ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି ଶିକ୍ଷକ ମାନେ ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଛି ସ୍କୁଲ କର୍ତ୍ତୃପକ୍ଷ ଏ ନିୟମକୁ ବେଖାତିର କରି ପିଲାଙ୍କୁ ସ୍କୁଲକୁ ଡକାଇ ବହି ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହିପରି ଘଟଣା ଖୋଦ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ଏମ୍‌ଇ ସ୍କୁଲରେ ଶନିବାର ଦେଖିବାକୁ ମିଳିଥିଲା। ପିଲାମାନେ ଗହଳି କରି ବହି ପାଇଁ ଠିଆ ହୋଇଥିବା ବେଳେ କାଁ ଭାଁ ମାସ୍କ ପିନ୍ଧିଥିଲେ। ସାମାଜିକ ଦୂରତା ପ୍ରତି ଶିକ୍ଷକମାନେ ଆଦୌ ଧ୍ୟାନ ଦେଇ ନ ଥିଲେ। ପଚାରିବାରେ ଏମିତିକା ବାଣ୍ଟିଲେ ହେଲେ ହେବ ବୋଲି କହିଥିଲେ। ଏନେଇ ବିଇଓ ମୋବାଇଲରେ କୌଣସି ଉତ୍ତର ନ ଦେବାରୁ ଡିଇଓଙ୍କୁ ଅବଗତ କରାଯାଇଥିଲା, ଏପରିକି ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଶିକ୍ଷକମାନେ ବେଖାତିର କରିଥିବା ସେ କହିଛନ୍ତି। ଅନୁରୁପ ଭାବେ ତହସିଲଦାର, ଉପଜିଲାପାଳ ଓ ଜିଲାପାଳଙ୍କ ମୋବାଇଲକୁ ଫଟୋ ଦ୍ୱାରା ଅବଗତ କରାଯାଇଥିବା ବେଳେ ବହି ବଣ୍ଟା ଚାଲିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ମିଶିଲେ ପୂର୍ବତନ ଅଧ୍ୟକ୍ଷ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଅନୁଗୋଳ ମ୍ୟୁନିସିପାଲ୍‌ଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ ଓ ତାଙ୍କ ସମର୍ଥକ ସୋମବାର ବିଜେଡିର ଯୋଗ ଦେଇଛନ୍ତି। ବିଜେଡି ସାଂଗଠନିକ...

କ୍ରୀଡ଼ା ସଙ୍ଗଠକ ସୁମନ୍ତ ଭୋଇଙ୍କ ପରଲୋକ

ବଲାଙ୍ଗୀର ଅଫିସ,୩୧।୧: ବଲାଙ୍ଗୀରର ବିଶିଷ୍ଟ କ୍ରୀଡ଼ା ସଙ୍ଗଠକ ସୁମନ୍ତ ଭୋଇ (୫୬)ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ବଲାଙ୍ଗୀରରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି...

ଆଠମଲ୍ଲିକ ବିଧାୟକଙ୍କ ଖବରଦାତା ସମ୍ମିଳନୀ : ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳ ପାଇଁ ଦିଆଯିବ ପ୍ରସ୍ତାବ

ଅନୁଗୋଳ ଅଫିସ, ୮।୬- ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ। ପ୍ରଶାସନିକ କ୍ଷେତ୍ରରେ ଥିବା ନିଜର ଦୀର୍ଘବର୍ଷର...

୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ...

ଶ୍ରମିକଙ୍କ କାମ କରୁଛି ମେଶିନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ବାଟବଣା

ବରୀ,୨୮ା୪(ଡି.ଏନ.ଏ.): ସରକାର ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ ଯୋଗାଇ ଦେବାର ନିୟମ ରହିଛି। ଏଥିସହିତ ଶ୍ରମିକମାନେ...

ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ

ପଦ୍ମପୁର, ୫।୬ (ଡି.ଏନ.ଏ.): ପ୍ରେମିକଙ୍କୁ ପ୍ରତାରଣା କରି ପ୍ରେମିକା ଅନ୍ୟ ଜଣେ ଯୁବକଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ପ୍ରେମିକ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ...

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ୪ ଗୁରୁତର, ୬ ଆହତ

ପାଟଣା,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳି ପାଟଣା ରାସ୍ତାର ଜଡିଚାତର ନିକଟରେ ବୁଧବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଛି। ଫଳରେ...

ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବାମପନ୍ଥୀ ଦଳର ବିକ୍ଷୋଭ

ଭଦ୍ରକ ଅଫିସ, ୮।୮ – ବାମପନ୍ଥୀ ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଗୁରୁବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମ୍ମୁ କଶ୍ମୀରକୁ...

Advertisement
Archives

Model This Week