ଓଏମ୍‌ସି ଗନ୍ଧମାର୍ଦ୍ଦନ ଲୌହଖଣି, ପାରିପାର୍ଶ୍ୱିକ ଗ୍ରାମରେ ବିଶୋଧନ

କେନ୍ଦୁଝର,୧୭ା୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଓଡ଼ିିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହଖଣି ଏବଂ ଏହାର ଚତୁଃପାର୍ଶ୍ୱରେ ଅବସ୍ଥିତ ଗ୍ରାମଗୁଡିକୁ ଓଏମ୍‌ସି ଖଣିରେ ଉତ୍ତୋଳନ କରୁଥିବା କଳିଙ୍ଗ କମର୍ସିଆଲ କର୍ପୋରେସନ ଲିଃ. ସଂସ୍ଥା ବିଶୋଧନ କରିଛି। ଲକ୍‌ଡାଉନ ସମୟରେ ଗ୍ରାମବାସୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି। ଓଏମ୍‌ସିର ପାରିପାର୍ଶ୍ୱିକ ଗ୍ରାମ ଇଚିଣ୍ଡା,ତଳକଇଁସାରୀ,ଉପର କଇଁସାରୀ,ଶୁଆକାଟୀ ବଜାର,ଭୂୟାଁ ସାହି ସମେତ ଓଏମସି କାର୍ଯ୍ୟାଳୟ,ଓଏମସି କଲୋନୀ,ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କାର୍ଯ୍ୟାଳୟ,ମାଇନିଂ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନୱାଡି କେନ୍ଦ୍ର,ଗନ୍ଧମାର୍ଦ୍ଦନ ଖଣିର ଖନନ ଓ ଉତ୍ତୋଳନ ସ୍ଥାନ,ଖଣି ରାସ୍ତା,କେସିସି ଷ୍ଟାଫ୍‌ କଲୋନୀ,ଅଫିସ୍‌ ଗୁଡିକରେ ବିଶୋଧକ ଯୁକ୍ତ ଜଳ ସିଞ୍ଚନ କରାଯାଇଥିଲା। କରୋନା ସତର୍କତା ଅବଲମ୍ବନ ପୂର୍ବକ ଖଣିରେ ସାମାଜିକ ଦୂରତ୍ୱ ରକ୍ଷା କରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ହ୍ୟାଣ୍ଡସାନିଟାଇଜର, ସାବୁନ, ମାସ୍କ, ହ୍ୟାଣ୍ଡ ୱାସ ଇତ୍ୟାଦି ବଣ୍ଟନ କରାଯାଇଥିଲା। କେସିସିର ମାନବ ସମ୍ବଳ ଅଧିକାରୀ ଅକ୍ଷୟ ପାଲ,ମୁଖ୍ୟ ପ୍ରକଳ୍ପ ସଂଯୋଜକ ଜି.ଶ୍ରୀକୁମାର,ମେକାନିକାଲ ବିଭାଗ ମୁଖ୍ୟ ଭକ୍ତପ୍ରସାଦ ସେଠୀ ଏବଂ ଏଚ୍‌୍‌ଆର ଏକଜିକ୍ୟୁଟିଭ ବିଭୁପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶୋଧନ କାର୍ଯ୍ୟ ହେବା ସହ କରୋନା ସତର୍କତା ସାମଗ୍ରୀ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ, ରାସ୍ତାରୋକୋ

ମହାକାଳପଡ଼ା,୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ରାଜଗଡ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଲୋକେ ବୁଧବାର ସକାଳେ ମହିଳାମାନେ ରାସ୍ତାକୁ...

ବଳାତ୍କାର ଘଟଣା : ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୧୦ : ନିଆଳି ଥାନା ଅଞ୍ଚଳରେ ଗତ ଅଗଷ୍ଟ ୮ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଦିପୁନା ଭୋଇଙ୍କୁ ଗିରଫ...

୫ ଦିନ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ,୧୨ା୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ଶଟ୍‌ଡାଉନ୍‌ କରାଯାଇଛି। ଗୁରୁବାର ଅର୍ଥାତ୍‌...

ଲଘୁ ଖଣିଜ ଖାଦାନ ଉପରେ ୧୪୪ ଧାରା

ଉଦଳା/ଖୁଣ୍ଟା, ୧୮।୮ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ, ଚୋରା ଚାଲାଣ, ପଥର ବ୍ଲାଷ୍ଟିଂ...

ସରିଲା ୫ମ ରାଉଣ୍ଡ ଗଣତି: ଆଗରେ ଅଛନ୍ତି ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ପୂର୍ବ ୪ଟି ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ...

ମଧ୍ୟାହ୍ନ ଭୋଜନରେ ପୋକ, ଖାଇଲେନି ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ ୨୨ା୯(ଡି.ଏନ.ଏ): ହିଞ୍ଜିଳିକାଟୁ ବ୍ଲକ ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ଥିବାରୁ ବହୁ...

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ...

କେସିଙ୍ଗା ୧ ନଂ ଜୋନ୍‌ରେ କଂଗ୍ରେସର ପ୍ରଚାର ଜୋରଦାର

କେସିଙ୍ଗା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୧ନଂ ଜୋନ୍‌ରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି ଜୋନ୍‌ରେ ବେଲଖଣ୍ଡି, ହାତୀଖୋଜ, ସିରଜାପାଲି,ତୁଣ୍ଡଳା, ନୂନ ମାଠ,...

Advertisement
Archives

Model This Week