‘ଏ ମାଟି ପାଇଁ ଫକୀରମୋହନଙ୍କ ଅବଦାନ ଅତୁଳନୀୟ’

ବାଲେଶ୍ୱର ଅଫିସ, ୧୬।୬-ଏ ମାଟି ପାଇଁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଅତୁଳନୀୟ। ଭାଷାଭିତ୍ତିକ ପ୍ରଦେଶ ଗଠନରେ କାର୍ଯ୍ୟାବଳୀର ଭୂମିକା ଯେଭଳି ଗୁରୁତ୍ୱପୂର୍ଣ୍ଣ ତାଙ୍କ ରଚିତ ସାରସ୍ବତ ବିଭବ ଓଡ଼ିଆ ସାହିତ୍ୟକୂ ନୂଆ ଦିଗ ଦେଖାଇଥିବା ବାଲେଶ୍ୱର ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଶନିବାର ବ୍ୟାସକବିଙ୍କ ଶ୍ରାଦ୍ଧଦିବସ ପାଳନ ସମାରୋହରେ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଛନ୍ତି।
ପୂର୍ବାହ୍ନ ୯ଟାରେ ଫକୀରମୋହନଙ୍କ ସମାଧିପୀଠ ଛତୁଆ ପୋଖରୀଠାରେ ମାଲ୍ୟାର୍ପଣ ସହ ବିଶ୍ୱନାଥ ରଣାଙ୍କ ତତ୍ତ୍ୱାବଧାନରେ ତିଳତର୍ପଣ କରାଯାଇଥିଲା ା ଡା. ହରିଶ୍ଚନ୍ଦ୍ର ବେଲରା, ଅରୁଣ ରାୟ, ଶିରୀଶ ଜେନା, କୁମାର ଗୋପାଲ, ପ୍ରଦୀପ ଚାଟାର୍ଜା, ତପନ ରାୟ, ଗୋପୀନାଥ ଶତପଥୀ, କଲ୍ୟାଣୀ ନନ୍ଦ, ଶ୍ରୀରୂପା ମଞ୍ଜରୀ ସେନ୍‌ ପ୍ରମୁଖ ତିଳତର୍ପଣ କରିଥିଲେ ା ପୂର୍ବାହ୍ନ ୧୦ଟାରେ ଜିଲା ସଂସ୍କୃତି ଭବନରେ ଆୟୋଜିତ ଶ୍ରାଦ୍ଧୋତ୍ସବରେ ଅନୁଷ୍ଠାନ ସଭାପତି ଡା. ଶିରୀଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ ା ଡା. ପ୍ରହ୍ଲାଦ ମହାନ୍ତି ମୁଖ୍ୟଅତିଥି, ଡା. ସୁବାସ ଚନ୍ଦ୍ର ପାତ୍ର ଓ ଡା. ହରିଶ୍ଚନ୍ଦ୍ର ବେହେରା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଫକୀରମୋହନଙ୍କ ସାରସ୍ବତ କୃତୀ ଉପରେ ଆଲୋକପାତ କରିଥିଳେ। ପରିଷଦ ସମ୍ପାଦକ ଡା. କୁମାର ଗୋପାଲ ଓ ଉପସଭାପତି ପ୍ରଦୀପ ଚାଟାର୍ଜୀ ଅନୂରପ ବକ୍ତବ୍ୟ ରଖିଥିଲେ। ତପନ ରାୟ ମଞ୍ଚ ଆହ୍ବାନ କରିଥିଲେ। ସହସମ୍ପାଦିକା କଲ୍ୟାଣୀ ନନ୍ଦ ଶେଷକୁ ଧନ୍ୟବାଦ ଅର୍ପଣ କରିଥିଲେ ା ଶ୍ରୀରୂପା ସେନ୍‌, ମମତା ମହାପାତ୍ର, ଦୀପକ ଦାସ, ରଞ୍ଜନ ବାଗ, ଗୋପୀନାଥ ଶତପଥୀ, ଡା. ସନାତନ ଦାସ, ମହେନ୍ଦ୍ର ପ୍ରସାଦ ଧଳ, ରାଧାରଞ୍ଜନ ପଟ୍ଟନାୟକ, ରମାକାନ୍ତ ମହାନ୍ତି, ଉମେଶ ବାରିକ, ଯୋଗେଶ ପ୍ରଧାନ, କମଳିନୀ କାସ୍ତା, ଉଷାରାଣୀ ଦାସ, ସୁବ୍ରତା ମହାନ୍ତି, ଜ୍ୟୋସ୍ନା ରାୟ, କୃଷ୍ଣା ପ୍ରଧାନ, ଗୀତାରାଣୀ ପୁରୀ, କମଳାକାନ୍ତ ଦାସ, ନୃସିଂହଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?