Posted inଜାତୀୟ

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସନ୍ତୁଷ୍ଟ ହେବା ଭଳି ଭିନ୍ନ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟିକରି ସରକାର ଗଢ଼ିବା ପାଇଁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ଉଦ୍ୟମ ଚାଲିଥିବାବେଳେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ମଧ୍ୟ ଏଥିରୁ ପଛରେ ପଡ଼ିନାହିଁ। ଏହାକୁ ନେଇ ମହାରାଷ୍ଟ୍ରରେ ଛକାପଞ୍ଝା ଚାଲିଥିବାବେଳେ ଦିଲ୍ଲୀ ରାଜନୀତି ମଧ୍ୟ ସରଗରମ ହୋଇଛି।
ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ମହାରାଷ୍ଟ୍ରର ୫୯ ବର୍ଷର ଇତିହାସରେ ଏହାକୁ ମିଶାଇ ୩ ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏହା ପୂର୍ବରୁ ୧୯୮୦ ଫେବୃୟାରୀରୁ ଜୁନ୍‌ ମଧ୍ୟରେ ୧୧୨ ଦିନ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ସେହିପରି ୨୦୧୪ ସେପ୍ଟେମ୍ବର-ଅକ୍ଟୋବରରେ ୩୩ ଦିନ କେନ୍ଦ୍ରୀୟ ଶାସନ ଅଧୀନରେ ରହିଥିଲା ଏହି ରାଜ୍ୟ। ଅକ୍ଟୋବର ୨୧ରେ ନିର୍ବାଚନ ଫଳ ୨୪ ତାରିଖରେ ଆସିବା ପରେ ରାଜନୈତିକ ସଙ୍କଟକୁ ନେଇ ଜାରି ସଦ୍ୟ ରାଷ୍ଟ୍ରପତି ଶାସନ ସବୁଠୁ ବଡ଼ ଦଳ ଭାଜପା ପାଇଁ ଆଶ୍ୱସ୍ତି ଆଣିଦେଇଥିବାବେଳେ ଏନ୍‌ସିପି, କଂଗ୍ରେସ ଓ ଶିବସେନା ମଧ୍ୟ ପରସ୍ପର ପାଇଁ ଗ୍ରହଣଯୋଗ୍ୟ ହେବା ଭଳି ବୁଝାମଣା କରିବାକୁ ସମୟ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଛନ୍ତି, ରାଜ୍ୟପାଳଙ୍କୁ ଆମେ ୪୮ ଘଣ୍ଟା ମାଗିଥିଲୁ। କିନ୍ତୁ ସେ ରାଷ୍ଟ୍ରପତି ଶାସନ ଜାରି କରି ୬ ମାସ ସମୟ ଦେଇଛନ୍ତି। ଯଦି ଜମ୍ମୁ-କଶ୍ମୀରରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସହ ମିଶି ଭାଜପା ସରକାର ଗଠନ କରିପାରୁଛି ତେବେ ଆମେ କାହିଁକି ଏନସିପି-କଂଗ୍ରେସ ସହ ମିଶି ନ ପାରିବୁ। ହିନ୍ଦୁତ୍ୱର ମାନେ କେବଳ ରାମମନ୍ଦିର ନିର୍ମାଣ ନୁହେଁ। ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି, ଯାହା ଉପରେ ଆମେ କାମ କରୁଛୁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଶିବସେନାର ମହାରାଷ୍ଟ୍ରର ଜନାଦେଶକୁ ଅସମ୍ମାନ କରିଛି ବୋଲି ବରିଷ୍ଠ ଭାଜପା ନେତା ସୁଧୀର ମୁଙ୍ଗନ୍ତିଓ୍ବାର ସମାଲୋଚନା କରିଛନ୍ତି। ଭାଜପା ନେତା ନାରାୟଣ ରାଣେ କହିଛନ୍ତି, ଶିବସେନା, ଏନ୍‌ସିପି ଓ କଂଗ୍ରେସ ସରକାର ଗଢ଼ିପାରିବେ ନାହିଁ। ଭାଜପା ସରକାର ଗଠନ ପାଇଁ ଉଦ୍ୟମ କରିବ ଓ ସଫଳ ହେବ। ଏନ୍‌ସିପି ନେତାମାନେ ମଧ୍ୟ ସରକାର ଗଠନ ପାଇଁ ଉଦ୍ୟମ ଚଳାଇଛନ୍ତି। ଏନ୍‌ସିପି ଥରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଢ଼ିବା ପରେ ଶପଥ ଗ୍ରହଣ କରାଯିବ ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି। ତେବେ ତାଙ୍କ ଦାଦା ତଥା ଦଳର ମୁଖ୍ୟ ଶରଦ ପାଓ୍ବାର ତରବରିଆ ଭାବେ ପଦକ୍ଷେପ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଆଇନ ବିଶେଷଜ୍ଞଙ୍କ ମତରେ ନବନିର୍ବାଚିତ ବିଧାୟକମାନେ ଜଣେ ପ୍ରୋଟେମ୍‌ ସ୍ପିକର (କାମଚଳା ବାଚସ୍ପତି, ଯାହାଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥାନ୍ତି)ଙ୍କ ଦ୍ୱାରା ଶପଥ ନେଇ ନ ଥିବାରୁ ରାଜ୍ୟରେ ବିଧାନସଭାର ଅସ୍ତିତ୍ୱ ନାହିଁ। ତେଣୁ ରାଷ୍ଟ୍ରପତି ଶାସନ ଚାଲିଥିବା ଅବଧି ମଧ୍ୟରେ ଏହାକୁ ନିଲମ୍ବନ ଅବସ୍ଥାରେ ରଖାଯିବାର ପ୍ରଶ୍ନ ଉଠୁନାହିଁ। ଗୃହ ଗଠିତ ହୋଇ ନ ଥିବାରୁ ଅନ୍ୟ ପଦକ୍ଷେପଗୁଡ଼ିକ କିପରି ପ୍ରଭାବକୁ ଆସିପାରିବ। କୌଣସି ଦଳ ବା ମେଣ୍ଟ ରାଜ୍ୟପାଳଙ୍କ ନିକଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଠନ ପାଇଁ ତାଙ୍କୁ ବୁଝାଇବା ପରେ ହିଁ ଯାହା ହେବା କଥା ହେବ ବୋଲି ଜଣେ ବିଶ୍ଳେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri