ଏସ୍‌ଓଜି ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡରି ରିର୍ଜଭ ଫରେଷ୍ଟରେ ବୁଧବାର ସନ୍ଧ୍ୟା ୬ଟାରେ ଏସ୍‌ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି। ଏସ୍‌ଓଜି ଜବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଉକ୍ତ ଫରେଷ୍ଟ ନିକଟରେ ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନଙ୍କ ପାଲଟା ଜବାବରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଯବାନମାନେ ସେଠାରେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି। କ୍ୟାମ୍ପ ନିକଟରେ ରକ୍ତ ଛିଟା ପଡିଛି ା ଏହି ଗୁଳି ବିନିମୟରେ ଏକାଧିକ ମାଓବାଦୀ ଗୁରୁତର ଆହତ ହୋଇଥିବା ଆଶଙ୍କା କରାଯାଉଛି ା ବର୍ତ୍ତମାନ ଗୁଣ୍ଡରି ଜଙ୍ଗଲ ଚାରିପଟେ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ମାଓବାଦୀ କ୍ୟାମ୍ପ ନିକଟରୁ ୨ଟି ଜିଲୋଟିନ୍‌ , ଗୋଟିଏ ଡିଟୋନେଟର, ଟିଫିନ ବୋମା, ୭ଟି ଛତା ଆଦି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ବୋଲି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ: ନବିନାବାଗ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧୬।୫: ରାଜ୍ୟରେ ପୁଣି ୬୫ କରୋନା ଆକ୍ରାନ୍ତ ଶନିବାର ସକାଳେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧା ଜିଲାର ରହିଛନ୍ତି। ଏ...

ଭଦ୍ରକରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ସଚିବ

ଭଦ୍ରକ ଅଫିସ, ୨୮।୨- କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ସଚିବ ପ୍ରମୋଦ କୁମାର ଦାସ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଜିଲା ମଙ୍ଗଳ ବିଭାଗ ଦ୍ୱାରା...

ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ୫ଟି ଉପରେ କଲେ ସମୀକ୍ଷା

ବ୍ରହ୍ମପୁର ଅଫିସ,୮।୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ୫ଟି ପୋଲିସ ଜିଲାର...

ଅଗଷ୍ଟ ୨୭ରେ ଓଏଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୨୦।୭: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପ୍ରିଲିମିନାରି ପରୀକ୍ଷା ପାଇଁ ତାରିଖ ଘୋଷଣା କରଯାଇଛି। ରାଜ୍ୟର ୫ଟି...

ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ...

ଟ୍ରକ୍‌ ଧକ୍କାରେ ଛାତ୍ରୀ ଗୁରୁତର: ଟ୍ରକ୍‌ ସହ ଡ୍ରାଇଭର ଅଟକ, ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୋଳ ଅଫିସ,୨୦।୯: ଅନୁଗୋଳ ଜିଲା କୁମଣ୍ଡ-ଜରାସିଂହା ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନରେ ଟ୍ରକ୍‌ ଧକ୍କାରେ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ସେ ହେଲେ...

ସେପଟେ ପାଣି, ଏପଟେ ବାଲି

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ୍‌, ୨୦।୫: ସେପଟେ ଢେଉ ଖେଳୁଛି ଅକାତକାତ ଜଳରାଶି। ଏପଟେ ରାଶି ରାଶି ବାଲି। ମରୁଭୂମିର ଭ୍ରମ। ଶୁଖିଲା ପଡ଼ିଛି ନଦୀ ଶଯ୍ୟା। ସୀମାନ୍ତ...

ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ...

Advertisement
Archives

Model This Week