ଏସ୍‌ସିବି ମେଡିକାଲରେ ଦ୍ୱିତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ: ୨ ରୋଗୀ ପାଇଲେ ନୂଆ ଜୀବନ

କଟକ ଅଫିସ,୫ା୩- ବିଶ୍ୱ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା ନିଜ ନଁାରେ ଯୋଡିଛି ଏସ୍‌ସିବି ମେଡିକାଲ। ଜଣେ ମୃତ ମହିଳାଙ୍କ ଶରୀରରୁ କିଡ୍‌ନୀ ବାହାର କରି ଅନ୍ୟ ୨ ଜଣଙ୍କ ଶରୀରରେ ପ୍ରତିରୋପଣ କରିବାରେ ଗୁରୁବାର ସଫଳ ହୋଇଛି ଏସ୍‌ସିବି ମେଡିକାଲ। ଡାକ୍ତରୀ ଭାଷାରେ ଏହାକୁ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବୋଲି କୁହାଯାଏ। ବୁଧବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ(୪୬) ଦୁର୍ଘଟଣାରେ ଗୁରୁତର ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ଘୋଷଣା କରିଥିଲେ। ଗତ ଦିନର ଦୁଇଟି ଅଙ୍ଗଦାନ ଘଟଣାରେ ପ୍ରଭାବିତ ହୋଇ ରାଜଲକ୍ଷ୍ମୀଙ୍କ ପରିବାରବର୍ଗ ମଧ୍ୟ ତାଙ୍କର କିଡ୍‌ନୀ ଦାନ ପାଇଁ ସମ୍ମତି ପ୍ରକାଶ କରିଥିଲେ। ପରେ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ୍‌ର ନେଫ୍ରୋଲୋଜି(କିଡ୍‌ନୀରୋଗ) ବିଭାଗର ମୁଖ୍ୟ ତଥା ସାଟୋର ନୋଡାଲ୍‌ ଅଧିକାରୀ ପ୍ରଫେସର ଡା. ଚିତ୍ତରଞ୍ଜନ କରଙ୍କୁ ଯୋଗାଯୋଗ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗୁରୁବାର ଭୋର୍‌ରେ ଉକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲା। ରାଜଲକ୍ଷ୍ମୀଙ୍କ ଶରୀରରୁ ଦୁଇଟି କିଡ୍‌ନୀ ବାହାର କରିବା ପାଇଁ ସକାଳ ସାଢେ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ରାଜଲକ୍ଷ୍ମୀଙ୍କ ଦୁଇଟି କିଡ୍‌ନୀକୁ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ଏହା ପୂର୍ବରୁ ଏସ୍‌ସିବି ମେଡିକାଲରେ କିଡ୍‌ନୀ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କିଡ୍‌ନୀ ଗ୍ରହଣ କରିବାକୁ ଥିବା ଦୁଇଜଣ ରୋଗୀ କାମାକ୍ଷାନଗରର ରତ୍ନାକର ମହାନ୍ତି(୫୭) ଏବଂ ମୟୂରଭଞ୍ଜର ରୀତାରାଣୀ ମହନ୍ତ(୪୬)ଙ୍କୁ ଅପରେଶନ ଥିଏଟରକୁ ନିଆଯାଇଥିଲା। ଦୁଇଟି କିଡ୍‌ନୀ ପ୍ରତିରୋପଣ ପାଇଁ ୧୧ଜଣ ଡାକ୍ତରଙ୍କୁ ନେଇ ଦୁଇଟି ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା। ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡା. କର ଗୋଟିଏ ଦଳର ନେତୃତ୍ୱ ଓ ଡା. ହୋତା ଅନ୍ୟ ଦଳର ନେତୃତ୍ୱ ନେଇଥିଲେ। ସକାଳ ସାଢେ ୯ଟାରେ ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର ଆରମ୍ଭ ହୋଇ ଅପରାହ୍ନ ୧ଟା ୨୦ମିନିଟ୍‌ରେ ଶେଷ ହୋଇଥିଲା।
ଅଙ୍ଗଦାନ ପାଇଁ ଆଗ୍ରହ ଦେଖାଇଲେ ଗ୍ରହଣକାରୀଙ୍କ ପରିବାରବର୍ଗ:
ରତ୍ନାକର ଏବଂ ରୀତାରାଣୀ ଦୁଇବର୍ଷ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। ବଞ୍ଚିବା ପାଇଁ ସାହାରା ଥିଲା ଡାଏଲିସିସ୍‌। ସପ୍ତାହକୁ ଦୁଇଦିନ ଡାଏଲିସିସ୍‌ ହେଉଥିଲା। ତଥାପି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ ଥିଲା। ଉଭୟଙ୍କ ପରିବାର ଲୋକେ ଏଥିରେ ଚିନ୍ତିତ ହୋଇ ଦିନ କାଟୁଥିଲେ। ଏଭଳି ଏକ ସମୟରେ ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି ରାଜଲକ୍ଷ୍ମୀ। ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହେବା ନେଇ ଡାକ୍ତରମାନେ ଘୋଷଣା କରିବା ପରେ ନିଜ ଖୁସିକୁ ଉଭୟ ପରିବାରର ସଦସ୍ୟମାନେ ରୋକିପାରି ନ ଥିଲେ। ଲୁହଭିଜା ଆଖିରେ ରାଜଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆତ୍ମାର ସଦ୍‌ଗତି କାମନା କରିଥିଲେ। ରାଜଲକ୍ଷ୍ମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ ରତ୍ନାକର ଓ ରୀତାରଣୀଙ୍କ ପୁର୍ନଜନ୍ମ ହୋଇଛି। ଭବିଷ୍ୟତରେ ଯଦି ଆମ ସହ କୌଣସି ପ୍ରକାର ଅଘଟଣ ଘଟେ, ତେବେ ଆମେ ମଧ୍ୟ ଅଙ୍ଗଦାନ କରିବୁ ବୋଲି ରତ୍ନାକର ଏବଂ ରୀତାରାଣୀଙ୍କ ପରିବାର ଲୋକେ କହିଛନ୍ତି।

ପ୍ରଥମେ ପ୍ରିୟଙ୍କା, ପରେ ସୁଚିତ୍ରା ଓ ଏବେ ରାଜଲକ୍ଷ୍ମୀ:
ଓଡ଼ିଶାରେ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଗତ ଫେବୃୟାରୀ ୪ ତାରିଖରେ ହୋଇଥିଲା। ଦାତା ଥିଲେ ଗଞ୍ଜାମ ଜିଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ର। ତାଙ୍କର ଦୁଇଟି କିଡ୍‌ନୀ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇଥିଲା। ସେହିଭଳି ଗତ ୨୬ତାରିଖରେ ଭୁବନେଶ୍ୱରର ସୁଚିତ୍ରା ଦାସଙ୍କୁ ଡାକ୍ତର ବ୍ରେନ୍‌ଡେଡ୍‌ ଘୋଷଣା କରିବା ପରେ ତାଙ୍କର କିଡ୍‌ନୀକୁ ଅନ୍ୟ ଦୁଇଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଗୁରୁବାର ରାଜଲକ୍ଷ୍ମୀଙ୍କ ଦୁଇଟି କିଡ୍‌ନୀକୁ ମଧ୍ୟ ୨ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?