ନୂଆଦିଲ୍ଲୀ,୧୧-୮: ବଜେଟରେ ଲାଗୁ ହୋଇଥିବା ସରଚାର୍ଜକୁ ନେଇ ଚିନ୍ତିତ ଫରେନ ପୋର୍ଟଫୋଲିଓ ଇନ୍ଭେଷ୍ଟର(ଏଫ୍ପିଆଇ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ଭେଟିଛନ୍ତି। ସରଚାର୍ଜ ଲାଗୁ ହେବା ଦ୍ୱାରା ସେମାନଙ୍କ ନିବେଶ ପ୍ରଭାବିତ ହେଉଛି ଦର୍ଶାଇ ଏଫ୍ପିଆଇ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଏହା ପ୍ରତ୍ୟାହାର ହେବା ପରେ ଯାଇ ସେମାନେ ଭାରତରେ ନିବେଶ କରିବେ ବୋଲି ସେମାନେ ସୀତାରାମନ୍ଙ୍କୁ ସ୍ପଷ୍ଟ କରିଛନ୍ତି। ତେବେ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଚୁପ୍ ରହିଛନ୍ତି। ସେ ଏସଂକ୍ରାନ୍ତରେ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଏଠାରେ ଡୋମେଷ୍ଟିକ ଇନ୍ଷ୍ଟିଚ୍ୟୁଶନାଲ ଇନ୍ଭେଷ୍ଟର ଓ ଏଫ୍ପିଆଇଙ୍କ ସହ ସୀତାରାମନ୍ ସରଚାର୍ଜକୁ ନେଇ ଆଲୋଚନା କରିଥିଲେ। ତେବେ ଏହାକୁ ପ୍ରତ୍ୟାହାର କରିବା ନେଇ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଅତି ଧନୀ ଓ ଏଫ୍ପିଆଇଙ୍କ ଉପରେ ସରଚାର୍ଜ ଲାଗୁ କରାଯିବ ବୋଲି ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସୀତାରାମନ୍ ଘୋଷଣା କରିଥିଲେ। ଏଥିରେ କ୍ଷୁବ୍ଧ ଏଫପିଆଇ ବଜେଟ ପରେ ଆଜିସୁଦ୍ଧା ଷ୍ଟକ ବଜାରରୁ ୨୨ ହଜାର କୋଟି ଟଙ୍କା କାଢ଼ି ନେଇଛନ୍ତି। ବୈଠକରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ଉପସ୍ଥିତ ଥିବା ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ସବୁ ଶୁଣିବା ପରେ ମଧ୍ୟ କିଛି ଉତ୍ତର ଦେଇ ନ ଥିଲେ। ସେମାନେ ଦିଆଯାଇଥିବା ପରାମର୍ଶକୁ ଚୁପ୍ଚାପ୍ ଶୁଣିଥିଲେ। ଆସୋସିଏଶନ ଅଫ୍ ଆସେଟ୍ ମ୍ୟାନେଜମେଣ୍ଟ ରାଉଣ୍ଡଟେବଲ ଅଫ୍ ଇଣ୍ଡିଆ ପ୍ରେସିଡେଣ୍ଟ ନନ୍ଦିତା ପାରକର୍ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କୁ ଟିକସ ବ୍ୟବସ୍ଥା ଓ ଇଜ୍ ଅଫ୍ ଡୁଇଂ ବିଜନେସ ସମ୍ପର୍କରେ କୁହାଯାଇଛି। ଇକ୍ୟୁଟି ନିବେଶ କ୍ଷେତ୍ରରେ ଭାରତରେ ଏଫ୍ପିଆଇ ପ୍ରାୟ ୨୫ରୁ ୩୫ ବିଲିୟନ ଡଲାର ନିବେଶ କରିପାରିବେ ବୋଲି ସୀତାରାମନ୍ଙ୍କୁ ଜଣାଇ ଦିଆଯାଇଛି। ତେବେ ଏଥିଲାଗି ସ୍ଥିର ଟିକସ ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କୁହାଯାଇଛି।
ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ
ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...
ସିଗାରେଟ୍, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX
ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...
Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...
ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...
LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍କା!
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...
Archives


