Posted inରାଜ୍ୟ

ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ: ବଦଳିଲେ ୨୧ ବିଡିଓ, ଉପଜିଲାପାଳ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଟିଟିଲାଗଡ଼ ବିଡିଓ ମୋତିଲାଲ ସୁଳିଆଙ୍କୁ ବୀରମହାରାଜପୁର ବ୍ଲକକୁ ବଦଳି କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବିଡିଓ ପବିତ୍ର ମୋହନ କାନୁନ୍‌ଗୋଙ୍କୁ ଥୁଆମୂଳ ରାମପୁର, ପାଲଲହଡ଼ା ତହସିଲଦାରଙ୍କୁ ପଟ୍ଟାମୁଣ୍ଡାଇ, ରଘୁନାଥପୁର ବିଡିଓ ପଞ୍ଚାନନ ପଟ୍ଟାୟତଙ୍କୁ ରଣପୁର, ରଣପୁର ବିଡିଓ ରଶ୍ମିରେଖା ଦାସଙ୍କୁ ବେଗୁନିଆ, ହିନ୍ଦୋଳ ବିଡିଓ ହେମନ୍ତ କୁମାର ମହାନ୍ତଙ୍କୁ କୁଜଙ୍ଗ, ସିନାପାଲି ବିଡିଓ ସୁରେନ୍ଦ୍ର କୁମାର ମେହେରଙ୍କୁ ପାଇକମାଳ, ପାଇକମାଳ ବିଡିଓ ସଦାଶିବ ନାୟକଙ୍କୁ ସିନାପାଲି, ମାଲକାନଗିରି ବିଡିଓ ଅଜୟ ପ୍ରଧାନଙ୍କୁ ଧର୍ମଗଡ଼, ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କୁ ମାଲକାନଗିରି, ମାଲକାନଗିରି ଉପଜିଲାପାଳ ଦୁର୍ଗାପ୍ରସାଦ ଦୋରାଙ୍କୁ ଝରିଗାଁ ବିଡିଓ ଭାବେ ବଦଳି କରାଯାଇଛି। ସେହିପରି ନୟାଗଡ଼ ଉପଜିଲାପାଳ ସାଗର କୁମାର ନନ୍ଦଙ୍କୁ ଜଗତ୍‌ସିଂହପୁର, ଖୋର୍ଦ୍ଧା ଉପଜିଲାପାଳ ବବିତା ମଞ୍ଜରୀ ନାୟକଙ୍କୁ ଅସ୍ତରଙ୍ଗ ବିଡିଓ ଭାବେ, ଝାରବନ୍ଧ ବିଡିଓ ରୁନୁ ଲାକ୍ରାଙ୍କୁ ଝାରବନ୍ଧ ବିଡିଓ ସହିତ ସେହି ବ୍ଲକର ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଆସ୍କା ବିଡିଓ ସତ୍ୟସୁନ୍ଦର ରାଉତଙ୍କୁ ଭାପୁର ବଦଳି କରାଯାଇଥିବା ବେଳେ ଲମତାପୁଟ ତହସିଲଦାର ସ୍ନେହପ୍ରଭା ମାଝିଙ୍କୁ କୁନ୍ଦ୍ରା, ଦେଓଗାଁ ବିଡିଓ ବର୍ନାଡେଟ ଲାକ୍ରାଙ୍କୁ ଗୁରୁଣ୍ଡିଆ, ଗୋଲମୁଣ୍ଡା ତହସିଲଦାର ମନୀଷା ଦାସ କୋକସରା, ବାଲିଅନ୍ତା ବିଡିଓ ଆଦିକନ୍ଦ ବେହେରାଙ୍କୁ ଘସିପୁରା, ବରି ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ବୋଲଗଡ଼ ଏବଂ ଉମରକୋଟ ତହସିଲଦାର ଧର୍ମରାଜ ମାଝିଙ୍କୁ ଚନ୍ଦାହାଣ୍ଡି ବିଡିଓ ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ବାହୁଡ଼ା ଯାତ୍ରା ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ, ଦାରୁ ଶଗଡ଼ି ଶୋଭାଯାତ୍ରାରେ ସାମିଲ ବହୁ ସଂଖ୍ୟକ ଶ୍ରଦ୍ଧାଳୁ  

ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକଠାରେ ନିର୍ମାଣଧୀନ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ସହ ଶ୍ରୀ…

ରାଜ୍ୟରେ ପିଭିଟିଜିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାଜନକ, ୮୧ପ୍ରତିଶତ ମହିଳା ବ୍ୟବହାର କରୁନାହାନ୍ତି…

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ଓଡ଼ିଶାର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ(ପିଭିଟିଜି)ଙ୍କ ମଧ୍ୟରେ କୁପୋଷଣ, ରକ୍ତହୀନତା, ମାତୃ ସ୍ବାସ୍ଥ୍ୟ ଓ ମୌଳିକ ସ୍ବାସ୍ଥ୍ୟସେବାର ଅଭାବ ଚିନ୍ତାର ବିଷୟ ପାଲଟିଛି।…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତା ପ୍ରତ୍ୟାହାର

ଭୁବନେଶ୍ୱର,୨୧।୭(ସୁଚିସ୍ମିତା ସାହୁ): ସରକାରୀ କଲେଜରେ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସରକାରୀ କଲେଜ ପ୍ରିନ୍ସିପାଲଙ୍କଠାରୁ ନିଯୁକ୍ତି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବାବେଳେ ଏହି ଦାୟିତ୍ୱରେ…

ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଯାଏ ଲାଗିରହିବ ଘଡ଼ିଘଡ଼ି ସହ ବର୍ଷା, ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୨୧।୭- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri