Posted inଖେଳ

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ସୌରଭଙ୍କୁ ରୌପ୍ୟ

ଦୋହା, ୧୧।୧୧(ପି.ଟି.)- ଭାରତୀୟ ଟିନ୍‌ଏଜ୍‌ ଶୁଟର ସୌରଭ ଚୌଧାରୀ ଏଠାରେ ଚାଲିଥିବା ୧୪ତମ ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ୧୭ ବର୍ଷୀୟ ସୌରଭ ୨୪୪.୫ ପଏଣ୍ଟ ଶୁଟ୍‌ କରି ଦ୍ୱିତୀୟ ସ୍ଥାନରେ ରହିବା ସହ ଏହି ସଫଳତା ପାଇଛନ୍ତି। ଅନ୍ୟପଟେ ଉତ୍ତର କୋରିଆର କିମ୍‌ ସଙ୍ଗ ଗୁକ୍‌ ୨୪୬.୫ ପଏଣ୍ଟ ସ୍କୋର କରି ବିଶ୍ୱ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଇରାନର ଫୋରେଉଘି ଜାଭେଦ ୨୨୧.୮ ପଏଣ୍ଟ ସ୍କୋର କରି ବ୍ରୋଞ୍ଜ ପଦକ ଜିତିଛନ୍ତି।
୫୮୩ ସ୍କୋର କରି ସୌରଭ ଓ ଅଭିଷେକ ବର୍ମା ଯଥାକ୍ରମେ ସପ୍ତମ ଓ ଷଷ୍ଠ ସ୍ଥାନରେ ରହି ଫାଇନାଲରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଥିଲେ। ଫାଇନାଲରେ ୮ଜଣ ଶୁଟର ଭାଗ ନେଇଥିଲେ। ଅଭିଷେକ ୧୮୧.୫ ପଏଣ୍ଟ ସ୍କୋର କରି ପଞ୍ଚମ ସ୍ଥାନରେ ରହିଥିଲେ। ଉଲ୍ଲେଖଥାଉ କି, ପୂର୍ବରୁ ସୌରଭ ଓ ଅଭିଷେକ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ଭାରତ ଓ ଚାଇନା ସର୍ବାଧିକ ୨ଟି କୋଟା ପ୍ଲେସ ହାସଲ କରି ସାରିଥିବାରୁ ଏହି ପ୍ରତିଯୋଗିତାରେ ଏୟାର ପିସ୍ତଲ କୋଟାଗୁଡିକ ଇରାନ, ଉତ୍ତର କୋରିଆ ଓ ପାକିସ୍ତାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌ଏ ଚେୟାରମ୍ୟାନଙ୍କୁ ଖବରଦାତାଙ୍କ ସହ ବଚସା ପଡ଼ିଲା ମହଙ୍ଗା

ଜୋହାନ୍ସବର୍ଗ, ୨୯ା୧- ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍‌ଏ)ର କାମଚଳା ଚେୟାରମ୍ୟାନ ଜ୍ରାକ୍‌ ୟାକୁବଙ୍କୁ ଇସ୍ତଫା ଦେବା ପାଇଁ ଆସିଛି ନିର୍ଦ୍ଦେଶ। ଜଣେ ଜର୍ନାଲିଷ୍ଟଙ୍କ ସହ ତାଙ୍କର...

କଙ୍ଗାରୁଙ୍କୁ ଧୂଳି ଚଟାଇ ଇତିହାସ ରଚିଲା ଭାରତ

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶୁବମନ ଗିଲଙ୍କ ୯୧ ରନ୍‌...

କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ...

ଧୋନୀଙ୍କ ପାଇଁ ଖାସ ଦିନ

ଚେନ୍ନାଇ, ୫।୪- ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜି (ଏପ୍ରିଲ ୫) ବେଶ୍‌ ଖାସ ଦିନ। ଆଜିକୁ ଠିକ୍‌ ୧୬ ବର୍ଷ ତଳେ...

ଇଣ୍ଡିଆନ ସୁପର ଲିଗ୍‌: ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି...

ଇଣ୍ଡିଆନ୍‌ ଓ୍ବେଲ୍ସରୁ ଓହରିଲେ ଆଣ୍ଡ୍ରେସ୍କୁ

ଇଣ୍ଡିଆନ ଓ୍ବେଲ୍ସ,୮।୩(ଏଏଫ୍‌ପି)- ଏଠାରେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟରୁ ଗତଥରର ଚାମ୍ପିୟନ ତଥା ବିଶ୍ୱର ୪ ନମ୍ବର ଖେଳାଳି...

ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌: ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ବ୍ରିସବେନ,୧୮।୨- ସ୍ପିନର ପୁନମ ଯାଦବଙ୍କ ୩ ଉଇକେଟ ସଫଳତା ବଳରେ ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ ପୂର୍ବରୁ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ...

ରାହୁଲଙ୍କ ଚମତ୍କାର ଶତକ:ମୁମ୍ବାଇକୁ ୧୬୯ ରନ୍‌ର ଟାର୍ଗେଟ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା...

Advertisement
Archives

Model This Week