ଏହି ବ୍ୟାଙ୍କରେ ଜମାହୁଏ ନାହିଁ ଟଙ୍କା

ଚେକୋସ୍ଲୋଭାକିଆର ଏକ ଛୋଟିଆ ସହର ବନସ୍କା ଷ୍ଟିଓନିକା। ଏଠି ରହିଛି ଏକ ଲଭ୍‌ ବ୍ୟାଙ୍କ। ଏଠାରେ ପ୍ରତିବର୍ଷ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମି ଯୁଗଳଙ୍କ ଭିଡ ଲାଗିଥାଏ। କାରଣ ଏଠାରେ ଥିବା ଏକ ବ୍ୟାଙ୍କରେ ପ୍ରେମିକ ପ୍ରେମିକାମାନେ ସେମାନଙ୍କର ପ୍ରେମ କାହାଣୀ ହେଉ ଅବା ଭଲ ପାଇବାର ନିଦର୍ଶନ ସ୍ବରୂପ କିଛି ଜିନିଷ ଜମା ରଖିଥାଆନ୍ତି। ତେବେ ସ୍ଲୋଭାକିଆରେ ଅୟୋଜିତ ହୋଇଥିବା ଏକ ପ୍ରଦର୍ଶନୀରେ ଏହି ବ୍ୟାଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲା। କୁହାଯାଏ ଏହି ବ୍ୟାଙ୍କରେ ବିଶ୍ୱର ସବୁଠାରୁ ଲମ୍ବା ପ୍ରେମ କବିତା ସାଇତା ହୋଇ ରହିଛି। ଏହାକୁ ସ୍ଲୋଭାକିଆର କବି ଆନ୍ଦ୍ରେଜ ସ୍ଲେଡକୋଭିକ ତାଙ୍କ ପ୍ରେମିକା ମାରିଆ ପେଶଲୌବାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ରୋମିଓ ଜୁଲିଏଟଙ୍କ ଭଳି ଆନ୍ଦ୍ରେଜ ଓ ମାରିଆଙ୍କ ପ୍ରେମକାହାଣୀ। ତେବେ ଆନ୍ଦ୍ରେଜ ଓ ମାରିଆଙ୍କ ପ୍ରେମକାହାଣୀ ସତ ହୋଇଥିଲେ ବି ଅଭିଶପ୍ତ। ତେବେ ମାରିଆ ଯେଉଁଘରେ ରହୁଥିଲେ ଏବେ ସେହି ଘର ପାଲଟିଛି ଲଭ୍‌ ବ୍ୟାଙ୍କ। ସ୍ଲୋଭାକିଆ ସରକାରଙ୍କ ତରଫରୁ ଏହାକୁ ନେଇ ପ୍ରତିବର୍ଷ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଉଛି। ଏହି ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ସାଜୁଛି ଲଭ୍‌ ମିଟର। ଏଥିରେ ପ୍ରେମି ଯୁଗଳଙ୍କ ଭଲପାଇବାକୁ ମାପି ହେଉଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟ, ପ୍ରତିବର୍ଷ ଏଠାକାର ପ୍ରେମୀ ଯୁଗଳ ଅପେକ୍ଷା ରଖିଥାଆନ୍ତି ଭାଲେଣ୍ଟାଇନ୍‌ ଡେ’କୁ। ଏହିଦିନ ଏମାନେ ଏଠାକୁ ଆସି ସେମାନଙ୍କ ପୁରୁଣା ସ୍ମୃତିକୁ ଦେଖି ଆନନ୍ଦ ଅନୁଭବ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ୍‌ ଭଳି ବାଇକ୍‌କୁ ଟେକି ଫୋପାଡ଼ିଲା ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ବିଶେଷକରି ପ୍ରାଣୀମାନଙ୍କ ସୋସିଆଲ ମିଡିଆରେ କିଛି ନା...

ମହିଳା ଅପରାଧୀଙ୍କୁ ଫାଶୀ

ଓ୍ବାଶିଂଟନ୍‌,୧୪ା୧: ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଆମେରିକାର ସୁପ୍ରିମକୋର୍ଟ ଲିସା ମଣ୍ଟଗୋମୋରି (୫୨)ଙ୍କୁ ଫାଶୀ ଦିଆଯାଇଛି। ପ୍ରାୟ ସାତ ଦଶନ୍ଧିରେ ଆମେରିକା ଇତିହାସରେ ଜଣେ...

ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ...

ରାଶି ଅନୁଯାୟୀ ଗଣେଶଙ୍କ ପୂଜା

ମେଷ: ଏ ରାଶିର ବ୍ୟକ୍ତିମାନେ ନାଲିରଙ୍ଗର ଗଣେଶ ମୂର୍ତ୍ତି ପୂଜା କରି ଲଡୁ, ଗୁଡ଼ ଭୋଗ ଲଗାନ୍ତୁ। ବୃଷ: ଏ ରାଶିର ବ୍ୟକ୍ତି ଧଳା ରଙ୍ଗର...

ୟୁକ୍ରେନ ଅଧିକ ଶକ୍ତିଶାଳୀ, ସ୍ବୀକାର କଲେ ପୁଟିନ…

ମସ୍କୋ,୧୮।୧୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବୀକାର କରିଛନ୍ତି ଯେ ୟୁକ୍ରେନ ଅଧିକ ଶକ୍ତିଶାଳୀ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସର ଏକ ଖବର ଅନୁଯାୟୀ...

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜୋ ବିଡେନଙ୍କ ନାମ ଘୋଷଣା କଲା ଡେମୋକ୍ରାଟିକ ପାର୍ଟି

ଓ୍ବାଶିଂଟନ,୬।୬: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଡେମୋକ୍ରାଟିକ ପାର୍ଟି, ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ନାମ ଔପଚାରିକ ଭାବେ ଘୋଷଣା କରିଛି। ଶୁକବ୍ରାର ରାତିରେ ଏକ...

ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’...

ଚାଇନାରେ ବେକାବୁ ହେଲାଣି କରୋନା, ସାଂଘାଇରେ ଗୋଟିଏ ଦିନରେ ୯୦୦୬ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୪ ।୪: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଏହି ମହାମାରୀ ମୁଣ୍ଡ ଟେକିଲାଣି । ଗୋଟିଏ ଦିନରେ ହଜାର ହଜାର ସଂଖ୍ୟାରେ ନୂଆ...

Advertisement
Archives

Model This Week