ଏହି ଅଭିନେତାଙ୍କ ସହ କିସିଂ ସିନ୍‌ ଦେବାକୁ ମନା କରିଥିଲେ ଅମ୍ରିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଅବ୍‌ କେ ବରଷ’ରେ ଡେବ୍ୟୁ କରିଥିବା ନାୟିକା ଅମ୍ରିତା ରାଓ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହାପରେ ଏହି ଅଭିନେତ୍ରୀ ଫିଲ୍ମ ‘ବିବାହ’ରେ ନଜର ଆସିଥିଲେ। ଆଉ ଏହି ଫିଲ୍ମ ତାଙ୍କୁ ଆଣିଦେଇଥିଲା ଅଜସ୍ର ସଫଳତା। ଏହାପରେ ସେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଥିଲେ। ହେଲେ ଏହାପରେ ତାଙ୍କ କ୍ୟାରିୟରରେ ଆସିଲା ନୂଆ ମୋଡ। ଫିଲ୍ମ ବେବି, ସୌର୍ଯ୍ୟ, ଲାଇଫ୍‌ ପାର୍ଟନର୍‌ ଓ ଜାନେ କାହାଁରେ ଆଇ ଭଳି ଫିଲ୍ମରେ ଅଭିନୟ କଲେ। ତେବେ ୨୦୦୭ରେ ଅମ୍ରିତାଙ୍କ ପାଖକୁ ଏମିତି ଏକ ଅଫର ଆସିଥିଲା ଯେଉଁଥିରେ ରଣବୀର କପୁର ଏଥିରେ ନାୟକ ଭୂମିକାରେ ନଜର ଆସିଥାଆନ୍ତେ। ହେଲେ ଏହି ଫିଲ୍ମରେ ଅଭିନୟ କରିବାକୁ ଅମ୍ରିତା ମନା କରି ଦେଇଥିଲେ। କୁହାଯାଏ ଉକ୍ତ ଫିଲ୍ମରେ ରଣବୀରଙ୍କ ସହ ଏକ ଅନ୍‌ ସ୍କ୍ରିନ୍‌ କିସିଂ ସିନ୍‌ ଥିବାରୁ ଅମ୍ରିତା କୁଆଡେ ସେହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଥିଲେ। ଆହୁରି ମଧ୍ୟ କମ୍‌ ଲୋକଙ୍କୁ ଜଣା କି ଅମ୍ରିତା ଯେତେବେଳେ ୧୬ବର୍ଷର ହୋଇଥିଲେ ସେତେବେଳେ ସେ କ୍ରିକେଟର ନୟନ ମୋଙ୍ଗିଆଙ୍କୁ ଖୁବ୍‌ ପସନ୍ଦ କରୁଥିଲେ। ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି ମଧ୍ୟ। ଏହାପରେ ଅମ୍ରିତା ଆର୍‌ଜେ ଅନମୋଲଙ୍କ ସହ ଦୀର୍ଘ ୭ ବର୍ଷର ଡେଟିଂ ପରେ ୨୦୧୬ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri