ସଦୁପଯୋଗ କରାଯାଇପାରିବ ତାହାକୁ ନେଇ ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଆ ବର୍ଣ୍ଣମାଳାଗୁଡ଼ିକୁ ନେଇ ସେ ସୁନ୍ଦର ସୁନ୍ଦର କାର୍ଟୁନ ତିଆରି କରୁଛନ୍ତି। ଡ୍ରଇଂ ଆସୁ ନ ଥିବା ଛୋଟ ବଡ଼ ସମସ୍ତେ ଏଥିରୁ ସହଜରେ ଶିକ୍ଷାଲାଭ କରିପାରିବେ। ଲକ୍‌ଡାଉନ ସମୟରେ ଏହାକୁ ଭିଡ଼ିଓଗ୍ରାଫି କରି ୟୁଟ୍ୟୁବ୍‌ ମାଧ୍ୟମରେ ଶିଳ୍ପୀ ଦାସ ଉପଲବ୍ଧ କରାଇଛନ୍ତି।
ଓଡ଼ିଆ ଭାଷା ପାଇଁ କିଛି କରିବା ଏବଂ ଓଡ଼ିଶାବାସୀଙ୍କ ସମୟକୁ ସଦ୍‌ବିନିଯୋଗ କରିବା ପାଇଁ ଶିଳ୍ପୀ ଦାସ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ଆଗ୍ରହୀ ସମସ୍ତେ ସାମିଲ ହୋଇ ତାଙ୍କ ଦ୍ୱାରା ପ୍ରସ୍ତୁତ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପଲୋଡ୍‌ ହୋଇଥିବା ଭିଡ଼ିଓକୁ ଦେଖିପାରିବେ। ସେ ପ୍ରତିଦିନ ଦୁଇଟି ଓଡ଼ିଆ ଅକ୍ଷରକୁ ନେଇ ‘ଓଡ଼ିଆ ଅକ୍ଷରରେ କାର୍ଟୁନ୍‌ ଶିକ୍ଷା’ ନାମକ ଏକ ଭିଡ଼ିଓ ଅପଲୋଡ୍‌ କରୁଛନ୍ତି। ଏହାକୁ ପରିବାରର ସମସ୍ତେ ଚାହଁିଲେ ସହଜରେ ଶିଖିପାରିବେ। ପୃଥିବୀର ସବୁ ଅକ୍ଷର ମଧ୍ୟରେ ସୁନ୍ଦର ଅକ୍ଷର ହେଉଛି ଓଡ଼ିଆ। ଏହି ସୁନ୍ଦର ଅକ୍ଷରକୁ ଲେଖିବା ହଁି ଏକ ଚିତ୍ର। ତେଣୁ ଓଡ଼ିଆ ଅକ୍ଷର ଯିଏ ଶିଖିଛନ୍ତି, ସେମାନେ ଜଣେ ଚିତ୍ରକର। ସୁନ୍ଦର ଅକ୍ଷର ମଧ୍ୟରେ ମଧ୍ୟ ବହୁ ଚିତ୍ର ଲୁଚି ରହିଛି। ପ୍ରତ୍ୟେକ ଓଡ଼ିଆଙ୍କୁ ଏହା ସୂଚାଇ ଦେଲେ ସୁନ୍ଦର ଡ୍ରଇଂ କରି ସେମାନେ ଖୁସି ହେବେ ବୋଲି ଦାସ କହିଛନ୍ତି। ବିଶ୍ୱର ସବୁ ଲିପି ମଧ୍ୟରେ ସୁବଠାରୁ ସୁନ୍ଦର ହେଉଛି ଓଡ଼ିଆ ଲିପି। ଏ ଲିପି ଭିତରେ ଲୁଚି ରହିଛି ସୁନ୍ଦର ଚିତ୍ର। ସେସବୁ ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତେ ଶିଖିପାରିବେ। ବହୁ କଷ୍ଟରେ ନିଜ ଘରେ ଛୋଟ ଏକ ଷ୍ଟୁଡ଼ିଓ କରିଛନ୍ତି ଶିଳ୍ପୀ ଦାସ। ତାଙ୍କ ସାନପୁଅ ଅଙ୍କିତ ନିଜ ମୋବାଇଲରେ ଏହି ଅକ୍ଷର ଓ ଚିତ୍ର ଶିକ୍ଷାକୁ ଭିଡ଼ିଓ କରନ୍ତି। ପରେ ମୋବାଇଲରେ ଏଡ଼ିଟିଂ ମଧ୍ୟ କରାଯାଏ। ପ୍ରତିଦିନ ଏହି ସିରିଜ ଭିଡ଼ିଓ ପ୍ରସ୍ତୁତିରେ ତାଙ୍କ ପନତ୍ୀ କନକଲତାଙ୍କ ସହଯୋଗ ମଧ୍ୟ କରନ୍ତି। ଲକ୍‌ଡାଉନ ବେଳେ ପୁରା ପରିବାରକୁ ଶିଳ୍ପୀ ଦାସ ଏହି କାର୍ଯ୍ୟରେ ଲଗାଇଛନ୍ତି। ଫାଙ୍କା ସମୟକୁ ସୃଜନଶୀଳତାରେ ଭରିବା ତାଙ୍କର ଇଚ୍ଛା।
ପ୍ରକାଶଥାଉ କି, ୧୯୯୮ରେ ଏହି ପବ୍ଲିକେଶନ ଦ୍ୱାରା ଶିଳ୍ପୀ କେଶୁଦାସଙ୍କ ‘ଓଡ଼ିଆ ବର୍ଣ୍ଣମାଳା ସହ ସହଜ କାର୍ଟୁନ ଶିକ୍ଷା’ ପୁସ୍ତକ ପ୍ରକାଶ ପାଇଥିଲା। ସେଥିରେ ଛୋଟ କବିତା ସହ ‘ଅ ରୁ କ୍ଷ’ ପର୍ଯ୍ୟନ୍ତ ଓଡ଼ିଆ ଅକ୍ଷରରେ କାର୍ଟୁନ କରିବାର ଧାରା କୁହାଯାଇଥିଲା। ସେହି ପୁସ୍ତକର ଭିଡ଼ିଓଗ୍ରାଫି କରି ଲକ୍‌ଡାଉନ ସମୟରେ ୟୁଟ୍ୟୁବ୍‌ ମାଧ୍ୟମରେ ଶିଳ୍ପୀ ଦାସ ଉପଲବ୍ଧ କରାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri