ଏମ୍ସର ଅବାନ୍ତର ନିଷ୍ପତ୍ତି

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ଏଣିକି ହିନ୍ଦୀ ଭାଷାରେ କାଗଜପତ୍ରରେ ଦସ୍ତଖତ କରିବା ସହ ବିଭିନ୍ନ ରେକର୍ଡ ପ୍ରସ୍ତୁତ କରିବା ଲାଗି ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ମର୍ମରେ ଭୁବନେଶ୍ୱର ଏମ୍ସ ପକ୍ଷରୁ ପ୍ରକାଶ ପାଇଥିବା ସରକାରୀ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବେ। ସେମାନଙ୍କ ନାମ ଓ ରେଜିଷ୍ଟରରେ ହେଉଥିବା ସବୁ ପ୍ରକାର କାର୍ଯ୍ୟ ହିନ୍ଦୀରେ କରିବେ। ଚିଠିରେ ସର୍ବନିମ୍ନ ୩୦% ଏବଂ ଯୋଗାଯୋଗ ଲାଗି ଅନୂ୍ୟନ ୫୫% ହିନ୍ଦୀ ଭାଷା ବ୍ୟବହାର କରିବାକୁ ଏଥିରେ କୁହାଯାଇଛି। ହିନ୍ଦୀ ଭାଷାରେ ଆସୁଥିବା ସମସ୍ତ ପତ୍ରର ଉତ୍ତର ସେହି ଭାଷାରେ ଦେବାକୁ ମଧ୍ୟ କୁହାଯାଇଛି। ପ୍ରଶାସନିକ ବୈଠକ ବେଳେ ହିନ୍ଦୀ ଭାଷା ବ୍ୟବହାର କରାଯିବା ସହ ଏହାର ପରବର୍ତ୍ତୀ ବିବରଣୀ ଏହି ଭାଷାରେ ଉଲ୍ଲେଖ କରିବା ଲାଗି ନିର୍ଦ୍ଦେଶ ରହିଛି। ଏମ୍ସର ଏଭଳି ଅବାନ୍ତର ନିଷ୍ପତ୍ତି କର୍ମଚାରୀ, ଅଧ୍ୟୟନରତ ଛାତ୍ରୀଛାତ୍ର ଓ ରୋଗୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଏଥିରୁ ଜଣାପଡ଼ୁଛି। ବାହାର ରାଜ୍ୟରୁ ଆସୁଥିବା ସରକାରୀ କର୍ମଚାରୀ ଏଠାରେ ସମସ୍ତଙ୍କ ଉପରେ ହିନ୍ଦୀ ଭାଷାକୁ ଲଦିଦେବାକୁ ପ୍ରୟାସ କରୁଛନ୍ତି। ତେଣୁ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରିବା ଦରକାର ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ଅନ୍ତର୍ଜାତୀୟ ମାତୃଭାଷା ଦିବସର ଅବ୍ୟବହିତ ପୂର୍ବରୁ ଏମ୍ସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଓଡ଼ିଆ ଭାଷାରେ କଥା ଓ ଲେଖାପଢ଼ା କରୁଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୬ରେ ଖୋଲିବ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୧୯ା୬: ଗତ ଦେଢ଼ ବର୍ଷ ହେବ ଗଞ୍ଜାମ ଜିଲା ଅନ୍ତର୍ଗତ ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ପଞ୍ଚାୟତସ୍ତରରେ ଘରୋଇ ପାଇଖାନା...

କୁବେର ଯନ୍ତ୍ରୀଙ୍କ ଦୁର୍ନୀତି ଗୁମର ଖୋଲିବ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ...

ଖୁବ୍‌ଶୀଘ୍ର ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍‌ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ...

ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ

ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି...

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭୁବନେଶ୍ୱର,୪।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ପୋଲିସ ବାବୁ। ରାଜଧାନୀ ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରବି ସାହୁ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ...

ଧାରଣା ସ୍ଥଳରେ ବିଡିଓ-ବିଧାୟକ ବାହିନୀପତି କଥା କଟାକଟି

ପାପଡ଼ାହାଣ୍ଡି,୫।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ୧୬ଦଫା ଦାବି ନେଇ ବୁଧବାରଠାରୁ କଂଗ୍ରେସ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେଇଥିଲା। ଗୁରୁବାର ଜୟପୁର ବିଧାୟକ...

ଦଶମ,ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର,୧୦।୨(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବ ବୋଲି ଗଣଶିକ୍ଷା ବିଭାଗ...

ଆଜି ଶ୍ରାଦ୍ଧବାର୍ଷିକୀ: ଉତ୍କଳ ସମ୍ମିଳନୀ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୪।୮(ବ୍ୟୁରୋ): ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଭବନ ନିକଟସ୍ଥ ଏଲ୍‌ଆଇସି ଛକରେ ଥିବା...

Advertisement
Archives

Model This Week