Posted inଖେଳ

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି ମ୍ୟାଚରେ ରୁଷିଆକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଦିିଗରେ ଏକପାଦ ଅଗ୍ରସର ହୋଇଛି। ଶନିବାର ହେବାକୁଥିବା ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହେଲେ ଅଲିମ୍ପିକ୍ସ ଯୋଗ୍ୟତା ପାଇବ। ରୁଷିଆ ଯଦି ସମାନ ଗୋଲ ବ୍ୟବଧାନରେ ଭାରତକୁ ପରାସ୍ତ କରେ ତେବେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଫଳାଫଳ ନିର୍ଣ୍ଣିତ ହେବ। ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମନଦୀପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ମ୍ୟାଚ ଆରମ୍ଭରୁ ଭାରତ ଗେମ୍‌କୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲା। ବଲ୍‌କୁ ରୁଷିଆ ହାଫ୍‌ରେ ରଖି ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିଥିଲା। ୫ମ ମିନିଟରେ ଦଳକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ତାରକା ଡିଫେଣ୍ଡର ହରମନପ୍ରୀତ ସିଂ ଶଟ୍‌ ମାରୁଥିବାବେଳେ ରୁଷିଆ ଖେଳାଳିମାନେ ବିପଜ୍ଜନକଭାବେ ତାଙ୍କୁ ପ୍ରତିରୋଧ କରିଥିଲେ। ଫଳରେ ରୁଷିଆକୁ ଦଣ୍ଡ ସ୍ବରୂପ ଅମ୍ପାୟର ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦେଇଥିଲେ। ହରମନପ୍ରୀତ ତାହାକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ର଼୍ୟାଙ୍କିିଙ୍ଗ୍‌ରେ ଭାରତ(୫ମ)ଠାରୁ ରୁଷିଆ(୨୨ତମ) ତଳେ ଥିବାରୁ ମ୍ୟାଚ ଏକପାଖିଆ ହେବ ବୋଲି ଆଶା କରାଯାଉଥିଲା। ଗତ ଜୁନ୍‌ରେ ଏଠାରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜରେ ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା। ତେଣୁ ଏଥର ମଧ୍ୟ ତା’ର ପୁନରାବୃତ୍ତି ଘଟିବ ବୋଲି ମଧ୍ୟ ଆକଳନ କରାଯାଉଥିଲା। ମାତ୍ର ମ୍ୟାଚ ଆଗେଇବାକ୍ଷଣି ରୁଷିଆ ଭିନ୍ନ ପ୍ରଦର୍ଶନ କରିଥିଲା। ଅଲିମ୍ପିକ୍‌ କ୍ବାଲିଫାୟର୍ସ ପାଇଁ ଦଳ ଭଲଭାବେ ପ୍ରସ୍ତୁତ ହୋଇ ଆସିିଛି ବୋଲି ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ପ୍ରମାଣିିତ କରିଥିଲା। ପ୍ରଥମ କ୍ବାର୍ଟରରେ ଭାରତ ୧-୦ରେ ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୧୭ତମ ମିନିଟରେ ଆନ୍ଦ୍ରେ କୁରାଇଭ୍‌ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଏହାପରେ ଅଗ୍ରଣୀ ନେବାପାଇଁ ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ରୁଷିଆ ଡିଫେଣ୍ଡରମାନେ ଚମତ୍କାର ପ୍ରଦର୍ଶନ କରି ତାହାକୁ ସଫଳ ପ୍ରତିହତ କରିଥିଲେ। ୨୪ତମ ମିନିଟରେ ରୁଷିଆ ଗୋଲପୋଷ୍ଟ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ମଧ୍ୟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ପୁଣି ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଉଭୟ ଦଳ ପରିବର୍ତ୍ତିତ ରଣନୀତିରେ ଖେଳିଥିଲେ ହେଁ ଗୋଲ ଦେବାରେ ସକ୍ଷମ ହୋଇ ନ ଥିଲେ। ତୃତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦକ୍ଷତା ଅନୁସାରେ ଭାରତୀୟ ଦଳ ପ୍ରଦର୍ଶନ କରିପାରି ନ ଥିଲା। ଘରୋଇ ପରିବେଶ ଏବଂ ଦର୍ଶକ ସମର୍ଥରୁ ମଧ୍ୟ ଖେଳାଳିମାନେ ବିଶେଷ ଫାଇଦା ନେଇପାରି ନ ଥିଲେ। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ରୁଷିଆ ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋରଦାର କରିଥିଲା। ୪୭ତମ ମିନିଟରେ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବା ପାଇଁ ଭାରତ ନିକଟରେ ସୁଯୋଗ ଥିଲା। ମାତ୍ର ହରମନପ୍ରୀତଙ୍କ ଡ୍ରାଗ୍‌ଫ୍ଲିକ୍‌ ଶଟ୍‌କୁ ରୁଷିଆ ଗୋଲକିପର ମାରାଟ ଗାଫାରୋଭ ସେଭ୍‌ କରି ଦେଇଥିଲେ। ତେବେ ରୁଷିଆ ବଲ୍‌କୁ ସମ୍ପୂର୍ଣ୍ଣଭାବେ କ୍ଲିୟର କରିପାରି ନ ଥିଲା। ଡି ଏରିଆ ମଧ୍ୟରେ ବଲ୍‌ ଥିବାବେଳେ ନିଳକାନ୍ତ ଶର୍ମାଙ୍କଠାରୁ ବଲ୍‌ ପାସ୍‌ ପାଇ ଏସ୍‌ଭି ସୁନୀଲ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୪୮ତମ ମିନିଟରେ ଏହି ଗୋଲ ହୋଇଥିଲା। ଏହାର ୫ ମିନିଟ ପରେ ଅର୍ଥାତ୍‌ ୫୩ତମ ମିନିଟରେ ମନଦୀପ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ଏହାର ୧ ମିନିଟ ପରେ ରୁଷିଆକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଖେଳାଳିମାନେ ତାହାର ଫାଇଦା ନେଇପାରି ନ ଥିଲେ। ୫୭ତମ ମିନିଟରେ ମଧ୍ୟ ଭାରତର ପେନାଲ୍ଟି କର୍ନର ମିସ୍‌ ହୋଇଥିଲା। ମ୍ୟାଚ ଶେଷ ହେବାକୁ ଆଉ ୪୭ ସେକେଣ୍ଡ ଥିବାବେଳେ ରୁଷିଆକୁ ପେନାଲ୍ଟି କର୍ନର ମିଳିଥିଲା। ୬୦ତମ ମିନିଟରେ ସିମେନ ମାଟ୍‌କୋଭସ୍କି ଏହାକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ୧୦ ସେକେଣ୍ଡ ଖେଳ ବାକି ରହିଥିବାବେଳେ ଭାରତକୁ ଲଗାତର ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ହରମନପ୍ରୀତ ତାହାର ସଦୁପଯୋଗ କରିପାରି ନ ଥିଲେ।

ଗୋଲ ସ୍କୋରର
ଭାରତ
ହରମନପ୍ରୀତ ସିଂ: ୫ମ ମିନିଟ
ମନଦୀପ ସିଂ: ୨୪ତମ ମିନିଟ
ଏସ.ଭି. ସୁନୀଲ: ୪୮ତମ ମିନିଟ
ମନଦୀପ ସିଂ: ୫୩ତମ ମିନିଟ
ରୁଷିଆ
ଆନ୍ଦ୍ରେ କୁରାଇଭ୍‌: ୧୭ତମ ମିନିଟ
ସେମେନ ମାଟ୍‌କୋଭସ୍କି: ୬୦ତମ ମିନିଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri