Posted inଖେଳ

ଏହି ଯୁବ କ୍ରିକେଟର୍‌ଙ୍କୁ ବ୍ୟାଟ୍‌ ଗିଫ୍ଟ କରିଥିଲେ ସଚିନ

ମୁମ୍ବାଇ, ୨୦।୬- ଭାରତୀୟ କ୍ରିକେଟ୍‌ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ୨୦୧୮ରେ ଜାତୀୟ ଦଳରେ ପଦାର୍ପଣ କରିବା ପୂର୍ବରୁ ଖବରର ଶିରୋନାମାରେ ରହିଥିଲେ। ୨୦୧୪ରେ ତାଙ୍କୁ ଯେତେବେଳେ ମାତ୍ର ୧୪ ବର୍ଷ ହୋଇଥିବା ସ୍କୁଲସ୍ତରୀୟ ଏକ କ୍ରିକେଟ୍‌ ପ୍ରତିଯୋଗିତାରେ ପୃଥ୍ବୀ ୫୪୬ ରନର ମାରାଥନ ଇନିଂସ ଖେଳି ଚର୍ଚ୍ଚାକୁ ଆସିଥିଲେ। ଏହି ବିଶାଳ ଇନିଂସ ମଧ୍ୟରେ ସେ ୮୫ ଚୌକା ଓ ୫ଟି ଛକା ମାରିଥିଲେ। ତେବେ ନିକଟରେ ଏକ ସାକ୍ଷାତ୍‌କାର ଅବସରେ ୨୦ ବର୍ଷୀୟ ପୃଥ୍ବୀ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି। ପୃଥ୍ବୀ କହିଛନ୍ତି, ତାଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ହୋଇଥିଲା ସେତେବେଳେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏକ ବ୍ୟାଟ୍‌ ଗିଫ୍ଟ କରିଥିଲେ। ଏଥିସହ ମୋର ଭବିଷ୍ୟତ ପାଇଁ ଶୁଭକାମନା କରିଥିଲେ। ୨୦୦୮ ମସିହାର ଏହି ଘଟଣାକୁ ମନେ ପକାଇ ପୃଥ୍ବୀ କହିଛନ୍ତି ‘ମୁମ୍ବାଇର ଏମ୍‌ଆଇଜି କ୍ରିକେଟ୍‌ ଏକାଡେମୀରେ ଅଭ୍ୟାସ କରୁଥିବାବେଳେ ସଚିନ ଥରେ ସେଠାକୁ ବୁଲିବାକୁ ଆସିଥିଲେ। ସେତେବେଳେ ମୋତେ ୮ ବର୍ଷ ହୋଇଥିଲା। ଦୂରରୁ ଥାଇ ସେ ମୋ ଖେଳକୁ ଦେଖୁଥିଲେ। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ମୁଁ ଏକଥା ଜାଣି ନ ଥାଏ। ମୋ ଖେଳରେ ସଚିନ ଏତେମାତ୍ରାରେ ପ୍ରଭାବିତ ହୋଇଯାଇଥିଲେ ଯେ ଗିଫ୍ଟ ଆକାରରେ ଏକ ବ୍ୟାଟ୍‌ ପ୍ରଦାନ କରିଥିଲେ। ଏହାସହ ମୋତେ କହିଥିଲେ ତୁମେ ଏହି ବ୍ୟାଟରେ ଅନେକ ରନ୍‌ ସଂଗ୍ରହ କରିବ। ଏହି ଘଟଣାରେ ମୁଁ ଭାବବିହ୍ବଳ ହୋଇଯାଇଥିଲି’ ବୋଲି ପୃଥ୍ବୀ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଖେଳି ପୃଥ୍ବୀ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ଜାତୀୟ ଦଳ ପକ୍ଷରୁ ୪ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେଡିକାଲରେ ଭର୍ତ୍ତି ହେଲେ ରାହୁଲ

ଅହମ୍ମଦାବାଦ,୨।୫ : ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଯିବ। ଏହି କାରଣରୁ ତାଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି।...

ମୁଖ୍ୟ କୋଚ୍‌ ପଦରେ ରହିଲେ ରଶ୍ମି : ଦୀପକ ବୋଲିଂ ଓ ଗୋପାଳ ଫିଲ୍ଡିଂ କୋଚ୍‌

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ରାଜ୍ୟ ସିନିୟର ଦଳପାଇଁ କୋଚିଂ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟ କୋଚ୍‌...

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ...

ଭାଙ୍ଗିଲା କୁମ୍ବଲେଙ୍କ ରେକର୍ଡ

ଟ୍ରେଣ୍ଟ ବ୍ରିଜ,୬।୮: ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନ।...

ଜର୍ମାନୀରେ ବୁଣ୍ଡେସ୍‌ଲିଗା ଆରମ୍ଭ

ବର୍ଲିନ, ୧୭ା୫ (ଏଏଫ୍‌ପି)-ୟୁରୋପର ଅନ୍ୟତମ ଟପ୍‌ ଫୁଟ୍‌ବଲ ଲିଗ୍‌ ବୁଣ୍ଡେସ୍‌ଲିଗା ଶନିବାରଠାରୁ ପୁଣି ଏହାର ମ୍ୟାଚଗୁଡ଼ିକ ଆରମ୍ଭ କରିଛି। କରୋନାଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁ ବିନା ଦର୍ଶକରେ...

କ୍ଲିନ୍‌ ବୋଲ୍ଡ ହେବା ପରେ ରାଗରେ ନିଆଁବାଣ ହୋଇଗଲେ ଈଶାନ, କରିଦେଲେ ଏପରି କାମ ଯେ…

ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଭାବେ ଖରାପ ପ୍ରଦର୍ଶନ ଜାରି ରଖିଛି। ଶନିବାର ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ୧୮ ରନ୍‌ରେ...

ଭାଙ୍ଗିଗଲା ସାଇନା, ଶ୍ରୀକାନ୍ତଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୧୨।୫: ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପକ୍ସରେ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ୍‌-୧୯...

Advertisement
Archives

Model This Week