Posted inଖେଳ

ଏସିଆ ଏକାଦଶରେ କୋହଲି, ପନ୍ତ, ସାମି

ଢାକା, ୨୬।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ଅବରସରେ ଆୟୋଜନ ହେବାକୁ ଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲି, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଦ୍ରୁତ ବୋଲର ମହମ୍ମଦ ସାମି ଖେଳିବା ସ୍ପଷ୍ଟ ହୋଇଛି। ଏହି ସିରିଜରେ ବିଶ୍ୱ ଓ ଏସିଆ ଏକାଦଶ ପରସ୍ପରକୁ ଭେଟିବେ। ତେବେ ଏହି ୩ ଭାରତୀୟ ଖେଳାଳି ଏସିଆ ଏକାଦଶ ତରଫରୁ ପ୍ରତିନିଧିତ୍ୱ କରିବେ। କୋହଲି ଉପଲବ୍ଧ ହେଲେ ଗୋଟିଏ ମ୍ୟାଚ୍‌ ଖେଳିବେ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତରଫରୁ କୁହାଯାଇଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କିଛି ସ୍ପଷ୍ଟ କରିନାହିଁ। ଏହି ଦୁଇଟି ମ୍ୟାଚ୍‌ ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଖେଳାଯିବ।
ଭାରତଠାରୁ ଆମେ ୪ଜଣ ଖେଳାଳିଙ୍କ ନାମ ପାଇଛୁ ବୋଲି ବିସିବି ଅଧ୍ୟକ୍ଷ ନାଜମୁଲ ହାସନ କହିଛନ୍ତି। ଆମେ ଏ ନେଇ ଏକ ଚୁକ୍ତି କରିଛୁ। ପନ୍ତ, କୁଲଦୀପ ଯାଦବ, ଶିଖର ଧାଓ୍ବନ ଓ ସାମି ଆସିବେ ବୋଲି ଆଶା କରାଯାଉଛି। କୋହଲି ଓ ଲୋକେଶ ରାହୁଲ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ ବୋଲି ଭାରତ କହିଛି। ତେବେ ଏ ନେଇ କିଛି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଯୋଗୁ କୋହଲି କେବଳ ଗୋଟିଏ ମ୍ୟାଚ୍‌ ଖେଳିବେ କୁହାଯାଇଛି। ତେବେ କୋହଲି ଏପର୍ଯ୍ୟନ୍ତ ଏ ନେଇ କିଛି ଜଣାଇନାହାନ୍ତି ବୋଲି ହାସନ କହିଛନ୍ତି। ଭାରତ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛି ଓ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଜାରି ରଖିଛି।
ନ୍ୟୁଜିଲାଣ୍ଡ ଗସ୍ତର ଗୋଟିଏ ସପ୍ତାହ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ଖେଳିବ। ଧର୍ମଶାଳାରେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ୧୫ ଓ ୧୮ ତାରିଖରେ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ। ଏହାପରେ ୨୯ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଏହି ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ଆମେ ୪ରୁ ୫ ଜଣ ଖେଳାଳିଙ୍କୁ ପଠାଇ ପାରିବୁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଏସିଆ ଏକାଦଶରେ କୌଣସି ପାକିସ୍ତାନ ଖେଳାଳି ସାମିଲ ହୋଇନାହାନ୍ତି। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଚାଲିଥିବାରୁ ଏ ନେଇ ସମସ୍ୟା ରହିଛି ବୋଲି ହାସନ କହିଛନ୍ତି।
ଏସିଆ ଏକାଦଶ: ଲୋକେଶ ରାହୁଲ, ଶିଖର ଧାଓ୍ବନ, ବିରାଟ କୋହଲି, ରିଷଭ ପନ୍ତ, କୁଲଦୀପ ଯାଦବ, ମହମ୍ମଦ ସାମି, ଥିସାରା ପେରେରା, ଲାସିଥ ମାଲିଙ୍ଗା, ରସିଦ ଖାନ, ମୁଜିବ ଉର ରହମାନ, ମୁସ୍ତାଫିଜୁର ରହିମ, ଲିଟନ ଦାସ, ସନ୍ଦୀପ ଲାମିଚେନ ଓ ମହମୁଦୁଲ୍ଲା
ବିଶ୍ୱ ଏକାଦଶ: ଆଲେକ୍ସ ହେଲ୍ସେ, କ୍ରିସ୍‌ ଗେଲ, ଫାଫ୍‌ ଡୁପ୍ଳେtସି, ନିକୋଲାସ ପୁରନ, ବ୍ରେଣ୍ଡନ ଟେଲର, ଜନି ବେୟାରଷ୍ଟୋ, କିରନ ପୋଲର୍ଡ, ଶେଲଡନ କଟ୍ରେଲ, ଲୁନ୍‌ଗି ଏନ୍‌ଗିଡି, ଆଣ୍ଡ୍ର୍ୟୁ ଟାଏ ଓ ମିଚେଲ ମ୍ୟାକ୍‌କ୍ଳିନଘନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍‌

ସିଡ୍‌ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ...

ସିନ୍ଧୁ ପୁଣି ପରାସ୍ତ

ଗୁଆଙ୍ଗଝୋ, ୧୩ା୧୨ (ପି.ଟି.)- ବର୍ଷର ଶେଷ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ଓ୍ବାର୍ଲଡ ଟୁର୍‌ ଫାଇନାଲରେ ଗତଥରର ଚାମ୍ପିୟନ ପି.ଭି ସିନ୍ଧୁଙ୍କ ଅଭିଯାନ ଆପାତତଃ ଶେଷ ହୋଇଯାଇଛି। ଭାରତୀୟ...

ସ୍ପଷ୍ଟ କଲେ କୋହଲି: ଖେଳିବେ ନାହିଁ ଏହି ବରିଷ୍ଠ ଖେଳାଳି

ଅହମ୍ମଦାବାଦ,୧୧।୩ : ବିଶ୍ୱର ବୃହତ୍‌ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବ ପ୍ରଥମ ଟି୨୦ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ବରିଷ୍ଠ ଓପନର ଶିଖର...

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଆଜିଠାରୁ ଖେଳାଯିବ। ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ...

ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା-ଲୌରା

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର...

୧୦ ମିନିଟ୍‌ରେ ସ୍ଥିର ହେଲା ଆଇପିଏଲ୍‌ ଭାଗ୍ୟ: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୧ର ୧୪ତମ ସିଜିନକୁ ଆୟୋଜନ କରିବା ପାଇଁ ମାସ ମାସ ଧରି ଯୋଜନା ଚାଳିଥିଲା। ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ କଠିନ...

୧୪ ଜଣିଆ ଭାରତ ‘ଏ’ ଦଳ ଘୋଷଣା

ନୂଆଦିଲ୍ଲୀ, ୩ା୬ (ପି.ଟି.): ହଂକଂରେ ଜୁନ୍‌ ୨୧ରୁ ଏସିସି (ଏସିଆନ କ୍ରିକେଟ କାଉନ୍‌ସିଲ) ଏମର୍ଜିଂ ମହିଳା ଏସିଆ କପ୍‌ ଖେଳାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

କାଉଣ୍ଟି କ୍ରିକେଟ ଖେଳିବେ ପୂଜାରା

ଲଣ୍ଡନ,୧୯।୨- ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ବୁଧବାର ଗ୍ଲୁଷ୍ଟରଶାୟର ସହ ଚୁକ୍ତି କରିଛନ୍ତି। ସେ ଦଳ ପାଇଁ ଏପ୍ରିଲ ୧୨ ତାରିଖରୁ ଆରମ୍ଭ ହେବାକୁ...

Advertisement
Archives

Model This Week