ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନେତାଙ୍କ ନାମ ସ୍ବପ୍ନିଲ୍‌ ଯୋଶୀ। ତାଙ୍କ ଚେହେରା ଏତେ ନିରୀହ ଥିଲା ଯେ, ରାମାନନ୍ଦ ତାଙ୍କୁ ଦେଖି ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ। ୧୯୯୩ରୁ ୧୯୯୬ ପର୍ଯ୍ୟନ୍ତ ‘ଶ୍ରୀକୃଷ୍ଣ’ ସିରିଏଲ୍‌ ଟିଭିରେ ପ୍ରସାରିତ ହୋଇଥିଲା।


ଏକ ସାକ୍ଷାତକାରରେ ସ୍ବପ୍ନିଲ୍‌ କହିଛନ୍ତି, ଯେତେବେଳେ ମୁଁ କଲେଜରେ ପ୍ରଥମ ବର୍ଷରେ ପଢୁଥିଲି ସେତେବେଳେ ମୋର ଜଣେ ପ୍ରଶଂସକ ମୋ’ ନିକଟକୁ ଆସିଥିଲେ। ପରେ ସେ ହଠାତ୍‌ ମୋ’ ପାଦତଳେ ପଡ଼ିଗଲେ। ମୋ’ ପାଦକୁ ଛୁଇଁ ପୁଣି କାନ୍ଦିବାରେ ଲାଗିଲେ। ଏହି ଘଟଣା ମୋ’ ପାଇଁ ବହୁତ ଅଦ୍ଭୁତ ଏବଂ ଅଭୁଲା ଥିଲା। କାରଣ ସେହି ଯୁବକ ଜଣେ ସ୍ମୋକର ଥିଲେ ବୋଲି ତାଙ୍କୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଭଗବାନଙ୍କୁ ଭୟ କରୁଥିବାରୁ ସେ ସିଗାରେଟ ଛାଡ଼ିଥିଲେ। କାରଣ ଯେତେବେଳେ ସେ ସିଗାରେଟ ଟାଣୁଥିଲେ, ତାଙ୍କ ସାମ୍ନାରେ ଶ୍ରୀକୃଷ୍ଣଙ୍କ ଛବି ଦେଖାଯାଉଥିଲା। ତା’ ପରଠାରୁ ସେ ସିଗାରେଟ୍‌ ଟାଣିବା ଛାଡ଼ି ଦେଇଥିଲେ। ଖାଲି ଏହି ଯୁବକ ନୁହନ୍ତି, ଅନେକ ପ୍ରଶଂସକ ସେତେବେଳେ ତାଙ୍କୁ ସ୍ବୟଂ ଭଗବାନ ଭାବି ପୂଜା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ଦାମୀ ହିରୋ

ମୁମ୍ବାଇ: ସଲ୍‌ମାନ ଖାନ୍‌ ହୁଅନ୍ତୁ ବା ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ହୁଅନ୍ତୁ ବା ହ୍ରିତିକ୍‌ ରୋଶନ, ଏହି ହିରୋମାନେ ଦଶନ୍ଧି ଧରି ବଲିଉଡ୍‌ରେ ନିଜର...

ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି।...

ମାଧୁରୀ ଶ୍ରୀଲଙ୍କାରେ ନେଇଥିଲେ କୁକିଂ କ୍ଲାସ୍‌: ଏବେ ଲକ୍‌ଡାଉନରେ କାମ ଦେଉଛି

ମୁମ୍ବାଇ: ବଲିଉଡ୍‌ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେ କେବଳ ତାଙ୍କ ଫିଲ୍ମର ବାର୍ଷିକିରେ ପୋଷ୍ଟ କରନ୍ତି...

ବିଗ୍‌ ବି ପାଇବେ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ପାଇବେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର। ସିନେମା ଜଗତକୁ ଜୀବନ ବ୍ୟାପି ଅବଦାନ...

କାହିଁକି ଝଗଡ଼ା ଲାଗିଥିଲେ ସୁଶାନ୍ତ ସିଂ, ସୁରଜ ପଞ୍ଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି।...

କରୀନା କପୁରଙ୍କ ଉପରକୁ କଫି ମଗ୍‌ ଫୋପାଡିଲେ ଏହି ଅଭିନେତା, ଆଉ ତା’ପରେ

ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷୟ କୁମାର...

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ...

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର...

Coronavirus Update

Archives

Model This Week

Why Dharitri