Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଲଢ଼େଇ କରି ହାରିଲା ଭାରତ

ଭୁବନେଶ୍ୱର ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ପ୍ରଭାବୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ଯୋଗୁ ଦଳ ମ୍ୟାଚ ଡ୍ର ରଖିବା ସୁଯୋଗ ହାତଛଡ଼ା କରିଥିଲା। ଅଷ୍ଟ୍ରେଲିଆର ଲାଚଲାନ ଶାର୍ପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚ ପରେ ଭାରତ ୫ଟି ମ୍ୟାଚ ଖେଳି ୨ ବିଜୟ, ୧ ଶୁଟ୍‌ଆଉଟ ବିଜୟ ଓ ୨ ପରାଜୟ ସହିତ ୮ ପଏଣ୍ଟରେ ସ୍ଥିର ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରେ ୨ ବିଜୟ, ୧ ଶୁଟ୍‌ ଆାଉଟ ବିଜୟ, ୧ ଶୁଟ୍‌ ଆଉଟ ପରାଜୟ ଓ ୧ ପରାଜୟ ସହିତ ୯ ପଏଣ୍ଟରେ ପହଞ୍ଚତ୍ ଯାଇଛି।
ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ସ୍ପିଡ୍‌ ଗେମ୍‌ ଖେଳି ଅଷ୍ଟ୍ରେଲିଆ ଫାଇଦା ପାଇଥିଲା। ଭାରତ ତୁଳନାରେ ଅଷ୍ଟ୍ରେଲିଆର ପାସିଂ ଏବଂ ଫିନିଶିଂ ଭଲ ରହିଥିଲା। ମ୍ୟାଚର ୬ଷ୍ଠ ମିନିଟରେ ଅଧିନାୟକ ଆରନ ଜେଲସ୍କିଙ୍କ ପାସ୍‌କୁ ଗୋଲରେ ପରିଣତ କରିଥିଲେ ଡେଲାନ ଉଥରସ୍ପୁନ। ପ୍ରଥମ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅଷ୍ଟ୍ରେଲିିଆ ଚମତ୍କାର ଖେଳିଥିଲା। ଆକ୍ରମଣାତ୍ମକ ରଣନୀତିରେ ଡାହାଣ ପଟରୁ ବଲ୍‌ ଆଣି ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ଡି’ ଏରିଆ ମଧ୍ୟରେ ପ୍ରବେଶ କରିଥିଲେ। ଲାଚଲାନ ଶାର୍ପ ବଲ୍‌କୁ ଅତି ଚତୁରତାର ସହିତ ଟମ୍‌ ୱିକହାମ୍‌ଙ୍କ ନିକଟକୁ ବଢ଼ାଇ ଦେଇଥିଲେ। ୱିକ୍ହାମ ତାହାକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ।
କ୍ବାର୍ଟର ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୫ତମ ମିନିଟରେ ଭାରତ ମ୍ୟାଚରେ ପ୍ରଥମଥରପାଇଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ରୂପିନ୍ଦରପାଲ ସିଂ ତାହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୩୬ତମ ମିନିଟରେ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନର ପାଇଥିଲା। ଏଥର ରୂପିନ୍ଦର ମାରିଥିବା ଶଟ୍‌ ଅଷ୍ଟ୍ରେଲିଆ ଗୋଲକିପରଙ୍କ ହାତରେ ବାଜି ଫେରି ଆସୁଥିବାବେଳେ ରାଜ କୁମାର ପାଲ୍‌ଙ୍କ ରିବାଉଣ୍ଡ ଶଟ୍‌ରୁ ଭାରତ ପ୍ରଥମ ଗୋଲ ପାଇଥିଲା। ଗତ ବେଲଜିୟମ ବିପକ୍ଷ ମ୍ୟାଚରେ ପଦାର୍ପଣ କରିିଥିବା ରାଜଙ୍କ ପାଇଁ ଏହାଥିଲା ପ୍ରଥମ ଅନ୍ତର୍ଜାତୀୟ ଗୋଲ। ଏହାପରେ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଅଷ୍ଟ୍ରେଲିଆ ବଡ଼ ଅଗ୍ରଣୀ ନେଇ ଯାଇଥିଲା। ୪୧ତମ ମିନିଟରେ ଲାଚଲାନ ଶାର୍ପ ଏବଂ ୪୩ତମ ମିନିଟରେ ଡାନିଏଲ ବାଲେ ଏହି ଗୋଲ ୨ଟି ଦେଇଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୪-୧ରେ ଅଗ୍ରଣୀ ନେଇ ଯାଇଥିଲା। ଶେଷ କ୍ବାର୍ଟରରେ କିନ୍ତୁ ଭାରତ ଆକର୍ଷଣୀୟ ଖେଳିଥିଲା। ୪୬ତମ ମିନିଟରେ ରାଜ ବ୍ୟକ୍ତିଗତଭାବେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୫୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦର ଗୋଲରେ ପରିଣତ କରିବାରୁ ମ୍ୟାଚ ରୋମାଞ୍ଚକ ମୋଡ଼ ନେଇଥିଲା। ଶେଷ ୮ ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ଆପ୍ରାଣ ଉଦ୍ୟମ କରିଥିଲା। ମ୍ୟାଚ ଶେଷ ହେବାପାଇଁ ଆଉ ୩୩ ସେକେଣ୍ଡ ଥିବାବେଳେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନର ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ ରୂପିନ୍ଦର। ସେ ଗୋଲପୋଷ୍ଟ ବାହାରେ ବଲ୍‌ ମାରି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକଙ୍କୁ ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଙ୍କ୍‌ ବଲ୍‌ ଟେଷ୍ଟ: ସୂର୍ଯ୍ୟାସ୍ତରେ ବ୍ୟାଟିଂ ବେଳେ ଅଧିକ ସତର୍କତା ଜରୁରୀ

ଅହମ୍ମଦାବାଦ, ୨୨ା୨(ପି.ଟି.)-ମୋଟେରାରେ ଇଂଲଣ୍ଡ ବିପକ୍ଷରେ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯିବା ସମୟରେ ବିଶେଷ କରି ସୂର୍ଯ୍ୟାସ୍ତ ସମୟରେ ବ୍ୟାଟିଂ ବେଳେ ତାଙ୍କୁ ଅଧିକ ସତର୍କତା ଅବଲମ୍ବନ...

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ...

ପାକିସ୍ତାନ ଚାହୁଁଛି ଚଳିତ ବର୍ଷ ନ ହେଉ ଏହି ଟୁର୍ନାମେଣ୍ଟ

କରାଚୀ,୧୨।୩ : ଚଳିତ ବର୍ଷ ଏସିଆ କପ୍‌ ଆୟୋଜନ ହେବାର ଖୁବ୍‌ କମ୍‌ ସମ୍ଭାବନା ଅଛି। ପିଏସ୍‌ଏଲ ଫ୍ରାଞ୍ଚାଇଜର ମାଲିକଙ୍କୁ ଏଭଳି ଅଶ୍ୱାସନା ଦେଇଛନ୍ତି ପାକିସ୍ତାନ...

ଏସିଆନ ଜୁନିୟର ଟିଟି: ଦକ୍ଷିଣ କୋରିଆକୁ ହରାଇ ଭାରତ ଫାଇନାଲରେ

ଉଳାନବତାର, ୪ା୯(ପି.ଟି.)-ଭାରତର ଜୁନିୟର ବାଳକ ଦଳ ଏଠାରେ ଚାଲିଥିବା ୨୨ତମ ଏସିଆନ ଜୁନିୟର ଓ କ୍ୟାଡେଟ୍‌ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି।...

ଥମୁନି ଆରସିବି ବ୍ୟାଟ୍ସମ୍ୟାନଙ୍କ ଶତକ ଧାରା

ବାଙ୍ଗାଲୋର,୧।୩ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓପନର ତଥା କର୍ନାଟକ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ ଏବେ ଚମତ୍କାର ଫର୍ମରେ। ଚଳିତ ବିଜୟ ହଜାରେ ଟ୍ରଫିରେ...

ବ୍ୟାଟିଂ ଦ୍ୱାରା ପ୍ରେମିକାଙ୍କୁ ପ୍ରଭାବିତ କରିଥିଲେ ଏହି କ୍ରିକେଟର୍‌

ଅହମ୍ମଦାବାଦ,୧୪।୯: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ କଠିନ ପରିଶ୍ରମ ଆଧାରରେ ଟି -୨୦ ବିଶ୍ୱକପ ଦଳରେ ସ୍ଥାନ ନିଶ୍ଚିତ କରିଛନ୍ତି। ଆଜି...

ଗର୍ଲଫ୍ରେଣ୍ଡଙ୍କ ପାଇଁ ଅଭିନେତ୍ରୀଙ୍କୁ ହ୍ବାଟସ୍‌ଆପ୍‌ରୁ ବ୍ଲକ୍‌ କଲେ ଋଷଭ୍‌ ପନ୍ତ

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସହ ଏକ ଡିନର୍‌ ଡେଟ୍‌ରେ ଯାଇ ଫସିଯାଇଛନ୍ତି ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଏଥିପାଇଁ ସୋସିଆଲ ମିଡିଆରେ ସେ...

ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ

ପ୍ୟାରିସ୍‌, ୩୧।୫ (ଏଏଫ୍‌ପି)- ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ...

Advertisement
Archives

Model This Week