ଏସ୍‌ସିବିକୁ ମିଳିଲା ସୋଟୋ ସ୍ବୀକୃତି

କଟକ ଅଫିସ, ୩୧।୫ : ଏସ୍‌ସିବିକୁ ଷ୍ଟେଟ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ସୋଟୋ) ସ୍ବୀକୃତି ମିଳିଛି। ନ୍ୟାଶନାଲ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ନୋଟୋ) ପକ୍ଷରୁ ଏସ୍‌ସିବିକୁ ଏହି ସ୍ବୀକୃତି ମିଳିବା ପରେ ଏଠାରେ ଖୁବ୍‌ଶୀଘ୍ର କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଖୁବ୍‌ଶୀଘ୍ର ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହେବ। ଏହାପରେ ଏସ୍‌ସିବିରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୋଟୋର ପଦାଧିକାରୀମାନେ ଆସି ବୈଠକ କରିବେ ବୋଲି ଜଣାପଡ଼ିଛି। କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବା ପରେ ଆଇସିୟୁ ଭିତରେ ବ୍ରେନ୍‌ ଡେଡ୍‌ ହୋଇଥିବା ରୋଗୀମାନଙ୍କର ଶରୀରର ବିଭିନ୍ନ ଅଙ୍ଗ ଯଥା କିଡ୍‌ନୀ, ଲିଭର, ପାନକ୍ରିଆଜ, ଲଙ୍ଗସ୍‌ ଓ କର୍ଣ୍ଣିଆ ପ୍ରଭୃତି କଢାଯାଇ ଆବଶ୍ୟକ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଉପଯୋଗ କରାଯିବ। ଅର୍ଥାତ୍‌ ବ୍ରେନ୍‌ ଡେଡ୍‌ ହୋଇଥିବା ରୋଗୀଙ୍କ ଶ୍ୱାସକ୍ରିୟା କେବଳ ଭେଣ୍ଟିଲେଟର ମାଧ୍ୟମରେ ଚାଲୁଥିବ। ଭେଣ୍ଟିଲେଟର କାଢିବାମାତ୍ରେ ରୋଗୀଙ୍କ ମୃତ୍ୟୁ ନିଶ୍ଚିତ ଥିବ। ରୋଗୀଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପାଇଁ ଦୁଇଟି ସ୍ବାଧୀନ ଡାକ୍ତରୀ ଟିମ୍‌ ଗଠନ କରାଯିବ। ଏଥି ନିମନ୍ତେ ଏକ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର)ପ୍ରଣୟନ କରାଯିବ। ପ୍ରଥମ ଟିମ୍‌ ରୋଗୀଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବାର ୬ଘଣ୍ଟା ପରେ ଦ୍ୱିତୀୟ ଟିମ୍‌ ଏହାକୁ ପୁଣିଥରେ ସ୍ଥିର ନିଶ୍ଚିନ୍ତ କରିବ। ୫ଟି ଆଇସିୟୁ ବେଡ୍‌ ଥିବା ରାଜ୍ୟର ଘରୋଇ, ସରକାରୀ ହସ୍ପିଟାଲଗୁଡିକୁ ହାର୍ଭେଷ୍ଟିଂ ସେଣ୍ଟରଭାବେ ଘୋଷଣା କରାଯିବ। ଏସ୍‌ସିବି ରହିବ ନୋଡାଲ ସେଣ୍ଟର। ଅର୍ଥାତ୍‌ ଏହି ସବୁ ହସ୍ପିଟାଲ ଆଇସିୟୁରେ ବ୍ରେନ୍‌ ଡେଡ୍‌ ଅବସ୍ଥାରେ ଥିବା ରୋଗୀମାନଙ୍କ ଠାରୁ ଉପରୋକ୍ତ ଅଙ୍ଗଗୁଡିକୁ ବୈଜ୍ଞାନିକ ପଦ୍ଧତିରେ କଢାଯାଇ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ ସଫଳତାର ସହିତ ପ୍ରତ୍ୟାରୋପଣ କରାଯିବ। ବ୍ରେନ୍‌ ଡେଡ୍‌ ହୋଇଥିବା ରୋଗୀଙ୍କ ପରିବାରବର୍ଗଙ୍କ ସମ୍ମତି ମଧ୍ୟ ନିତାନ୍ତ ଆବଶ୍ୟକ ହେବ।
ସୂଚନାଥାଉ କି, ଏସ୍‌ସିବିରେ ୨୦୧୨ ମାର୍ଚ୍ଚ ୧୯ରୁ କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହିତ କରାଯାଉଛି। ଇତିମଧ୍ୟରେ ୧୬୦ ଜଣ ରୋଗୀଙ୍କ କ୍ଷେତ୍ରରେ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଥିବା ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତା କହିଛନ୍ତି। ଏସ୍‌ସିବି ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଚିତ୍ତରଞ୍ଜନ କରଙ୍କ କହିବା ଅନୁଯାୟୀ, ଅଙ୍ଗପ୍ରତ୍ୟଙ୍ଗ ଅଭାବ ହେଉଥିବାରୁ ଅନେକ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଉଦାହରଣ ଦେଇ ସେ କହିଛନ୍ତି, ଓଡ଼ିଶାରେ ମାସକୁ ୧୫୦୦ରୁ ଊର୍ଦ୍ଧ୍ୱ ସଡ଼କ ଦୁର୍ଘଟଣା ଘଟୁଛି। ଏହିସବୁ ଦୁର୍ଘଟଣାରେ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ପ୍ରତିଶତ ରୋଗୀଙ୍କୁ ଯଦି ବ୍ରେନ୍‌ ଡେଡ୍‌ ଧରାଯାଏ ଏବଂ ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ଯଦି ଅଙ୍ଗପ୍ରତ୍ୟଙ୍ଗ ଦାନ କରନ୍ତି ତେବେ ୭୫ ଜଣ ରୋଗୀ ନୂଆ ଜୀବନ ପାଇପାରିବେ। ତେବେ ଏସ୍‌ସିବିରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ଜୋର୍‌ଦାର ଉଦ୍ୟମ ଚାଲିଥିବା ବେଳେ କେବଳ କିଡ୍‌ନୀ ପ୍ରତ୍ୟାରୋପଣକୁ ଛାଡ଼ିଦେଲେ ଆଉ କୌଣସି ପ୍ରତ୍ୟାରୋପଣ ଏଠାରେ ସମ୍ଭବ ହୋଇନାହିଁ। ଏପରି କି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୬ ବର୍ଷ ତଳୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା ସମ୍ଭବ ହୋଇନାହିଁ। ସେହିପରି କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ ଭଳି ସାଧାରଣ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଏଠାରେ ସମ୍ଭବପର ହୋଇନାହିଁ। ମାତ୍ର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇ ଯନ୍ତ୍ରପାତି ଆସିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନ ହେବା ସ୍ବାସ୍ଥ୍ୟ ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି। ଏ ସମ୍ପର୍କରେ ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ନିକଟରେ ଏ ନେଇ ମେଡିକାଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?