ଐତିହାସିକ ବିଜୟ, ତଥାପି ମନଉଣା

ବଇଣ୍ଡା, ୨୫ା୫(ଡି.ଏନ.ଏ.)- ବିଜୟ ବାସ୍ନା ପାଉ ପାଉ ଅନେକ ପ୍ରାର୍ଥୀ ଉତ୍ସବ ଆୟୋଜନରେ ଲାଗିପଡ଼ନ୍ତି। ଫୁଲ, ତେଲ, ବାଜା, ବାଣ ଆଦି ପାଇଁ ଆଗୁଆ ବରାଦ ଦେଇଦିଅନ୍ତି। ଆଉ ବିଜୟୀ ଘୋଷିତ ହେବାମାତ୍ରେ ସେଲିବ୍ରେସନ ଆରମ୍ଭ ହୋଇଯାଏ ଶୋଭାଯାତ୍ରାରୁ। ହେଲେ ଏକ ଐତିହାସିକ ବିଜୟ ପାଇଥିଲେ ବି ଆଠମଲ୍ଲିକରୁ ନବ ନିର୍ବାଚିତ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ ଉତ୍ସବ ପାଳନ ବଦଳରେ ମନଉଣା କରିଥିବା ଏବେ ଚାରିଆଡ଼େ ଚର୍ଚ୍ଚା। କାରଣ ବି ନିଆରା। ତାଙ୍କ ରାଜନୈତିକ ଜୀବନ ଓ ବିଜୟରେ ପ୍ରମୁଖ ଭୂମିକା ନେଇଥିବା ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ନିର୍ବାଚନରେ ପରାଜିତ ହୋଇଥିବାରୁ ସାଏ ଉତ୍ସବ ପାଳନରୁ ବିରତ ରହିଥିବା କର୍ମୀଙ୍କ ମହଲରେ ଜୋରଦାର ଆଲୋଚନା ହେଉଛି।
ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଛି ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଏଠାରେ ବିଧାୟକ ଥିବା ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କୁ ଦଳ ଏଥର ଟିକେଟ୍‌ ଦେଇ ନ ଥିଲା। ତାଙ୍କ ବଦଳରେ କଟକ ମହାନଗର ନିଗମ କମିଶନର ଦାୟିତ୍ୱରେ ଥିବା ରମେଶ ଚନ୍ଦ୍ର ସାଏଙ୍କୁ ବିଜେଡି ଆଠମଲ୍ଲିକରୁ ପ୍ରାର୍ଥୀ କରିଥିଲା। ତେବେ ସରକାରୀ ଉଚ୍ଚ ପଦବୀ ଛାଡ଼ିବାଠାରୁ ଆରମ୍ଭ କରି ବିଧାୟକ ନିର୍ବାଚିତ ହେବା ଯାଏ ତାଙ୍କ ରାଜନୈତିକ ଯାତ୍ରା ପଛରେ ନଳିନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରି କି ଦଳର ରାଜ୍ୟ ସଭାପତି ଏକାଦିନେ ଉଭୟଙ୍କ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ଘୋଷଣା ବି କରିଥିଲେ। ସେବେଠାରୁ ଦୁହେଁ ଏକାଠି ନିର୍ବାଚନ ପ୍ରଚାର କରୁଥିଲେ। ଆଠମଲ୍ଲିକ ଅଞ୍ଚଳରେ ନଳିନୀ ନିଜ ପାଇଁ ଭୋଟ ମାଗିବା ସହ ସାଏଙ୍କ ନିମନ୍ତେ ମଧ୍ୟ ଭୋଟରଙ୍କୁ ଅନୁରୋଧ କରୁଥିଲେ। ହେଲେ ଗୁରୁବାର ପ୍ରକାଶିତ ଫଳାଫଳ ସାଏଙ୍କ ସପକ୍ଷରେ ଯାଇଛି। ସେ ୪୭,୧୩୫ ଖଣ୍ଡ ଭୋଟରେ ଭାଜପାର ଭାଗୀରଥି ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ଆଠମଲ୍ଲିକ ନିର୍ବାଚନ ଇତିହାସରେ ଏତେ ବଡ଼ ବ୍ୟବଧାନରେ କେବେ ବି କୌଣସି ପ୍ରାର୍ଥୀ ବିଜୟୀ ହୋଇ ନ ଥିଲେ। ହେଲେ ସାଏ ଏପରି ଏକ ଐତିହାସିକ ବିଜୟ ପାଇ ଆଠମଲ୍ଲିକ ଇତିହାସରେ ନୂତନ ଫର୍ଦ୍ଦ ଯୋଡିଛନ୍ତି। ଶୁକ୍ରବାର ଆଠମଲ୍ଲିକ ଉପଜିଲାପାଳ ତଥା ରିଟର୍ନିଂ ଅଫିସର ସୁବାସ ଚନ୍ଦ୍ର ରାୟଙ୍କଠାରୁ ସାଏ ପ୍ରମାଣପତ୍ର ଗ୍ରହଣ କରିସାରିଛନ୍ତି। ସ୍ତ୍ରୀ ଲିନା ସାଏ ଓ ଆଠମଲ୍ଲିକ ବିଜେଡି ବ୍ଲକ ସଭାପତି ମହେଶ୍ୱର ଦେହୁରୀଙ୍କ ଉପସ୍ଥିତିରେ ସାଏ ପ୍ରମାଣପତ୍ର ନେଇ ବିନା ଆଡମ୍ବରରେ ଫେରି ଯାଇଥିଲେ। ନଳିନୀଙ୍କ ପରାଜୟର ଗ୍ଲାନି ସାଏଙ୍କୁ ଘରିଥିବାରୁ ବିଜୟ ଉତ୍ସବ ପାଳନ ନ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri