Posted inଖେଳ

ଏସିଆନ୍‌ ଗେମ୍ସ ତ୍ରୁଟି ଦୋହରାଇବୁନି: ଲାଲରେମ୍‌ସିଆମି

ବେଙ୍ଗାଲୁରୁ,୪।୮(ପି.ଟି.)- ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆମେ ସକ୍ଷମ ହେବୁ ବୋଲି ଭାରତୀୟ ମହିଳା ହକି ଦଳ ଫରଓ୍ବାର୍ଡ ଲାଲରେମସିଆମି ବିଶ୍ୱାସର ସହିତ କହିଛନ୍ତି। ଗତବର୍ଷ ଏସିଆନ୍‌ ଗେମ୍ସରେ ଭାରତ ଫାଇନାଲରେ ଜାପାନଠାରୁ ୧-୨ ଗୋଲରେ ପରାସ୍ତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ପରାଜୟ କାରଣରୁ ଭାରତ ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ଆମେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥାନ୍ତୁ। କଠିନ ପରିଶ୍ରମ କରିଥିଲେ ମଧ୍ୟ କୋତୋଟି ତ୍ରୁଟି ଆମ ପାଇଁ ମହଙ୍ଗା ପଡିଥିଲା। ତେବେ ଆଗକୁ ଆମେ ଏହି ତ୍ରୁଟି ଦୋହରାଇବୁ ନାହିଁ ବୋଲି ସେ କହିଛନ୍ତି। ରାନୀ ରାମପାଲଙ୍କ ନେତୃତ୍ୱରେ ଭାରତ ଗତ ଜୁନ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସରେ ଜାପାନକୁ ଫାଇନାଲରେ ୩-୧ ଗୋଲରେ ହରାଇ ଏହି ପରାଜୟର ପ୍ରତିଶୋଧ ନେଇଥିଲା। ଏହା ପରେ ଆମେ ପୂର୍ବ ତ୍ରୁଟି ନ ଦୋହରାଇବାକୁ ନିଷ୍ପତ୍ତି ନେଇଥିଲୁ। ଜାପାନକୁ ହରାଇବାରେ ଆମେ ସଫଳ ହୋଇଥିଲୁ। କିନ୍ତୁ ଏସିଆନ ଗେମ୍ସରେ ଆମର ତ୍ରୁଟି ଯୋଗୁ ଜାପାନ ଆମଠାରୁ ମ୍ୟାଚ୍‌ ଛଡାଇ ନେଇଥିଲା।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦଶମ ସ୍ଥାନରେ ରହିଛି। ଆସନ୍ତା ୧୭ ତାରିଖରୁ ଟୋକିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ଭାରତ ଅଂଶଗ୍ରହଣ କରିବ। ତେବେ ଅଷ୍ଟ୍ରେଲିଆ, ୧୧ ନମ୍ବର ଦଳ ଚାଇନା ଓ ଆୟୋଜକ ତଥା ୧୪ ନମ୍ବର ଦଳ ଜାପାନ ଏହି ଟୁର୍ନାମେଣ୍ଟରେ ଭାରତକୁ କଡ଼ା ଚ୍ୟାଲେଞ୍ଜ୍‌ ଦେବେ। ଏହି ଇଭେଣ୍ଟ ପୂର୍ବରୁ ଭାରତୀୟ ଦଳର ଆତ୍ମ ବିଶ୍ୱାସ ବେଶ୍‌ ଉଚ୍ଚରେ ରହିଛି। ଅଭ୍ୟାସ ଶିବିରରେ ଆମେ କଠିନ ପରିଶ୍ରମ କରିଛୁ। ଆମ ଦଳ ବେଶ୍‌ ସନ୍ତୁଳିତ ଓ ପୁଣି ଥରେ ଆମେ ଅଲିମ୍ପିକ ଯୋଗ୍ୟତା ହାସଲ କରିବୁ। ହକି ଇଣ୍ଡିଆ ଦ୍ୱାରା ଆୟୋଜିତ ବିଭିନ୍ନ ଅଭ୍ୟାସ ଶିବିରରେ ଅଂଶଗ୍ରହଣ କରି ଖେଳାଳିମାନେ ସେମାନଙ୍କ ଦକ୍ଷତା ବଢାଇବାରେ ସକ୍ଷମ ହୋଇଛନ୍ତି। ଦିନକୁ ଦିନ ଉନ୍ନତି କରୁଛୁ ବୋଲି ମିଜୋରାମର ଏହି ୧୯ ବର୍ଷୀୟା ଫରଓ୍ବାର୍ଡ କହିଛନ୍ତି। ଅଷ୍ଟ୍ରେଲିଆ ଏବେ ବିଶ୍ୱ ହକିରେ ଶ୍ରେଷ୍ଠ ଦଳ ବିବେଚିତ ହେଉଛି। ଆମ ଦଳ ମଧ୍ୟ ଅନୁରୂପ ଭାବେ ଏକ ଶ୍ରେଷ୍ଠ ଦଳ। ତେଣୁ ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିବୁ ଓ ଅଲିମ୍ପିକ କ୍ୱାଲିଫାୟର ପାଇଁ ପ୍ରସ୍ତୁତି ଜୋରଦାର କରିବୁ ବୋଲି ଲାଲରେମସିଆମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri