Posted inଖେଳ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ମାସ୍କ ପିନ୍ଧିଲେ ରେସଲର

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ଭାରତରେ କରୋନା ଭାଇରସର ବିପଦ ନାହିଁ। ଏହା ସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ କେତେଜଣ ରେସଲର ସେମାନଙ୍କ ମୁହଁରେ ମାସ୍କ ଲଗାଇଥିବା ଦେଖିବାକୁ ମିିଳିଛି। ପଡୋଶୀ ଦେଶ ଚାଇନାରେ କରୋନା ଭାଇରସରେ ୭୨,୦୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବାବେଳେ ୧,୯୦୦ଜଣଙ୍କୁ ମୃତ୍ୟୁ ଘଟିସାରିଲାଣି। ଏହି କାରଣରୁ ଚାଇନା ରେସ୍‌ଲରମାନଙ୍କୁ ଭିଜା ପାଇଁ ମନା କରାଯାଇଥିଲା। ଫଳରେ ସେମାନେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଛନ୍ତି। କୋରିଆ ଦଳର ଜଣେ ମେଡିକାଲ ଷ୍ଟାଫ୍‌ ସେୟନ ଲି’ କହିଛନ୍ତି ପ୍ରତିଯୋଗିତା ପାଇଁ ଆମର ୨୮ ଜଣିଆ ଦଳ ଆସିଛନ୍ତି। ହାତଗଣତି କେତେଜଣ ରେସ୍‌ଲର ଓ ଅଫିସିଆଲ ମାସ୍କ ଲଗାଇଛନ୍ତି। ଏଠାରେ କରୋନା ଭାଇରସର ବିପଦ ନାହିଁ ବୋଲି ଆମେ ଜାଣୁ। ହେଲେ ସତର୍କ ରହିବା ଭଲ। ରେସ୍‌ଲିଂର ଓ୍ବାଲର୍‌ଡ ଗଭର୍ନିଂବଡି ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ଡିଜିଟାଲ ପ୍ରୋଜେକ୍ଟ ମ୍ୟାନେଜର ବାକୋର ଫ୍ଲୋରିଆନ ମାସ୍କ ଲଗାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀର ବାୟୁମଣ୍ଡଳରୁ ରକ୍ଷା କରିବା ପାଇଁ ବିଶେଷ କରି କୋରିଆ, ଥାଇଲାଣ୍ଡ ଓ ଜାପାନର କେତେଜଣ ରେସ୍‌ଲର ମାସ୍କ ପିନ୍ଧିଛନ୍ତି। ଚାମ୍ପିୟନଶିପ୍‌ରେ ତିନୋଟି ବିଭାଗରେ ପ୍ରତିଯୋଗିତା ହେଉଛି। ତାହା ହେଲା ମୁରୁଷ ଫ୍ରିଷ୍ଟାଇଲ, ଗ୍ରୀକୋ ରୋମାନ ଏବଂ ମହିଳା ରେସ୍‌ଲିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶଶି ମୁକୁନ୍ଦ ଫାଇନାଲରେ

ବାଓଟୋ (ଚାଇନା), ୩୧ା୮ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଶଶି କୁମାର ମୁକୁନ୍ଦ ତାଙ୍କ କ୍ୟାରିୟରରେ ପ୍ରଥମ ଥର ଏକ ଏଟିପି ଚ୍ୟାଲେଞ୍ଜର ଟୁରରେ ଫାଇନାଲକୁ ଉନ୍ନୀତ...

୭ ବର୍ଷ ପରେ ପଡିଆକୁ ଓହ୍ଲାଇବେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୨୨।୧୧:ପୂର୍ବତନ ଦଳର ଭାରତ ଦ୍ରୁତ ବୋଲର ଏସ ଶ୍ରୀସନ୍ତ ୭ ବର୍ଷର ନିଷେଧାଦେଶ ଶେଷ ହେବା ପରେ ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି।...

ଆଇପିଏଲ୍‌: ରାତି ମ୍ୟାଚ୍‌ ଟାଇମିଂ ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୨୭।୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରାତିରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଆରମ୍ଭ ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ରାତି ମ୍ୟାଚ୍‌...

ସନରାଇଜର୍ସ ହାଇଦ୍ରାବାଦର ଶୋଚନୀୟ ପରାଜୟ…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍)ର ଶୋଚନୀୟ ପରାଜୟ ଘଟିଛି । ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସନରାଇଜ ହାଇଦ୍ରାବାଦ୍...

ବିସିସିଆଇ ଏଜିଏମ୍‌ ଡିସେମ୍ବର ୧ରେ

ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ...

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା...

ଭାରତୀୟ ଦଳର ବିଜୟ ପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ,୧୮।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ୧୫୧ ରନ୍‌ରେ ଇଂଲଣ୍ଡକୁ ହରାଇବା ପରେ ଟିମ୍‌ ଇଣ୍ଡିଆକୁ ବହୁ ପୂର୍ବତନ ଖେଳାଳି ପ୍ରଶଂସା...

ଡବ୍ଲୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିଲେ ଓସାକା

ପ୍ୟାରିସ,୧୨।୮(ଏଏଫ୍‌ପି)- ୟୁଏସ୍‌ ଓ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ନାଓମି ଓସାକା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିିଛନ୍ତି। ୨୧ ବର୍ଷୀୟ ଜାପାନିଜ ଖେଳାଳି ଗତ ସପ୍ତାହରେ ରୋଜର୍ସ...

Advertisement
Archives

Model This Week