ଏବେ ବି ଆକାଂକ୍ଷୀ

ସ୍ବାଧୀନତାର ୭୩ ବର୍ଷ ପରେ ବି ବଲାଙ୍ଗୀର ଜିଲା ଅନଗ୍ରସର ଜିଲା ମାନଚିତ୍ରରୁ ମୁକୁଳି ନାହିଁ। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ ମାନକରେ ବଲାଙ୍ଗୀର ଜିଲାର ଅନଗ୍ରସରତା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଅର୍ଥନୈତିକ ଅନଗ୍ରସରତା ଓ ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ଢେର୍‌ ଚର୍ଚ୍ଚା ସରଗରମ ହୋଇଛି। କେବିକେ ଅନ୍ତର୍ଗତ ଏହି ଜିଲାର ଦ୍ରୁତ ବିକାଶ ପାଇଁ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ଯୋଜନା ପ୍ରଣୟନ କରି ଅନୁଦାନ ବ୍ୟବସ୍ଥା କରିଛନ୍ତି। ମାତ୍ର ଏସବୁ ସତ୍ତ୍ୱେ ବଲାଙ୍ଗୀର ଆଜି ବି ବହୁ ଦିଗରୁ ଏକ ପଛୁଆ ଓ ଅନଗ୍ରସର ଜିଲା ଭାବେ ପରିଚିତି ଲାଭ କରିଛି। ଗତ ୭୩ ବର୍ଷ ଭିତରେ ଦେଶରେ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ସତ୍ତ୍ୱେ ବଲାଙ୍ଗୀର ଜିଲାର ଭାଗ୍ୟୋଦୟ ହୋଇନାହିଁ। ପୂର୍ବ ସରକାର ଭଳି କେନ୍ଦ୍ରରେ କ୍ଷମତାସୀନ ଏବକାର ସରକାର ୨୦୧୮ ମସିହାରେ ଭାରତବର୍ଷର ୨୮ଟି ରାଜ୍ୟର ୧୧୫ଟି ଜିଲାକୁ ଆକାଂକ୍ଷୀ ଜିଲା ଭାବେ ଚିହ୍ନଟ କରିଥିଲେ। ଏହି ଆକାଂକ୍ଷୀ ଜିଲାଗୁଡ଼ିକ ଭିତରେ ବିକାଶ ଓ ଅଗ୍ରସର ହେବାର ସମସ୍ତ ଉପାଦାନ ଭରପୂର ରହିଥିବା କୁହାଯାଇଥିଲା। ଗତ ପ୍ରାୟ ଦୁଇବର୍ଷ ମଧ୍ୟରେ ନୀତି ଆୟୋଗ ପକ୍ଷରୁ ୫ଟି ମାନକରେ ଆକାଂକ୍ଷୀ ଜିଲାଗୁଡ଼ିକର ଅଗ୍ରଗତି ଓ ଉନ୍ନୟନକୁ ନେଇ ବିକାଶ ର଼୍ୟାଙ୍କ ଘୋଷଣା କରାଯାଉଛି। ସ୍ବାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ବିକାଶ ମାନକରେ ଆକାଂକ୍ଷୀ ଜିଲାଗୁଡ଼ିକର ଉନ୍ନତି ଓ ଅଗ୍ରଗତି ନିରୀକ୍ଷଣ କରାଯାଉଛି। ନୀତି ଆୟୋଗ ପକ୍ଷରୁ କିଛିଦିନ ତଳେ ଜାରି ହୋଇଥିବା ସଦ୍ୟତମ (ଡିସେମ୍ବର ୨୦୧୯) ରିପୋର୍ଟ ଅନୁସାରେ ଦେଶର ଆକାଂକ୍ଷୀ ଜିଲାମାନଙ୍କ ମୋଟାମୋଟି (ଓଭରଅଲ୍‌) ଡେଲ୍‌ଟା ର଼୍ୟାଙ୍କିଙ୍ଗରେ ଓଡ଼ିଶାର ବଲାଙ୍ଗୀର ଜିଲା ଦ୍ୱିତୀୟ ସ୍ଥାନ ହାସଲ କରିଛି। ୨୦୧୯ ଜୁଲାଇ ମାସ ର଼୍ୟାଙ୍କିଙ୍ଗ ରିପୋର୍ଟରେ ବଲାଙ୍ଗୀର ଜିଲା ପ୍ରଥମଥର ଦ୍ୱିତୀୟ ସ୍ଥାନ ଅଧିକାର କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଗତ ୬ ମାସ ମଧ୍ୟରେ ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଆକାଂକ୍ଷୀ ଜିଲା ତାଲିକାରେ ବଲାଙ୍ଗୀର ପୁଣି ଥରେ ସେହି ସଫଳତା ଦୋହରାଇ ଦ୍ୱିତୀୟ ସ୍ଥାନ ବଜାୟ ରଖିବା ନିଶ୍ଚିତ ରୂପେ ଖୁସିର କଥା। ସ୍ବାସ୍ଥ୍ୟ ଓ ପୁଷ୍ଟି ଭଳି କୃଷି ଏବଂ ଜଳସମ୍ପଦ ମାନକରେ ବଲାଙ୍ଗୀର ଜିଲା ସମଗ୍ର ଦେଶର ଆକାଂକ୍ଷୀ ଜିଲାଗୁଡ଼ିକରେ ନବମ ସ୍ଥାନରେ ରହିଥିବାବେଳେ ଶିକ୍ଷା ମାନକରେ ୧୮ ନମ୍ବରରେ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ମାନକରେ ୨୫ ନମ୍ବର ଏବଂ ମୌଳିକ ଭିତ୍ତିଭୂମି ବିକାଶ ମାନକରେ ୧୨ ନମ୍ବର ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ନୀତି ଆୟୋଗର ଏହି ରିପୋର୍ଟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ ଜିଲାର ବୁଦ୍ଧିଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଉପରୋକ୍ତ ଘୋଷିତ କ୍ଷେତ୍ରଗୁଡ଼ିକର ବାସ୍ତବ ଚିତ୍ର ଓ ଆକାଂକ୍ଷୀ ଜିଲାର ଡେଲ୍‌ଟା ର଼୍ୟାଙ୍କିଙ୍ଗ ରିପୋର୍ଟକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଛି। ଜିଲା ବାସ୍ତବରେ ଅଗ୍ରଗତି କରୁଛି ନା ପୂର୍ବର ବହୁ ଯୁଗାନ୍ତକାରୀ ଯୋଜନା ଭଳି ଏବକାର ଆକାଂକ୍ଷୀ ମଧ୍ୟ ଏକ ପ୍ରହେଳିକା। ବିକାଶ ମାନକକୁ ନେଇ ଦ୍ୱନ୍ଦ୍ୱ ଦୂର କରିବା ଓ ଯୋଜନାର ବାସ୍ତବ ରୂପାୟନ ଜିଲାବାସୀ ହୃଦୟଙ୍ଗମ କରି ସୁଫଳ ପାଇବା ବାସ୍ତବରେ ସବୁଠୁ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ତାଲିଯୋଡ଼ି ବ୍ରିଜ୍‌: ପହଞ୍ଚିଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ଯନ୍ତ୍ରୀ କହିଲେ ଅନୁଦାନ ପରେ…

ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବାଡ଼ାବାଙ୍ଗା-ଲାରିବାଡ଼ି ଦେଇ ଡାକରବାଡ଼ିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା…

ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ଅଦଳବଦଳ! କାହାକୁ ମିଳିଲା କେଉଁ ଦାୟିତ୍ୱ, ନାଁ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୩୦।୧୦: ରବିନ ଉଥପ୍ପା ହେଲେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ବ୍ୟାଟିଂ କୋଚ। IPL ୨୦୨୭ ପାଇଁ ମୁମ୍ବାଇ ଦଳକୁ ମିଳିଛି ସମ୍ପୂର୍ଣ୍ଣ ନୂଆ କୋଚିଂ ଟିମ। କିଛି…

ଅମଳ ପୂର୍ବରୁ ଉଜୁଡ଼ିଗଲା ସ୍ବପ୍ନ: ପାଣିରେ ଲୋଟୁଛି ପାଚିଲା ଧାନ, ଚାଷୀଙ୍କ ମୁଣ୍ଡରେ ଚଡ଼କ

ଅମରପାଲି,୩୦ା୧୦(ପୀତାମ୍ବର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ପବନ ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଅମଳ…

ଧୋଇଗଲା ବ୍ରିଜ୍‌ର ସଂଯୋଗୀକରଣ ରାସ୍ତା: ସୀତାପାଙ୍ଗା-ଅଡ଼ାଗାଡୁ ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡ଼ି, ୩୦।୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଏକାଧିକ…

ସୋନିଆ ଗାନ୍ଧୀ, ଅଖିଳେଶ ଯାଦବ, ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ବ୍ୟବସାୟୀ, କଲେ ଏମିତି ଅନୁରୋଧ

ନୂଆଦିଲ୍ଲୀ,୩୦।୧୦: ‘ଚାମ୍ବର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି’ (CTI) ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ନଭେମ୍ବର ୧ରେ ରାମଲୀଳା ମୈଦାନରେ…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ହଲଚଲ: ବିସିସିଆଇ କଲା ବଡ଼ ଅଦଳବଦଳ, ଦଳରୁ ବାଦ୍‌ ପଡ଼ିଲେ…

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ ପଡ଼ିଛନ୍ତି ପ୍ରସିଦ୍ଧ କୃଷ୍ଣା। ଭାରତୀୟ ଦଳରେ ତାଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କ ଖେଳିବା ଫିଟନେସ ଉପରେ ନିର୍ଭର…

ଗଠନ ହେଲା ଶୁକ୍ରାଦିତ୍ୟ ଯୋଗ: ଲାଗିଲା ଲଟେରୀ, ଚାକିରିରେ ବଡ଼ ପଦୋନ୍ନତି! ଜାଣନ୍ତୁ ୩ ଭାଗ୍ୟଶାଳୀ ରାଶି କିଏ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରାଦିତ୍ୟ ଯୋଗକୁ ସୁଖ-ସମୃଦ୍ଧି, ମାନ-ସମ୍ମାନ ଓ ଉନ୍ନତିର ପ୍ରତୀକ ଭାବେ ଦେଖାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ତୁଳା…

ପ୍ରଖର ଜଳସ୍ରୋତରେ ଭାସିଗଲା ପୋଲ: ୨୫ରୁ ଊର୍ଦ୍ଧ୍ୱ ଗାଁକୁ ଯାନବାହନ ଚଳାଚଳ ବନ୍ଦ

ଦିଗପହଣ୍ଡି, ୩୦।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ପରେ ନାଳରେ ପ୍ରବାହିତ ପ୍ରଖର ଜଳସ୍ରୋତ ଯୋଗୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଡେଙ୍ଗାଓସ୍ତା-ଭୀଷ୍ମଗିରି ରାସ୍ତାର ପାଞ୍ଚଆମ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?