ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ:ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ, ୧୩।୧୧:କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଙ୍ଗଳବାର ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପ୍ରଥମ ଦିନରେ ବାଲିଯାତ୍ରା ପଡିଆକୁ ଚାହିଁଲେ ଲୋକ ମାଳମାଳ। ବିଶେଷକରି ସନ୍ଧ୍ୟାରେ ମାତ୍ରେ ଭିଡ଼ ଅଧିକ ହୋଇଥିଲା। ଫଳରେ ଆଗକୁ ଯିବା ଭାରି ମୁସ୍କିଲ ହୋଇଥିଲା। କୋଳାହଳରେ ଫାଟି ପଡ଼ୁଥିଲା କାନ। ଲୋକମାନେ ଚଟ୍‌ପଟି ଖାଦ୍ୟ ଖାଇବା ସାଙ୍ଗକୁ ଦୋଳିରେ ବସି ବାଲିଯାତ୍ରାର ମଜ୍ଜା ନେଇଥିଲେ। ଏଥିସହ ବାଲିଯାତ୍ରାର ଉପର ଓ ତଳପଡିଆରେ ଖୋଲିଥିବା ଷ୍ଟଲରୁ ବିଭିନ୍ନ ଜିନିଷ କିଣାକିଣି କରିଥିଲେ। ବାଲିଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଚୋରି, ଡକାୟତିକୁ ରୋକିବା ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଡ଼ିଆରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୨୦୦ ଜଣ ଅଫିସର ନିୟୋଜିତ ହୋଇଛନ୍ତି। କଟକ ଡିସିପି ଅଖିଳେଶ୍ୱର ସିଂ ବାଲିଯାତ୍ରା ପଡ଼ିଆରେ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଏଥିସହ ପଡ଼ିଆରେ ପୋଲିସ ଆଉଟ ପୋଷ୍ଟ ନିର୍ମାଣ କରାଯାଇଛି। ପର୍ଯ୍ୟଟକ, ବ୍ୟବସାୟୀମାନେ ଯେ କୌଣସି ସମସ୍ୟା ସମ୍ମୁଖୀନ ହେଲେ ପୋଲିସର ସହାୟତା ନେଇପାରିବେ। ପଡିଆରେ ୬ଟି ୱାଚ ଟାୱାର ନିର୍ମାଣ କରାଯାଇଛି। ଚୋରି, ଡକାୟତିକୁ ରୋକିବା ଲାଗି ବାଲିଯାତ୍ରା ଉପର ପଡ଼ିଆରେ ୫ ଓ ତଳ ପଡ଼ିଆରେ ୯ଟି ୱାଚ୍‌ ଟିମ୍‌ ସଜାଗ ରହିଛନ୍ତି। ଏଥିସହ ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଛନ୍ତି। ବାଲିଯାତ୍ରାରେ ଛୋଟ ପିଲାମାନେ ହଜିଯିବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କୁ ନେଇ ଆସିଥିବା ଅଭିଭାବକ ଏଥିପ୍ରତି ଧ୍ୟାନ ଦେବାକୁ ଡିସିପି କହିଛନ୍ତି। ସେହିପରି ସେହିପରି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସିଏମ୍‌ସି ଷ୍ଟଲ୍‌ରେ ପରିମଳ ବ୍ୟବସ୍ଥା
କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ଏକ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଛି। ଏଠାରେ ସ୍ବେରେଜ ଓ ପରିମଳ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ଅବଗତ କରାଯାଇଛି। ସିଏମ୍‌ସି ପକ୍ଷରୁ ସ୍ବଚ୍ଛ ଭାରତ ମିଶନ, ଜୈବ ବିଘଟନ କ୍ଷମ ‘ଓଦା ବର୍ଜ୍ୟବସ୍ତୁ କେନ୍ଦ୍ର’, ଶୁଖିଲା ବର୍ଜ୍ୟବସ୍ତୁ ଆଦାୟ ଓ ତାହାର ପୁନଃ ପରିଚାଳନା କେନ୍ଦ୍ର, ପୌରାଞ୍ଚଳର ନର୍ଦ୍ଦମା ସଫେଇ କାର୍ଯ୍ୟକ୍ରମ ଆଦି ବିଷୟରେ ଲୋକେ ଅବଗତ ହୋଇଥିଲେ।
ଟିକସ ପଇଠ ପାଇଁ ସଚେତନ
ସିଏମ୍‌ସି ପକ୍ଷରୁ ଏମ୍‌ପିଓଏସ୍‌ ମେଶିନ ଦ୍ୱାରା ବିଭିନ୍ନ ଟିକସ ପଇଠ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଏକ ଷ୍ଟଲ ଖୋଲିଥିଲା। ଏହା ଜରିଆରେ ମ୍ୟୁନିସିପାଲିଟିରେ ହୋଲଡିଂ ଟିକସ, ଫୁଡ ଲାଇସେନ୍ସ ପେମେଣ୍ଟ ଭଳି ବିଭିନ୍ନ ଅର୍ଥ ଦେଣନେଣ ପ୍ରକ୍ରିୟା ଇ-ପେମେଣ୍ଟ ମାଧ୍ୟମରେ କରାଯିବ। ଯାହା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା।
ବାଲିଯାତ୍ରାରେ ଶିମିଳିପାଳ ମହୁ
ମା’ ଶାରଳା ଏସ୍‌ଏଚ୍‌ଜି ଗ୍ରୁପ ପକ୍ଷରୁ ବିକ୍ରି ହେଉଥିବା ଶିମିଳିପାଳର ଦେଶୀ ମହୁର ଅଧିକ ଚାହିଦା ରହିଛି। ବଜାରରେ ଏହା ପର୍ଯ୍ୟାପ୍ତ ପରିମାଣର ମିଳୁ ନ ଥିବାରୁ ଲୋକମାନେ ଏଠାରେ ଏହି ମହୁକୁ ନେବା ପାଇଁ ବେଶ୍‌ ପସନ୍ଦ କରୁଛନ୍ତି। ଏହି ମହୁ ୫୦୦ ଗ୍ରାମକୁ ୨୨୦ ଟଙ୍କା ରହିଛି। ପାଖାପାଖି ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବିକ୍ରି ହୋଇଛି। ସେହିପରି ହାତ ତିଆରି ହଳଦୀ, ଜିରା, ଜୁଆଣି ଲୋକମାନେ କିଣୁଛନ୍ତି ବୋଲି ଷ୍ଟଲ୍‌ ମାଲିକ ପ୍ରମୋଦ କୁମାର ଭଇସାଲ କହିଛନ୍ତି।
ଘରକରଣା ସାମଗ୍ରୀ ଷ୍ଟଲରେ ମହିଳାଙ୍କ ଲାଇନ୍‌
କାଇଁଶ ଗଛରୁ ପ୍ରସ୍ତୁତ ହୋଇଥିବା ଘରକରଣା ସାମଗ୍ରୀ ନେବା ପାଇଁ ମହିଳାମାନଙ୍କର ଲମ୍ବା ଲାଇନ ଲାଗିଥିଲା। ବିଶେଷକରି ଫୁଲ ଚାଙ୍ଗୁଡ଼ି ଓ ଡାଲା ପେଡ଼ିର ଚାହିଦା ଅଧିକ ଥିଲା। ଏହାର ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦ ବର୍ଷ ଧରି ବାଲିଯାତ୍ରାରେ ବ୍ୟବସାୟ କରୁଛି। ଗଁାରୁ କାଇଁଶ ସଂଗ୍ରହ କରି ବିଭିନ୍ନ ରୂପ ଦେଇଥାଉ। କେବଳ ଓଡ଼ିଶା ନୁହେଁ ବାହାରକୁ ମଧ୍ୟ ଏହି ସାମଗ୍ରୀ ରପ୍ତାନୀ କରିଥାଉ। ବାଲିଯାତ୍ରା ଆସିଲେ ବେଶ୍‌ ଦି ପଇସା ରୋଜଗାର ହୋଇଥାଏ ବୋଲି କେନ୍ଦ୍ରାପଡ଼ାର ବ୍ୟବସାୟୀ ମାଗୁଣି ଚରଣ ସ୍ବାଇଁ କହିଛନ୍ତି।
ଛୋଟ ପିଲାଙ୍କ ସାମଗ୍ରୀ ବିକ୍ରି ସ୍ଥଳରେ ଭିଡ଼
ବାଲିଯାତ୍ରା ପଡ଼ିଆରେ ବୁଲା ବ୍ୟବସାୟୀଙ୍କ ଚାହିଦା ବଢିବାରେ ଲାଗିଛି। ଛୋଟ ପିଲାମାନଙ୍କ ନିମନ୍ତେ ସେମାନେ ବିଭିନ୍ନ ପ୍ରକାର ପେଁକାଳି, ବ୍ୟାଣ୍ଡ, କଣ୍ଢେଇ ଆଦି ବିକ୍ରି କରିବାକୁ ଆଣିଥାନ୍ତି। ଛୋଟ ପିଲାଙ୍କ ସାମଗ୍ରୀ ବିକ୍ରି ସ୍ଥଳରେ ଭିଡ଼ ଦେଖିବାକୁ ମିଳିଥିଲା। ଏ ନେଇ ବିହାରରୁ ଆସିଥିବା ବ୍ୟବସାୟୀ କହିଛନ୍ତି, ମୁଁ ୧୦ ବର୍ଷ ହେଲା ବାଲିଯାତ୍ରାରେ ପିଲାଙ୍କ ଖେଳଣା ବିକୁଛି। ଖେଳଣାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଦିଲ୍ଲୀରୁ ଆସିଥିବା ଆସିଫ ଅଲି କହିଛନ୍ତି, ୫ ବର୍ଷ ହେଲା ବାଲିଯାତ୍ରାରେ ପିଲାଙ୍କ ନିମନ୍ତେ ବ୍ୟାଣ୍ଡ ବାଜା ବିକ୍ରି କରିଆସୁଛୁ। ଗତ ବର୍ଷଠାରୁ ଏହି ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛୁ।
ଷ୍ଟଲ୍‌ରେ କଏଦୀଙ୍କ ହାତ ତିଆରି ସାମଗ୍ରୀ
ବାଲିଯାତ୍ରା ପଡ଼ିଆରେ ଏକ ନିଆରା ଷ୍ଟଲ୍‌ ଦେଖିବାକୁ ମିଳିଥିଲା। ଯେଉଁଥିରେ ଓଡ଼ିଶାର ବିଭିନ୍ନ ଜେଲ୍‌ରେ କାର୍ଯ୍ୟ କରୁଥିବା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗାମୁଛା, ଦରି, ଆସନ, ସବାଇ ଘାସରେ ତିଆରି ବିଭିନ୍ନ ସାମଗ୍ରୀ, ପରିବା ଷ୍ଟାଣ୍ଡ, ବ୍ୟାଗ, ରୁମାଲ, ସୋରିଷ ତେଲ, ଫିନାଇଲ ଭଳି ସାମଗ୍ରୀ ବିକ୍ରି କରାଯାଉଥିଲା। ଗାମୁଛାର ଦାମ ୧୦୦ଟଙ୍କାରୁ ଆରମ୍ଭ କରି ୧୩୦, ଦରି ୬୭୦ ଟଙ୍କାରୁ ୭୨୦୦ ଟଙ୍କାରେ ବିକ୍ରି ହେଉଥିବା ତପନ ପଟ୍ଟନାୟକ କହିଛନ୍ତି। ଏଥିରୁ ଆୟ ହେଉଥିବା ଅର୍ଥ ସରକାରୀ ତହବିଲକୁ ଯିବ ବୋଲି ସେ କହିଛନ୍ତି।
ପ୍ରଥମ ଦିନରେ ବୋଟିଂ ହେଲାନି
ବାଲିଯାତ୍ରା ପଡିଆରେ ପର୍ଯ୍ୟଟକଙ୍କ ନିମନ୍ତେ ଅସ୍ଥାୟୀ ପୋଖରୀ କରାଯାଇ ବୋଟିଂ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପ୍ରଥମ ଦିନରେ ବୋଟିଂର ମଜା ଉଠାଇପାରି ନ ଥିଲେ ପର୍ଯ୍ୟଟକ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri