Posted inଖେଳ

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତିି ବ୍ୟାଟିଂ ନିଷ୍ପତି ନେଇଛି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବାବେଳେ ବାଂଲାଦେଶ ଦୁଇଟି ପରିବର୍ତ୍ତନ କରିଛି। ଉଭୟ ଦେଶ ପାଇଁ ଏହା ଏକ ଐତିହାସିକ ମ୍ୟାଚ୍‌। ଉଭୟ ଦେଶ ପ୍ରଥମଥର ପାଇଁ ଫ୍ଲଡଲାଇଟରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତ ଏବଂ ବାଂଲାଦେଶ ଖେଳାଳିଙ୍କୁ ଭେଟିଥିଲେ। ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ। ଏହା ପୂର୍ବରୁ ଭାରତ ଇନ୍ଦୋର ଟେଷ୍ଟକୁ ଇନିଂସ ଓ ୧୩୦ ରନରେ ଜିତି ୧-୦ରେ ଆଗୁଆ ରହିଛି। ପିଙ୍କ ବଲ ଟେଷ୍ଟକୁ ଜିତି ଭାରତ ଆଉ ଏକ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ସାତବର୍ଷ ପୂର୍ବେ ଏହି ଟେଷ୍ଟକୁ ମଞ୍ଜୁରୀ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri