ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଗୁଣ୍ଡାରାଜ: ମହିଳା ଖବରଦାତା, କ୍ୟାମେରାମ୍ୟାନଙ୍କୁ ଆକ୍ରମଣ; ପାର୍କିଂ ଫି ଉପରେ ଖବର ପ୍ରସାରଣ କରୁଥିଲେ

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ସୀମା ଟପିଲା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ତ୍ତୃପକ୍ଷଙ୍କ ଦାଦାଗିରି। ଜଣେ ମହିଳା ଖବରଦାତା ଓ କ୍ୟାମେରାମ୍ୟାନଙ୍କୁ ମଲ୍‌ ଭିତରେ ଆକ୍ରମଣ କରାଯିବା ସହ ଏକ ବନ୍ଦ ଘରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ମହିଳା ଖବରଦାତାଙ୍କୁ ମଲ୍‌ କର୍ମଚାରୀ ଅସଦାଚରଣ କରିଥିବାବେଳେ କ୍ୟାମେରାମ୍ୟାନଙ୍କୁ ଗୋଇଠା ଓ ମାଡ଼ ମରାଯାଇଛି। ଏଥିସହ ତାଙ୍କ କ୍ୟାମେରା ଭାଙ୍ଗିବାକୁ ଉଦ୍ୟମ ହୋଇଥିବା ଶହୀଦନଗର ଥାନାରେ ମହିଳା ଖବରଦାତା ଜଣକ ଗୁରୁତର ଅଭିଯୋଗ କରିଛନ୍ତି।

ମଲ୍‌, ସିନେମା ହଲ୍‌, କଲ୍ୟାଣମଣ୍ଡପ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଲୋକଙ୍କୁ ମାଗଣା ପାର୍କିଂ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। ହେଲେ ସେଠାରେ ବେଆଇନ ଭାବେ ମନଇଚ୍ଛା ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହେବା ପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଜାରି କରିଥିଲେ। ହେଲେ କିଛିଦିନ ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ ବନ୍ଦ କରିବା ପରେ ଏବେ ଏସ୍‌ପ୍ଲାନେଡ୍‌ ମଲ୍‌ ହାଇକୋର୍ଟଙ୍କ ଅର୍ଡର ଆଳ ଦେଖାଇ ପୁଣି ଫି ଆଦାୟ ଆରମ୍ଭ କରିଥିବା ଜଣାପଡିଥିଲା। ଏ ସଂକ୍ରାନ୍ତରେ ଖବର ସଂଗ୍ରହ ପାଇଁ ଏକ ଓ୍ବେବ୍‌ ଚ୍ୟାନେଲର ମହିଳା ପ୍ରତିନିଧି ତାଙ୍କ କ୍ୟାମେରା ମ୍ୟାନ୍‌ ପ୍ରମୋଦ ମହାପାତ୍ରଙ୍କ ସହ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ପହଞ୍ଚତ୍ ପାର୍କିଂ ଫି ଆଦାୟ ହେଉଥିବା କାଉଣ୍ଟର ନିକଟକୁ ଯାଇଥିଲେ। ସେଠାରେ ସେମାନେ ଲାଇଭ୍‌ ରିପୋର୍ଟିଂ କରୁଥିବାବେଳେ ମଲ୍‌ର ସିକ୍ୟୁରିଟି ସୁପରଭାଇଜର ଓ ମଲ୍‌ ମ୍ୟାନେଜର ଶ୍ୟାମା ଝା ପହଞ୍ଚତ୍ ପ୍ରଥମେ ମହିଳା ଖବରଦାତାଙ୍କୁ ଧକ୍କା ମାରିଥିଲେ। ସେ ତଳେ ପଡିଯାଇଥିବାବେଳେ ତାଙ୍କୁ କାଉଣ୍ଟର ପଛରେ ଥିବା ଏକ ଘର ଭିତରକୁ ନେଇଯାଇଥିଲେ। ଏହି ସମୟରେ ୩ଜଣ ସିକ୍ୟୁରିଟି ଗାର୍ଡ କ୍ୟାମେରା ମ୍ୟାନ ପ୍ରମୋଦଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଉଭୟଙ୍କୁ ଘର ଭିତରେ ପୂରାଇ କବାଟ ବନ୍ଦ କରି ନିର୍ଯାତନା ଆରମ୍ଭ କରିଥିଲେ। ସେମାନେ ମହିଳା ଖବରଦାତାଙ୍କୁ ଘର ଭିତରେ ଗୋଡ଼େଇ ଗୋଡ଼େଇ ଗୋଇଠା, ଲାତ ମାରିଥିଲେ। ଏପରି କି ଅସଦାଚରଣ କରିବା ସହ ଆଉ ଏପରି ଖବର ସଂଗ୍ରହ କଲେ ବଳାତ୍କାର କରିଦେବୁ ବୋଲି ଧମକ ଦେଇଥିଲେ। ଆଉ କେତେଜଣ କ୍ୟାମେରାମ୍ୟାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ କ’ଣ ଶୁଟିଂ କରୁଛୁ ଶୀଘ୍ର ଡିଲିଟ୍‌ କର କହି କ୍ୟାମେରାକୁ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲେ। ୧୫ ମିନିଟ୍‌ ଧରି ଏପରି ଆକ୍ରମଣ ଚାଲିଥିବାବେଳେ କେତେଜଣ ସାମ୍ବାଦିକ ଓ ଲୋକ ସେଠାରେ ପହଞ୍ଚତ୍ ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିବା ସହ ବିରୋଧ କରିଛନ୍ତି। ଖୋଦ୍‌ ରାଜଧାନୀରେ ଜଣେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଓ ନିର୍ଯାତନା ଘଟଣା ସହରର ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ୍‌କାନୁନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍‌ ଧରିଛି।

ଏନେଇ ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି କହିଛନ୍ତି, ଅଭିଯୋଗ ଆଧାରରେ ଆଇପିସି ଦଫା ୩୪୧, ୩୨୩, ୩୫୪, ୩୪୨, ୩୪ରେ ମାମଲା ( ନଂ-୭୦୦/୧୯) ରୁଜୁ କରାଯାଇ ତଦନ୍ତ ଚାଲିଛି। ସିସିଟିଭି ଓ କ୍ୟାମେରା ଭିଡିଓ ଯାଞ୍ଚ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହେଲା ପାକିସ୍ତାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରାଚି,୪ା୮: ପୁଣି ଥରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ଲଜ୍ଜିତ ହୋଇଛି ପାକିସ୍ତାନ। ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ପାକିସ୍ତାନୀ ବକ୍ସର କୁଦ୍ରାତୁଲା ଦଳୀୟ…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri