ଏହି ବଲିଉଡ୍‌ ମୁଭିର ସେଟ୍‌ ତିଆରି କରିବାକୁ ଲାଗିଥିଲା ୩ ମାସ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ଷ୍ଟାରକାଷ୍ଟରେ ନିର୍ମାଣ ହେଉଥିବା ଫିଲ୍ମ ‘ବାଗି ୩’ ଘୋଷଣା ହେବା ଦିନରୁ ହିଁ ଅଛି ଚର୍ଚ୍ଚାରେ। ଏହାର ଗୀତ ହେଉ ଅବା ଟ୍ରେଲର ପୁଣି ଶୁଟିଂ ସେଟ୍‌ର ଫଟୋ ସବୁକିଛି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅହମଦ ଖାଁଙ୍କ ନିର୍ଦ୍ଦେଶିତ ଓ ସାଜିଦ ନାଡିୟାଡଓ୍ବାଲାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଶ୍ରଦ୍ଧା କପୁର, ଅଙ୍କିତା ଲୋଖଣ୍ଡେ ଓ ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର ବିଶେଷତ୍ୱ ହେଉଛି ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାଗି’ପରେ ଶ୍ରଦ୍ଧା କପୁର ଦ୍ୱିତୀୟ ଥର ଲାଗି ଟାଇଗରଙ୍କ ସହ ସ୍କ୍ରିନ୍‌ ଶେୟାର କରୁଛନ୍ତି। ଏହି ଫିଲ୍ମରେ ସିରିଆର ଏକ ଧ୍ୱଂସ ସହରକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେଣୁ ସିରିଆରେ ଯାଇ ଶୁଟିଂ କରିବା ସମ୍ଭବ ନ ଥିବାରୁ ଏଭଳି ଏକ ସେଟ୍‌ ତିଆରି କରିବାର ଥିଲା। ତେଣୁ ଏହାକୁ ତିଆରି କରିବାକୁ ପାଖାପାଖି ୩ ମାସ ସମୟ ଲାଗିଥିଲା ବୋଲି କୁହନ୍ତି ଫିଲ୍ମର ଅନ୍ୟତମ କଳାକାର ରିତେଶ ଦେଶମୁଖ। ଆଉ ଏହି ସେଟ୍‌ ତିଆରି ହେବା ପରେ ଶୁଟିଂ କରିବା ବେଳେ ସମ୍ପୂର୍ଣ୍ଣ ଭାବେ ସିରିଆର ଅନୁଭୂତି ମିଳଥିବା କୁହନ୍ତି ରିତେଶ। ଉକ୍ତ ସେଟ୍‌ରେ ଏକ ବିଶେଷ ଆକ୍ସନ ସିକୁଏନ୍ସ ଶୁଟ୍‌ କରାଯାଇଛି। ସବୁଠାରୁ ବଡ କଥା ହେଲା ଶୁଟିଂ ସମୟରେ ଅସଲ ବିସ୍ଫୋରକ ବ୍ୟବହାର କରାଯାଇଥିଲା ଓ ଏହାପରେ ସେଟଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଫିଲ୍ମଟି ଆକ୍ସନ ଓ ମନୋରଞ୍ଜନରେ ଭରପୂର ହୋଇଥିବା ବେଳେ ଏଥିପାଇଁ ବିଦେଶୀ ଆକ୍ସନ କୋରିଓଗ୍ରାଫର ଟିମ୍‌ ଆସିଥିଲେ। ଏହାସହ ଟାଇଗରଙ୍କ ଷ୍ଟଣ୍ଟ ଫିଲ୍ମକୁ ଆହୁରି ସୁନ୍ଦର କରିପାରିଛି ବୋଲି କହିଛନ୍ତି ରିତେଶ। ଏହା ମାର୍ଚ୍ଚ ପ୍ରଥମ ସପ୍ତାହରେ ରିଲିଜ୍‌ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରେ ବାପା ହେବାକୁ ଯାଉଛନ୍ତି ସୈଫ: ପୁଅ ଇବ୍ରାହିମ୍‌ ଏଭଳି କଲେ କମେଣ୍ଟ

ମୁମ୍ବାଇ,୧୩।୮: ବଲିଉଡ୍‌ ବେବୋ କରୀନା କପୁର ଖାଁ ଓ ଅଭିନେତା ସୈଫ ଅଲୀ ଖାଁଙ୍କ ଘରେ ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ପୁଣି ଥରେ...

ଜନ୍ମଦିନରେ ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଲେ ଏହି ଅଭିନେତା

ନୂଆଦିଲ୍ଲୀ, ୭।୯: ଭାରତର ବ୍ୟାଡ୍‌ମିଣ୍ଟନ ଷ୍ଟାର୍‌ ଜ୍ୱାଲା ଗୁଟ୍ଟା ନିଜର ୩୭ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ଜବରଦସ୍ତ ସର୍‌ପ୍ରାଇଜ ଦେଇଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ...

ବିବାହ ପରେ ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଆସିନ୍‌

ମୁମ୍ବାଇ: କୁଇନ୍‌ ଅଫ୍‌ ଟଲିଉଡ୍‌ ଆସିନ୍‌ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। କାରଣଟା ନିଜର ବ୍ୟକ୍ତିଗତ ଜୀବନ। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ...

‘ମିଶନ୍‌ ମଙ୍ଗଲ୍‌’ର ବୈଜ୍ଞାନିକ ଭୂମିକାରେ ଅକ୍ଷୟ

ମୁମ୍ବାଇ: ସ୍ପେସ୍‌ ଡ୍ରାମା ‘ମିସନ୍‌ ମଙ୍ଗଲ୍‌’ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକା ନେଇଥିବା ବେଳେ ଏହା ତାଙ୍କ ଝିଅ ବୟସର ପିଲାଙ୍କ...

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି...

ଆଉ କମେଡି କରିବେନି କପିଲ!

ମୁମ୍ବାଇ: କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା ଏବେ କୁଆଡେ ଆଉ କମେଡି କରିବେ ନାହିଁ ବୋଲି ଆଲୋଚନା ହେଉଛି। ନିକଟରେ ତାଙ୍କର ଏକ...

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

ସାରାଙ୍କ ଫରେନ୍‌ ଟ୍ରିପ୍‌

ସାରା ଅଲ୍ଲୀ ଖଁ। ଏବେ ଶ୍ରୀଲଙ୍କାରେ ଡେରା ପକାଇଛନ୍ତି। ଶୁଟିଂ ବ୍ରେକ୍‌ ପାଇବା ମାତ୍ରେ ସେ ମାଇଣ୍ଡ ଫ୍ରି କରିବାକୁ ସେଠାକୁ ଯାଇଛନ୍ତି। କିଛିଦିନ ସେ...

Coronavirus Update


Archives

Model This Week

Why Dharitri