ଏମଏନଆରଇଜିଏସ୍‌ କାମ ବେଳେ ଗଣ୍ଡଗୋଳ : ଠିକାଦାରଙ୍କୁ ଘେରିଲେ ଶ୍ରମିକ

ବାହାନଗା, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତରେ ଏମ୍‌ଜିଏନଆରଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ନିର୍ମାଣ ହେଉଥିବା ରାସ୍ତା କାମ ବେଳେ ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ କାମ ବନ୍ଦ ରହିଛି। ଫଳରେ ଗୁରୁବାର ଗୋଟିଏ ଶ୍ରମିକ ଗୋଷ୍ଠୀ ସମ୍ପୃକ୍ତ ଠିକାଦାରଙ୍କୁ ଘେରାଉ କରିଥିଲେ। ସରପଞ୍ଚ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଅଞ୍ଜି ପଞ୍ଚାୟତ ଖରିଦା ଗ୍ରାମରେ ପ୍ରଥମ ପର୍ଯ୍ୟାୟରେ ୪ଲକ୍ଷ ଟଙ୍କା ବ୍ୟୟରେ ବିଦୁଅଞ୍ଜି ଆରଡି ରାସ୍ତାଠାରୁ ପୂର୍ଣ୍ଣଦାସଙ୍କ ଘର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି।  ପଞ୍ଚାୟତର ଅଞ୍ଜି, ଖରିଦା, ଜୟୀନଗର ଗ୍ରାମର ୧ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ପ୍ରତ୍ୟେକ ଦିନ କାମ କରନ୍ତି। ଏମାନଙ୍କ ମଧ୍ୟରୁ ଜୟୀନଗର ଗ୍ରାମରୁ ଆସୁଥିବା ୪୦ରୁ ଅଧିକ ଶ୍ରମିକ ଓ ଖରିଦା ଗ୍ରାମରୁ ଆସୁଥିବା ୬୦ରୁ ଅଧିକ ଶ୍ରମିକଙ୍କ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା। ଫଳରେ କାମ ଦୁଇ ଦିନ ହେଲା ବନ୍ଦ ହୋଇଯାଇଥିଲା। ଗୁରୁବାର ସକାଳେ ଜୟୀନଗର ଗ୍ରାମର ଶ୍ରମିକମାନେ କାମ କରିବାକୁ ଆସିବା ମାତ୍ରେ ଖରିଦା ଗ୍ରାମର ୬୦ରୁ ୭୦ଜଣ ଶ୍ରମିକ ଆସି ଠିକାଦାର ରଶ୍ମୀରଞ୍ଜନ ତ୍ରିପାଠୀଙ୍କୁ କରିଥିବା କାମର ପ୍ରାପ୍ୟ ମାଗିବା ସହିତ ଘେରାଉ କରିଥିଲେ। ସ୍ଥାନୀୟ ସରପଞ୍ଚ ତପନ କୁମାର ରାଉତ ପହଞ୍ଚ ଶ୍ରମିକମାନଙ୍କୁ ବୁଝାଶୁଝା କରିବା ସହିତ ପୂର୍ବପରି ଖରିଦା ଗ୍ରାମର ପ୍ରବାସୀ ଶ୍ରମିକ ଓ ଗ୍ରାମର ଅନ୍ୟ ଶ୍ରମିକମାନେ କାମ କରିପାରିବେ ବୋଲି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା।
ଏହି ଘେରାଉରେ ଗ୍ରାମର ଉପେନ୍ଦ୍ର ମହାଳିକ, ଜ୍ୟୋତିରଞ୍ଜନ ବେହେରା, ସୃଷ୍ଟିରଞ୍ଜନ ବେହେରା, ସଞ୍ଜୟ ବେହେରା, ରାଜେଶ ପତି, ପ୍ରଭାକର ମହାଳିକ, ସଞ୍ଜୟ ବେହେରା, ମାନସ ମଳିକ, ରନତ୍ାକର ପୁହାଣ, ତାପସ ପଣ୍ଡା, ଗଜେନ୍ଦ୍ର ନାୟକ ଓ ମନୋରଞ୍ଜନ ସେଠୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri