ଏବେ ବି ଆକାଂକ୍ଷୀ

ସ୍ବାଧୀନତାର ୭୩ ବର୍ଷ ପରେ ବି ବଲାଙ୍ଗୀର ଜିଲା ଅନଗ୍ରସର ଜିଲା ମାନଚିତ୍ରରୁ ମୁକୁଳି ନାହିଁ। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ ମାନକରେ ବଲାଙ୍ଗୀର ଜିଲାର ଅନଗ୍ରସରତା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଅର୍ଥନୈତିକ ଅନଗ୍ରସରତା ଓ ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ଢେର୍‌ ଚର୍ଚ୍ଚା ସରଗରମ ହୋଇଛି। କେବିକେ ଅନ୍ତର୍ଗତ ଏହି ଜିଲାର ଦ୍ରୁତ ବିକାଶ ପାଇଁ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ଯୋଜନା ପ୍ରଣୟନ କରି ଅନୁଦାନ ବ୍ୟବସ୍ଥା କରିଛନ୍ତି। ମାତ୍ର ଏସବୁ ସତ୍ତ୍ୱେ ବଲାଙ୍ଗୀର ଆଜି ବି ବହୁ ଦିଗରୁ ଏକ ପଛୁଆ ଓ ଅନଗ୍ରସର ଜିଲା ଭାବେ ପରିଚିତି ଲାଭ କରିଛି। ଗତ ୭୩ ବର୍ଷ ଭିତରେ ଦେଶରେ ସରକାରଙ୍କ ଯୁଗାନ୍ତକାରୀ ଯୋଜନା ସତ୍ତ୍ୱେ ବଲାଙ୍ଗୀର ଜିଲାର ଭାଗ୍ୟୋଦୟ ହୋଇନାହିଁ। ପୂର୍ବ ସରକାର ଭଳି କେନ୍ଦ୍ରରେ କ୍ଷମତାସୀନ ଏବକାର ସରକାର ୨୦୧୮ ମସିହାରେ ଭାରତବର୍ଷର ୨୮ଟି ରାଜ୍ୟର ୧୧୫ଟି ଜିଲାକୁ ଆକାଂକ୍ଷୀ ଜିଲା ଭାବେ ଚିହ୍ନଟ କରିଥିଲେ। ଏହି ଆକାଂକ୍ଷୀ ଜିଲାଗୁଡ଼ିକ ଭିତରେ ବିକାଶ ଓ ଅଗ୍ରସର ହେବାର ସମସ୍ତ ଉପାଦାନ ଭରପୂର ରହିଥିବା କୁହାଯାଇଥିଲା। ଗତ ପ୍ରାୟ ଦୁଇବର୍ଷ ମଧ୍ୟରେ ନୀତି ଆୟୋଗ ପକ୍ଷରୁ ୫ଟି ମାନକରେ ଆକାଂକ୍ଷୀ ଜିଲାଗୁଡ଼ିକର ଅଗ୍ରଗତି ଓ ଉନ୍ନୟନକୁ ନେଇ ବିକାଶ ର଼୍ୟାଙ୍କ ଘୋଷଣା କରାଯାଉଛି। ସ୍ବାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ବିକାଶ ମାନକରେ ଆକାଂକ୍ଷୀ ଜିଲାଗୁଡ଼ିକର ଉନ୍ନତି ଓ ଅଗ୍ରଗତି ନିରୀକ୍ଷଣ କରାଯାଉଛି। ନୀତି ଆୟୋଗ ପକ୍ଷରୁ କିଛିଦିନ ତଳେ ଜାରି ହୋଇଥିବା ସଦ୍ୟତମ (ଡିସେମ୍ବର ୨୦୧୯) ରିପୋର୍ଟ ଅନୁସାରେ ଦେଶର ଆକାଂକ୍ଷୀ ଜିଲାମାନଙ୍କ ମୋଟାମୋଟି (ଓଭରଅଲ୍‌) ଡେଲ୍‌ଟା ର଼୍ୟାଙ୍କିଙ୍ଗରେ ଓଡ଼ିଶାର ବଲାଙ୍ଗୀର ଜିଲା ଦ୍ୱିତୀୟ ସ୍ଥାନ ହାସଲ କରିଛି। ୨୦୧୯ ଜୁଲାଇ ମାସ ର଼୍ୟାଙ୍କିଙ୍ଗ ରିପୋର୍ଟରେ ବଲାଙ୍ଗୀର ଜିଲା ପ୍ରଥମଥର ଦ୍ୱିତୀୟ ସ୍ଥାନ ଅଧିକାର କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଗତ ୬ ମାସ ମଧ୍ୟରେ ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଆକାଂକ୍ଷୀ ଜିଲା ତାଲିକାରେ ବଲାଙ୍ଗୀର ପୁଣି ଥରେ ସେହି ସଫଳତା ଦୋହରାଇ ଦ୍ୱିତୀୟ ସ୍ଥାନ ବଜାୟ ରଖିବା ନିଶ୍ଚିତ ରୂପେ ଖୁସିର କଥା। ସ୍ବାସ୍ଥ୍ୟ ଓ ପୁଷ୍ଟି ଭଳି କୃଷି ଏବଂ ଜଳସମ୍ପଦ ମାନକରେ ବଲାଙ୍ଗୀର ଜିଲା ସମଗ୍ର ଦେଶର ଆକାଂକ୍ଷୀ ଜିଲାଗୁଡ଼ିକରେ ନବମ ସ୍ଥାନରେ ରହିଥିବାବେଳେ ଶିକ୍ଷା ମାନକରେ ୧୮ ନମ୍ବରରେ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ମାନକରେ ୨୫ ନମ୍ବର ଏବଂ ମୌଳିକ ଭିତ୍ତିଭୂମି ବିକାଶ ମାନକରେ ୧୨ ନମ୍ବର ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ନୀତି ଆୟୋଗର ଏହି ରିପୋର୍ଟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଷଣ ପରେ ଜିଲାର ବୁଦ୍ଧିଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଉପରୋକ୍ତ ଘୋଷିତ କ୍ଷେତ୍ରଗୁଡ଼ିକର ବାସ୍ତବ ଚିତ୍ର ଓ ଆକାଂକ୍ଷୀ ଜିଲାର ଡେଲ୍‌ଟା ର଼୍ୟାଙ୍କିଙ୍ଗ ରିପୋର୍ଟକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଛି। ଜିଲା ବାସ୍ତବରେ ଅଗ୍ରଗତି କରୁଛି ନା ପୂର୍ବର ବହୁ ଯୁଗାନ୍ତକାରୀ ଯୋଜନା ଭଳି ଏବକାର ଆକାଂକ୍ଷୀ ମଧ୍ୟ ଏକ ପ୍ରହେଳିକା। ବିକାଶ ମାନକକୁ ନେଇ ଦ୍ୱନ୍ଦ୍ୱ ଦୂର କରିବା ଓ ଯୋଜନାର ବାସ୍ତବ ରୂପାୟନ ଜିଲାବାସୀ ହୃଦୟଙ୍ଗମ କରି ସୁଫଳ ପାଇବା ବାସ୍ତବରେ ସବୁଠୁ ବଡ଼ ଆହ୍ବାନ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri