Posted inଖେଳ

ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଲେ ସିମନ ଫ୍ରାଏ, ଜନ୍‌ ଓ୍ବାର୍ଡ

ମେଲବୋର୍ନ, ୧୭।୪(ପି.ଟି.): ଅଷ୍ଟ୍ରେଲିଆର ଦୁଇ ଅମ୍ପାୟର ସିମନ ଫ୍ରାଏ ଓ ଜନ୍‌ ଓ୍ବାର୍ଡ ଏଲିଟ୍‌ ଅମ୍ପାୟାରିଂରୁ ଅବସର ନେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଏ ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ରାଏ ୧୦୦ ପ୍ରଥମଶ୍ରେଣୀ, ୧୩୦ ଲିଷ୍ଟ-ଏ ଓ ୯୩ଟି ଟି୨୦ ପୁରୁଷ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସେ ୪ଥର କ୍ରିକେଟ ଅଷ୍ଟ୍ରେଲିଆ ଅମ୍ପାୟାର ପୁରସ୍କାର ମଧ୍ୟ ହାସଲ କରିଛନ୍ତି।
ସେହିପରି ଭିକ୍ଟୋରିଆ ଅମ୍ପାୟର ଓ୍ବାର୍ଡ ୩୨ଟି ଟେଷ୍ଟ, ୧୮୭ଟି ପ୍ରଥମଶ୍ରେଣୀ, ୮୪ଟି ଲିଷ୍ଟ-ଏ ଓ ୧୧୭ଟି ଟ୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସେ ଏଲିଟ୍‌ ର଼୍ୟାଙ୍କ୍‌ରେ ୧୯ଟି ସେସନ ସଫଳତାର ସହ ଦାୟିତ୍ୱ ବହନ କରିବା ପରେ ଅବସର ଘୋଷଣା କରିଛନ୍ତି। ଅବସର ଘୋଷଣା କରିବା ପରେ ଏହି ଦୁଇ ଅମ୍ପାୟର ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏଶନ (ଏସ୍‌ଏସିଏ), ସିଏ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ହେଡ୍‌ ଅଫ୍‌ କ୍ରିକେଟ ଅପରେଶନ ପିଟର ରୋଚ୍‌ ମଧ୍ୟ ଏହି ଦୁଇଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ପ୍ରତି ଅବଦାନ ପାଇଁ ସିମନ ଓ ଜନ୍‌ଙ୍କୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ରୋଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇରେ ଧୋନୀ କିଣିଲେ ନୂଆ ବଙ୍ଗଳା: ଅବସର ପରେ ବି ସେ ୭୬୦ କୋଟି ସମ୍ପତ୍ତିର ମାଲିକ

ନୂଆ ଘର କିଣିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ଅବସର ସମୟ ଅତିବାହିତ କରିବାକୁ ଧୋନୀ ମୁମ୍ବାଇରେ ଏକ ଘର କିଣିଛନ୍ତି।...

୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ଅହମ୍ମଦାବାଦ୍‌,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଲାଗି ୩ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଅଧିନାୟକ ରୋହିତ ଶର୍ମା ଟସ୍‌...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ଚତୁର୍ଥ ସ୍ଥାନକୁ ଖସିଲା ଭାରତ: ଇଂଲଣ୍ଡ ଆଶା ଉଜ୍ଜୀବିତ

ଦୁବାଇ, ୧୦ା୨ (ପି.ଟି.)-ଚେନ୍ନାଇରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ୨୨୭ ରନରେ ପରାଜୟ ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ...

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା...

ସ୍ତ୍ରୀଙ୍କଠାରୁ ପ୍ରତାରଣା ପରେ ଏହି ଝିଅକୁ ଭଲପାଇ ବସିଥିଲେ କ୍ରିକେଟର ଦୀନେଶ କାର୍ତ୍ତିକ: ଦେଖାକରିବା ପାଇଁ ଯାଉଥିଲେ ଜିମ୍‌

ବର୍ତ୍ତମାନ ଆଇପିଏଲ୍‌ର ୧୩ତମ ସିଜିନ୍‌ ଚାଲିଛି। ଏହି ଅବସରରେ କ୍ରିକେଟରଙ୍କ ପ୍ରେମ କାହାଣୀ ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଦୀନେଶ...

ଡେଥ୍‌ ଓଭରରେ ସଠିକ୍‌ ୟର୍କର ପକାଇ କରିଥିଲେ ଆକର୍ଷଣ

ଜରିଆରେ ନୂଆଦିଲ୍ଲୀ,୮ା୭ : ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଅର୍ଶଦୀପ ସିଂ। ଏପରିକି ଡେଥ୍‌ ଓଭରରେ ଚମତ୍କାର ବୋଲିଂ ସହିତ...

ଫୋବର୍‌ସ ସର୍ବାଧିକ ଆୟକାରୀ ଆଥଲେଟ ତାଲିକାରେ କୋହଲି

ନୂଆଦିଲ୍ଲୀ,୧୨।୬(ପି.ଟି.)- ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଶ୍ୱର ସର୍ବାଧିକ ଆୟକାରୀ ଆଥଲେଟମାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଜଣାଶୁଣା ପତ୍ରିକା ଫୋବର୍‌ସ ଚଳିତ...

ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ଟପିଲେ ମେସି

ବାର୍ସିଲୋନା,୮।୧୨- ଲା ଲିଗା ଲିଗ୍‌ ଇତିହାସରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଲିଓନେଲ ମେସି। ଏଠାରେ ଆରସିଡି ମାଲୋର୍ସା ବିପକ୍ଷରେ ଖେଳାଯାଇଥିବା...

Advertisement
Archives

Model This Week