ଓଡ଼ଗାଁ: ଜବରଦଖଲରେ ମୂଲ୍ୟବାନ ଜମି

ଓଡ଼ଗାଁ,୧୪।୫(ସ୍ବ.ପ୍ର.)-ନୟାଗଡ ଜିଲାର ପ୍ରମୁଖ ତହସିଲ ଓଡ଼ଗାଁ ଓ ଏନଏସି ଅଞ୍ଚଳରେ ବହୁ ମୂଲ୍ୟବାନ ଜମି ଜବରଦଖଲରେ ରହିଥିବା ଅଭିଯୋଗ ହେଉଛି । ଏନେଇ ପ୍ରଶାସନିକ ଅଧିକାରୀ ଅବଗତ ଥିଲେ ସୁଦ୍ଧା ସେମାନଙ୍କ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟତଃ ଜିଲାର ଓଡ଼ଗାଁ ସହିତ ଦଲକ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯିବା ପରେ ନିକଟବର୍ତ୍ତୀ ବହୁ ଲୋକଙ୍କର ସଦର ଅଞ୍ଚଳର ଜାରିଙ୍ଗୀ ମୌଜାରେ ଥିବା ଜାଗା ଉପରେ ନଜର ପଡିଥିଲା । ଫଳରେ କେତେଜଣ ସ୍ଥାନୀୟ ଦଲାଲଙ୍କ ସହାୟତାରେ ଏହି ମୌଜାରେ ଥିବା ବହୁ ମୂଲ୍ୟବାନ ଜମିକୁ ଟଙ୍କା ଦେଇ ବେଆଇନଭାବେ ଦଖଲକୁ ନେଇଛନ୍ତି। ଏଥିସହ କାଗଜପତ୍ର କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭିନ୍ନ ଗ୍ରାମରେ ଜବରଦଖଲକାରୀଙ୍କ ନିଜସ୍ବ ଘରବାରି ଥିଲେ ସୁଦ୍ଧା ସେମାନଙ୍କୁ ପୁଣିଥରେ ବାସହୀନ ଦର୍ଶାଇ ସରକାରଙ୍କ ତରଫରୁ ଘରବାରି ପ୍ରଦାନ କରାଯାଇଥିଲା। ଏସବୁ ପଛରେ ହୀନ ରାଜନୈତିକ ଉଦ୍ୟମ ରହିଥିବା ଆଲୋଚନା ହେଉଛି। ଏନେଇ ପ୍ରଶାସନିକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା। ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥାନୀୟ ବଜାର ଓ ସରକାରୀ ପଲିଟେକ୍‌ନିକ ନିକଟରେ ସରକାରୀ ଜାଗାରେ ବେଆଇନ ଦଖଲରେ ଥିବା କେତେକ ଦୋକାନ ଘରକୁ ଉପଜିଲାପାଳ, ତହସିଲଦାର ଓ ଏନଏସି ନିର୍ବାହୀ ଅଧିକାରୀଙ୍କ ଉପସ୍ଥିିତିରେ ଭାଙ୍ଗିଦିଆଯାଇଥିଲା । ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ କେତେକ ଜବରଦଖଲକାରୀ ଦୋକାନ ଘରକୁ ପୁନଃ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ରବିଗାଡିଆ ପଞ୍ଚାୟତ ଅନ୍ତର୍ଗତ ଜାମୁପାଟଣା ଓ ଶୂଳିଆ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବିଭିନ୍ନ କିସମର ପ୍ରାୟ ୬୦ ଏକର ସରକାରୀ ଜମିକୁ ଜଣକ ପରେ ଜଣେ ହଡପ କରିବାକୁ ଉଦ୍ୟମ କରୁଥିବା ଜଣାଯାଇଛି ା ପ୍ରଥମେ ସେମାନେ ଉକ୍ତ ସରକାରୀ ଜାଗାରେ ଝାଟିମାଟି ଚାଳଛପର ଘର କରି ରହିବା ପରେ ସେଠାରେ ସରକାରୀ ଅନୁଦାନରେ ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରିବାରେ ସଫଳ ହେଉଛନ୍ତି। ଏପରି କି କେତେକ ସମୟରେ ରାଜସ୍ବ ନିରୀକ୍ଷକ ସେହି ସ୍ଥାନଗୁଡ଼ିକରେ ନାଲି ପତାକା ମାରିଥିଲେ ସୁଦ୍ଧା ସେଥିପ୍ରତି କେହି ଖାତିର କରୁ ନାହାନ୍ତି। ଏପରିସ୍ଥଳେ ବାବା ଦୂତିକେଶ୍ୱର ମହାଦେବଙ୍କ ମନ୍ଦିର ନିକଟସ୍ଥ ପାଣି ଟାଙ୍କି ପାଖରେ ଝାଟିମାଟି ଓ ଚାଳଛପର ଘର ନିର୍ମାଣ କରି କେତେକ ଲୋକ ସରକାରୀ ଜାଗା ହଡପ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଜବରଦଖଲ ସମ୍ପର୍କରେ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ନାୟକଙ୍କୁ ପଚରାଯିବାରୁ ସମ୍ପ୍ରତି ଆଚରଣ ବିଧି ଲାଗିଥିବାରୁ କୌଣସି କାଯର୍‌ୟାନୁଷ୍ଠାନ ହୋଇପାରିବ ନାହିଁ ଏବଂ ଆଚରଣ ବିଧି ଉଠିବା ପରେ ହିଁ ଯାହାକିଛି କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri