Posted inଜାତୀୟ

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସନ୍ତୁଷ୍ଟ ହେବା ଭଳି ଭିନ୍ନ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟିକରି ସରକାର ଗଢ଼ିବା ପାଇଁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ମଧ୍ୟ ଏଥିରୁ ପଛରେ ପଡ଼ିନାହିଁ। ଏହାକୁ ନେଇ ମହାରାଷ୍ଟ୍ରରେ ଛକାପଞ୍ଝା ଚାଲିଥିବାବେଳେ ଦିଲ୍ଲୀ ରାଜନୀତି ମଧ୍ୟ ସରଗରମ ହୋଇଛି।
ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ମହାରାଷ୍ଟ୍ରର ୫୯ ବର୍ଷର ଇତିହାସରେ ଏହାକୁ ମିଶାଇ ୩ ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏହା ପୂର୍ବରୁ ୧୯୮୦ ଫେବୃୟାରୀରୁ ଜୁନ୍‌ ମଧ୍ୟରେ ୧୧୨ ଦିନ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ସେହିପରି ୨୦୧୪ ସେପ୍ଟେମ୍ବର-ଅକ୍ଟୋବରରେ ୩୩ ଦିନ କେନ୍ଦ୍ରୀୟ ଶାସନ ଅଧୀନରେ ରହିଥିଲା ଏହି ରାଜ୍ୟ। ଅକ୍ଟୋବର ୨୧ରେ ନିର୍ବାଚନ ଫଳ ୨୪ ତାରିଖରେ ଆସିବା ପରେ ରାଜନୈତିକ ସଙ୍କଟକୁ ନେଇ ଜାରି ସଦ୍ୟ ରାଷ୍ଟ୍ରପତି ଶାସନ ସବୁଠୁ ବଡ଼ ଦଳ ଭାଜପା ପାଇଁ ଆଶ୍ୱସ୍ତି ଆଣିଦେଇଥିବାବେଳେ ଏନ୍‌ସିପି, କଂଗ୍ରେସ ଓ ଶିବସେନା ମଧ୍ୟ ପରସ୍ପର ପାଇଁ ଗ୍ରହଣଯୋଗ୍ୟ ହେବା ଭଳି ବୁଝାମଣା କରିବାକୁ ସମୟ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି, ରାଜ୍ୟପାଳଙ୍କୁ ଆମେ ୪୮ ଘଣ୍ଟା ମାଗିଥିଲୁ। କିନ୍ତୁ ସେ ରାଷ୍ଟ୍ରପତି ଶାସନ ଜାରି କରି ୬ ମାସ ସମୟ ଦେଇଛନ୍ତି। ଯଦି ଜମ୍ମୁ-କଶ୍ମୀରରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସହ ମିଶି ଭାଜପା ସରକାର ଗଠନ କରିପାରୁଛି ତେବେ ଆମେ କାହିଁକି ଏନସିପି-କଂଗ୍ରେସ ସହ ମିଶି ନ ପାରିବୁ। ହିନ୍ଦୁତ୍ୱର ମାନେ କେବଳ ରାମମନ୍ଦିର ନିର୍ମାଣ ନୁହେଁ। ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି, ଯାହା ଉପରେ ଆମେ କାମ କରୁଛୁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଶିବସେନାର ମହାରାଷ୍ଟ୍ରର ଜନାଦେଶକୁ ଅସମ୍ମାନ କରିଛି ବୋଲି ବରିଷ୍ଠ ଭାଜପା ନେତା ସୁଧୀର ମୁଙ୍ଗନ୍ତିଓ୍ବାର ସମାଲୋଚନା କରିଛନ୍ତି। ଭାଜପା ନେତା ନାରାୟଣ ରାଣେ କହିଛନ୍ତି, ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଢ଼ିପାରିବେ ନାହିଁ। ଭାଜପା ସରକାର ଗଠନ ପାଇଁ ଉଦ୍ୟମ କରିବ ଓ ସଫଳ ହେବ। ଏନ୍‌ସିପି ନେତାମାନେ ମଧ୍ୟ ସରକାର ଗଠନ ପାଇଁ ଉଦ୍ୟମ ଚଳାଇଛନ୍ତି। ଏନ୍‌ସିପି ଥରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଢ଼ିବା ପରେ ଶପଥ ଗ୍ରହଣ କରାଯିବ ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି। ତେବେ ତାଙ୍କ ଦାଦା ତଥା ଦଳର ମୁଖ୍ୟ ଶରଦ ପାଓ୍ବାର ତରବରିଆ ଭାବେ ପଦକ୍ଷେପ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଆଇନ ବିଶେଷଜ୍ଞଙ୍କ ମତରେ ନବନିର୍ବାଚିତ ବିଧାୟକମାନେ ଜଣେ ପ୍ରୋଟେମ୍‌ ସ୍ପିକର (କାମଚଳା ବାଚସ୍ପତି, ଯାହାଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥାନ୍ତି)ଙ୍କ ଦ୍ୱାରା ଶପଥ ନେଇ ନ ଥିବାରୁ ରାଜ୍ୟରେ ବିଧାନସଭାର ଅସ୍ତିତ୍ୱ ନାହିଁ। ତେଣୁ ରାଷ୍ଟ୍ରପତି ଶାସନ ଚାଲିଥିବା ଅବଧି ମଧ୍ୟରେ ଏହାକୁ ନିଲମ୍ବନ ଅବସ୍ଥାରେ ରଖାଯିବାର ପ୍ରଶ୍ନ ଉଠୁନାହିଁ। ଗୃହ ଗଠିତ ହୋଇ ନ ଥିବାରୁ ଅନ୍ୟ ପଦକ୍ଷେପଗୁଡ଼ିକ କିପରି ପ୍ରଭାବକୁ ଆସିପାରିବ। କୌଣସି ଦଳ ବା ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଠନ ପାଇଁ ତାଙ୍କୁ ବୁଝାଇବା ପରେ ହିଁ ଯାହା ହେବା କଥା ହେବ ବୋଲି ଜଣେ ବିଶ୍ଳେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri