Posted inଖେଳ

ଏଫ୍‌ଆଇଏଚ ହକି ପ୍ରୋ ଲିଗ୍‌: ବେଲ୍‌ଜିୟମ ପହଞ୍ଚିଲା, ୮ରୁ ମ୍ୟାଚ

ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ଖେଳିବା ପାଇଁ ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଦଳ ବେଲଜିୟମ ବୁଧବାର ଭୁବନେଶ୍ୱରରେ ପହଞ୍ଚତ୍ଛି। ଚଳିତ ମାସ ୮ ଓ ୯ ତାରିଖରେ ଭାରତ ଓ ବେଲଜିୟମ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ। ଚଳିତ ଲିଗ୍‌ରେ ଭାରତ ଏହାର ପ୍ରଥମ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଥିବାବେଳେ ବେଲଜିୟମ ୪ଟି ମ୍ୟାଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମ ସହିତ ବେଲ୍‌ଜିୟମର ସ୍ମୃତି ମଧୁର ଅନୁଭୂତି ରହିଛି। କାରଣ ଏଠାରେ ୨୦୧୮ରେ ଦଳ ବିଶ୍ୱ ଚାମ୍ପିୟନ ମୁକୁଟ ପିନ୍ଧିଥିଲା। ଅନ୍ୟପକ୍ଷରେ କଳିଙ୍ଗରେ ବେଲଜିୟମ ବିପକ୍ଷରେ ଭାରତର ଟ୍ରାକ୍‌ ରେକର୍ଡ ଭଲ ରହିଛି। କାରଣ ବିଶ୍ୱକପର ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ବିପକ୍ଷରେ ଭାରତ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା। ସେହିପରି ୨୦୧୭ରେ ଅନୁଷ୍ଠିତ ପୁରୁଷ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲର କ୍ୱାର୍ଟର ଫାଇନାଲରେ ନିର୍ଦ୍ଧାରିତ ସମୟରେ ମ୍ୟାଚ ୩-୩ ସ୍ଥିତିରେ ରହିବାପରେ ଶୁଟ୍‌ ଆଉଟରେ ଭାରତ ୩-୨ ଗୋଲରେ ବିଜୟୀ ହୋଇଥିଲା।
”ଅଲିମ୍ପିକ୍ସ ପୂର୍ବରୁ ଭାରତ ବିପକ୍ଷ ହାଇଭୋଲଟେଜ ୨ ମ୍ୟାଚ ଖେଳିବା ପାଇଁ କଳିଙ୍ଗ ଷ୍ଟାଡିୟମ ଫେରିଥିବାରୁ ଆମେ ବହୁତ ଖୁସି। ପ୍ରୋ ଲିଗ୍‌ରେ ଭାଗ ନେଉଥିବା ସବୁ ଦଳ ପାଇଁ ମ୍ୟାଚ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଏକ ଶକ୍ତିଶାଳୀ ଦଳ। ମାତ୍ର ଆମେ ଗତ ୪ଟି ଯାକ ମ୍ୟାଚ ଜିତିଥିବାରୁ ଦୃଢ଼ ମନୋବଳ ନେଇ ଏଠାକୁ ଆସିଛୁ। ଭାରତ ବିପକ୍ଷ ୨ଟି ଯାକ ମ୍ୟାଚ ଜିତିବା ଆମର ଲକ୍ଷ୍ୟ ରହିବ“ ବୋଲି ବେଲଜିୟମ ଅଧିନାୟକ ବ୍ରେଲ୍ସ ଥୋମାସ ପ୍ରକାଶ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ସହିତ ଆମର ଭଲ ସ୍ମୃତି ଯୋଡ଼ି ହୋଇ ରହିଛି। ପ୍ରୋ ଲିଗ୍‌ରେ ଭାରତ ମଧ୍ୟ ଭଲ ଖେଳୁଛି। ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ତେଣୁ ଆଗାମୀ ୨ଟି ଯାକ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି ବୋଲି ୩୪୧ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ଅଧିନାୟକ ପ୍ରକାଶ କରିଛନ୍ତି। ଏହି ଟୁର୍‌ ପାଇଁ ଆମେ ଗତ ୬ ମାସଧରି କଠିନ ପରିଶ୍ରମ କରି ଆସୁଛୁ। ଟୋକିଓ ଅଲିମ୍ପିକ୍ସରେ ପୋଡିୟମ ଫିନିଶ୍‌ ବେଲଜିୟମର ଲକ୍ଷ୍ୟ। ତେଣୁ ଏଠାରେ ଏକ ଭିନ୍ନ ବେଲଜିୟମ ଦଳକୁ ଦେଖିବାକୁ ମିଳିବ। କଳିଙ୍ଗ ଷ୍ଟାଡିୟମ ଆମର ଘରୋଇ ଗ୍ରାଉଣ୍ଡ ନୁହେଁ, ମାତ୍ର ଆମେ ଏଠାରେ ଆମର ରେକର୍ଡ ବହୁତ ଭଲ। କଳିଙ୍ଗରେ ଖେଳିଥିବା ୧୦ଟି ମ୍ୟାଚରୁ ଆମେ ୮ଟିରେ ବିଜୟୀ ହୋଇଛୁ। ବିଶ୍ୱର ନମ୍ବରଓ୍ବାନ ଦଳର କୋଚ୍‌ଥିବାରୁ ମୁଁ ଗର୍ବିତ ବୋଲି କୋଚ୍‌ ଶେନ ମ୍ୟାକଲିଓଡ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri