Posted inଖେଳ

ଏସିଆ ଏକାଦଶ ପାଇଁ ବିସିସିଆଇ ପଠାଇଲା ୪ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୨୨।୨- ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏସିଆ ଏକାଦଶ ପାଇଁ ୪ ଖେଳାଳିଙ୍କ ନାମ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)କୁ ପଠାଇଛନ୍ତି। ଏଥିରେ ଅଧିନାୟକ ବିରାଟ କୋହଲି, ଓପନର ଶିଖର ଧାଓ୍ବନ, ପେସର ମହମ୍ମଦ ଶାମି ଓ ଚାଇନାମ୍ୟାନ କୁଲଦୀପ ଯାଦବ ରହିଛନ୍ତି। ଆସନ୍ତା ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ମ୍ୟାଚ୍‌ ଖେଳାଯିବ। ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ୧୦୦ତମ ଜନ୍ମ ବାର୍ଷକି ଅବସରରେ ଏହି ଦୁଇ ମ୍ୟାଚ୍‌ ଶେର ଇ ବାଂଲା ଷ୍ଟାଡିୟମରେ ଖେଳାଯିବ। ଖେଳାଳିଙ୍କ ବ୍ୟକ୍ତିଗତ କାର୍ଯ୍ୟସୂଚୀ ଯାଞ୍ଚ କରିବା ପରେ ବିସିସିଆଇ ଖେଳାଳି ଚୟନ କରି ବିସିବିକୁ ପଠାଇଛି। ଫଳରେ ବିସିବି ଏସିଆ ଏକାଦଶ ଦଳ ପ୍ରସ୍ତୁତ କରିପାରିବ। ପୂର୍ବରୁ ଏସିଆ ଏକାଦଶ ଦଳରେ କେଉଁ ଦେଶର ସଦସ୍ୟ ଖେଳିବେ, ସେ ନେଇ ଚିନ୍ତାରେ ଥିଲା ବିସିବି। କାରଣ ପାକିସ୍ତାନ ଖେଳାଳି ଦଳରେ ସାମିଲ ହେଲେ ଭାରତ ଖେଳିବ ନାହିଁ ବୋଲି ବିସିସିଆଇ ସିଧାସଳଖ ମନା କରିଦେଇଥିଲା। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଦେଶର କୌଣସି ଖେଳାଳି ଉପଲବ୍ଧ ନ ଥିବାରୁ ଏସିଆ ଏକାଦଶ ଅଂଶ ହୋଇପାରିବେ ନାହିଁ। ସେହି ସମୟରେ ପାକିସ୍ତାନରେ ପିଏସ୍‌ଏଲ ଚାଲିଥିବ। ଉଲ୍ଲେଖଯୋଗ୍ୟ, ବିଶ୍ବ ଏକାଦଶ ଓ ଏସିଆ ଏକାଦଶ ମଧ୍ୟରେ ମାର୍ଚ୍ଚ ୧୬ରୁ ୨୧ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷରେ ପିଏସ୍‌ଏଲର ୫ମ ସଂସ୍କରଣ ୨୨ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ନ ଖେଳିଲେ, ମୁଁ ଖେଳିବି ନାହିଁ

ଚେନ୍ନାଇ,୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ନ ଖେଳିଲେ ମୁଁ ବି ଖେଳିବି ନାହିଁ। ଏଭଳି ବୟାନ ଦେଇଛନ୍ତି...

ଅକ୍ଟୋବର ୨୦ରୁ ଇଣ୍ଡିଆନ ବକ୍ସିଂ ଲିଗ୍‌

ନୂଆଦିଲ୍ଲୀ,୨୭।୭(ପି.ଟି.)- ପ୍ରଥମଥର ପାଇଁ ଇଣ୍ଡିଆନ ବକ୍ସିଂ ଲିଗ୍‌ ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ଏହି ଲିଗ୍‌ ନଭେମ୍ବର ୯ ତାରିଖରେ ଶେଷ...

ଅଭ୍ୟାସ ଆରମ୍ଭ କଲେ ହିଟ୍‌ମ୍ୟାନ୍‌: ବିସିସିଆଇ କହିଲା ‘ଇଞ୍ଜିନ୍‌ ଷ୍ଟାଟ୍‌ ହେବାକୁ ଯାଉଛି…’

ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍‌ମ୍ୟାନ୍‌ ରୋହିତ ଶର୍ମା...

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ଭେଟିବେ ମେଡ୍‌ଭେଡେଭ

ଲଣ୍ଡନ,୧୮।୧୧(ଏପି): ଏଠାରେ ଚାଲିଥିବା ୫,୭୦୦,୦୦ ଅମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଫାଇନାଲ୍ସରେ ରୁଷିଆ ତାରକା ଡାନିଲ ମେଡ୍‌ଭେଡେଭ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।...

ଟି୧୦ ଲିଗ୍‌: ଖେଳାଳିଙ୍କୁ ଏନ୍‌ଓସି ଦେବ ନାହିଁ ପିସିବି

କରାଚୀ,୨୪।୧୦- ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି୧୦ ଲିଗ୍‌ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଶର ଖେଳାଳିଙ୍କୁ ଏନ୍‌ଓସି ନ...

ଆସାମରେ ଏସ୍‌ଟିସି ଉଦ୍‌ଘାଟନ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୩୧।୧(ପି.ଟି.): ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କ ଉପସ୍ଥିତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ଆସାମର ନର୍ଥ ଲକ୍ଷ୍ମୀପୁର ଟାଉନ୍‌ସ୍ଥିତ ସୋଲାଲ ଗାଓଁରେ ସାଇ ଟ୍ରେନିଂ ସେଣ୍ଟର...

କୋହଲି ହିଁ ଆମର ଅଧିନାୟକ, ଆମେ ସବୁ ତାଙ୍କ ସହ ଅଛୁ: ରାହାଣେ

ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ...

ଫୁକୁଶିମାରେ ଗୋଟିଏ ମାସ ରହିବ ଅଲିମ୍ପିକ ଜ୍ୟୋତି

ଟୋକିଓ, ୨ା୪ (ଏପି)- ସାଧାରଣରେ ପ୍ରଦର୍ଶନ ଉଦ୍ଦେଶ୍ୟରେ ଜାପାନର ଉତ୍ତର-ପୂର୍ବାଞ୍ଚଳ ଅନ୍ତର୍ଗତ ଫୁକୁଶିମାରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ରହିବ। ବୁଧବାର ଫୁକୁଶିମାସ୍ଥିତ ଜେ-ଭିଲେଜ୍‌...

Advertisement


Archives

Model This Week