ଏବେଠାରୁ ସାବଧାନ ନ ହେଲେ ଭାରତକୁ ମାଡି ଆସିବ କ୍ୟାନସର ସୁନାମି!

ଓ୍ବାଶିଂଟନ,୭।୩: ଅଗାମୀ ଦିନରେ ଭାରତରେ କ୍ୟାନସରର ଭୟାବହତାକୁ ଲକ୍ଷ୍ୟ କରି ୨ ଭାରତୀୟ ମୂଳ ବାସିନ୍ଦା ଡାକ୍ତର କହିଛନ୍ତି ଏବେଠାରୁ ସାବଧାନ ନ ହେଲେ ଭାରତକୁ କ୍ୟାନସର ସୁନାମୀ ମାଡିଆସିପାରେ। ଭାରତର ବଡ ବଡ ରାଜନେତାଙ୍କ ଚିକିତ୍ସା କରିଥିବା ଏହି ଡାକ୍ତର କହିଛନ୍ତି ପ୍ରଥମ ଅବସ୍ଥାରେ ଥିବା କ୍ୟାନସରର ଚିହ୍ନଟ ଓ ଏହା ଉପରେ ସ୍ବାସ୍ଥ୍ୟ ଶିକ୍ଷା ସଚେତନତା ଜରୁରୀ ହୋଇପଡିଛି। ଡାକ୍ତର ଦତ୍ତାତ୍ରେୟିଦୁ ନୋରି ଓ ଡାକ୍ତର ରେଖା ଭଣ୍ଡାରୀ ଏମିତି ସୂଚନା ଦେଇଛନ୍ତି। ସେମାନଙ୍କ ମତରେ କ୍ୟାନସରକୁ ଯଦି ପ୍ରଥମ ଅବସ୍ଥାରୁ ଚିହ୍ନଟ କରାଯାଏ ତେବେ ଏହା ଠିକ୍‌ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଡାକ୍ତର ନୋରି କହିଛନ୍ତି ଏବେ ଭାରତରେ ପ୍ରତିଦିନ କ୍ୟାନସରରେ ପାଖାପାଖି ୧୩ଶହ ଲୋକଙ୍କ ମୃତ୍ୟୁ ହେଉଛି। ସେହିପରି ପ୍ରତିବର୍ଷ ପାଖାପାଖି ୧୨ଲକ୍ଷ ନୂଆ କ୍ୟାନସର ରୋଗୀଙ୍କୁ ଭାରତରେ ଚିହ୍ନଟ କରାଯାଉଛି। ତେବେ ଏହାର ସଠିକ ଚିକିତ୍ସା ଉବଲବ୍ଧ ନ ହେଉଥିବାରୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ମଧ୍ୟ ସେ କହିଛନ୍ତି। ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍‌ କ୍ୟାନସରର ରିପୋର୍ଟ କହୁଛି ୨୦୩୦ ବେଳକୁ ୧୭ ଲକ୍ଷ ନୂଆ କ୍ୟାନସର ରୋଗୀଙ୍କୁ ଚିହ୍ନଟ କରାଯାଇଥିବ। ତେଣୁ ଏହା ଉପରେ ଏବେଠାରୁ ସଚେତନାର ଆବଶ୍ୟକତା ରହିଛି ବୋଲି ନୋରି ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ପୋତିବାକୁ ଏଠାରେ ଦେବାକୁ ପଡେ କୋଟି କୋଟି ଟଙ୍କା

ହଂକଂ: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା...

ଚାଇନା ଛାଡୁଛନ୍ତି ତାଇଓ୍ବାନ କମ୍ପାନୀ…

ବେଜିଂ/ତାଇପେଇ ସିଟି,୨୪।୪ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଚାଇନା ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସମ୍ପର୍କରେ କ୍ରମାଗତ...

ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ପାକ୍‌:ଜାତିସଂଘକୁ ଜଣାଇଲେ ଆଇସିଜେ ଅଧ୍ୟକ୍ଷ

ଜାତିସଂଘ,୧।୧୧ (ଆଇଏଏନ୍‌ଏସ୍‌):ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି। ପାକିସ୍ତାନ ଜେଲରେ ଥିବା କୁଳଭୂଷଣଙ୍କୁ ଭାରତୀୟ ଉଚ୍ଚାୟୁକ୍ତଙ୍କ ଜରିଆରେ...

ଶେଷ ହୋଇନାହିଁ ମହାମାରୀ, ହେଲେ ଦେଖାଯାଉଛି ଏହାର ଅନ୍ତ: ଡବ୍ଲୁଏଚଓ ମୁଖ୍ୟ

ନ୍ୟୁୟର୍କ,୨୩ ।୯: କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ହେଲେ ଏହାର ଅନ୍ତ ଖୁବ୍ ନିକଟରୁ ଦେଖାଯାଉଛି । ନ୍ୟୁୟର୍କରେ ଆୟୋଜିତ ୟୁଏନଜିଏ...

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାବି, ଜୀବନ ବଞ୍ଚାଇବାକୁ ଆତ୍ମ ସମର୍ପଣ କରୁଛନ୍ତି ରୁଷିଆ ସେନା

କ୍ୱିଭ,୮।୪: ରୁଷିଆ ଯୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏବେ ବର୍ଷରୁ ଅଧିକ ସମୟ ହୋଇ ସାରିଛି। ହେଲେ ଏବେ ପର୍ଯ୍ୟନ୍ତ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି।...

ଆମେରିକା ବିରୋଧରେ ସ୍ବର ଉତ୍ତୋଳନ କଲା ଚାଇନା

ବେଜିଂ,୫ା୨: ଆମେରିକା ବିରୋଧରେ ଚାଇନା ଖୋଲାଖୋଲି ଭାବେ ସ୍ବର ଉତ୍ତୋଳନ ଆରମ୍ଭ କରିଛି। ଏଥର ଚାଇନା ତା’ର ମିତ୍ର ରାଷ୍ଟ୍ର ଉତ୍ତରକୋରିଆ ସପକ୍ଷରେ ସ୍ବର ଉତ୍ତୋଳନ...

ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ

କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି...

ଗିଲଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ହିମସ୍ଖଳନ: ୩ ମହିଳାଙ୍କ ସମେତ ୧୦ ମୃତ, ୨୫ ଆହତ

ଇସଲାମାବାଦ,୨୮।୫: ପାକିସ୍ତାନର ଗିଲଗିଟ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ହିମସ୍ଖଳନ ଯୋଗୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। ପୋଲିସର...

Advertisement
Archives

Model This Week