ଏସ୍‌ସିବିରେ କରୋନା ସନ୍ଦିଗ୍ଧ, ୩ ସ୍ବାଇନ୍‌ ଫ୍ଲ୍ୟୁ ରୋଗୀ

କଟକ ଅଫିସ,୯।୩: କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ରବିବାର ଜଣଙ୍କୁ ଏସ୍‌ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ସେ ଜଣେ ଇଞ୍ଜିନିୟର ହୋଇଥିବାବେଳେ ଚାଇନାରେ ଚାକିରୀ କରୁଥିଲେ। ସେଠାରେ କରୋନା ଭୁତାଣୁ ବ୍ୟାପିଥିବାବେଳେ ସେ ଓଡ଼ିଶା ଫେରିଥିଲେ। କିଛିଦିନ ହେବ ତାଙ୍କୁ ଥଣ୍ଡା, ଜ୍ୱର ଲାଗି ରହିଥିଲା। କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପୂର୍ବରୁ ଏକ ଦମ୍ପତିଙ୍କୁ କରୋନା ଆକ୍ରାନ୍ତ ସନ୍ଦେହ କରାଯାଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଉଭୟଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା। ରିପୋର୍ଟ ନେଗେଟିଭ ଆସିବା ସତ୍ତ୍ୱେ ସେମାନଙ୍କୁ ମେଡିକାଲରେ ରଖାଯାଇଛି। ରବିବାର ଏସ୍‌ସିବି ମେଡିକାଲରେ ୩ ଜଣ ସ୍ବାଇନ୍‌ ଫ୍ଲ୍ୟୁ ରୋଗୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ସାର୍ଟିଫିକେଟ ନେଇ ଏତଲା, ଶିକ୍ଷୟିତ୍ରୀ ନିଲମ୍ବିତ

ଚିକିଟି,୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଛି। ଚିକିଟି ବ୍ଲକରେ ଏପରି ଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି।...

ତହସିଲଦାରଙ୍କୁ ଆକ୍ରମଣ ମହଙ୍ଗା ପଡିଲା : ଜେଲ ଗଲେ ଅଧ୍ୟାପକ

ବାଲିଗୁଡା,୧୯ା୭(ଡି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁଦ୍ଧିକ୍ରିୟା ଚାଲିଥିଲା। ତହସିଲଦାର ପହଞ୍ଚତ୍ ବାରଣ କରିବାରୁ ଜଣେ ଅଧ୍ୟାପକ ତାଙ୍କୁ ଆକ୍ରମଣ କରିଥିଲେ। ଥାନାରେ ଅଭିଯୋଗ ପରେ...

ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ।...

ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ...

ସିବିଏସ୍‌ଇ ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୮ା୩ କରୋନା ସଂକ୍ରମଣ ରୋକିବା ଦିଗରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଭାରତ ସରକାରଙ୍କ ଉଚ୍ଚଶିକ୍ଷା/ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବଙ୍କ ପରାମର୍ଶକ୍ରମେ କେନ୍ଦ୍ରୀୟ...

ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟଙ୍କ ପାରିତୋଷିକ ବୃଦ୍ଧି

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟଙ୍କ ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା...

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

Advertisement


Archives

Model This Week