ଏନ୍‌ସେଫାଲାଇଟିସ୍‌ ଜିଲା ଟାସ୍କଫୋର୍ସ ବୈଠକ:୧୧ ନଭେମ୍ବରରୁ ଟିକାକରଣ

ଅନୁଗୋଳ ଅଫିସ, ୧୯ା୧୦

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନର ଜିଲା ଟାସ୍କ ଫୋର୍ସ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଏଥିରେ ଅଧ୍ୟକ୍ଷତା କରି ଟିକାକରଣ ଅଭିଯାନର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିବା ସହ ଜଣେ ବି ପିଲା ଯେପରି ଏଥିରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ବିଶେଷ ଯନତ୍ବାନ ହେବାକୁ ପରାମର୍ଶ ଦେଇଛନ୍ତି। ମିଳିମିଳା ଓ ରୁବେଲା କାର୍ଯ୍ୟକ୍ରମ ଭଳି ଏହି କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ନଭେମ୍ବର ୧୧ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ମାଲକାନଗିରିରେ ୨୦୦୪ରେ ମାରାତ୍ମକ ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋଗରେ ୧୦୩ ଜଣ ପିଲା ମୃତ୍ୟୁମୁଖରେ ପଡ଼ିଥିଲେ। ପରେ ରୋଗର ଭୟାବହତା ସମ୍ପର୍କରେ ଜିଲାସ୍ତରରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅନୁଗୋଳରେ ଏ ପର୍ଯ୍ୟନ୍ତ କେହି ଆକ୍ରାନ୍ତ ହେବାର ସୂଚନା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାର ୧୯୬୬ଟି ବିଦ୍ୟାଳୟରେ ୩ ଲକ୍ଷ ୬୪ ହଜାର ପିଲାମାନଙ୍କୁ (୧ରୁ ୧୫ ବର୍ଷ ପର୍ଯ୍ୟନ୍ତ) ଏହି ଟିକା ପ୍ରଦାନ କରାଯିବ। ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ ସବୁସ୍ତରର ଲୋକଙ୍କ ନିକଟରେ କିପରି ସଚେତନତା ବାର୍ତ୍ତା ପହଞ୍ଚିପାରିବ ସେ ଦିଗରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ଅଙ୍ଗନୱାଡି କେନ୍ଦ୍ର ଓ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସର୍ଭେଲାନ୍ସ ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ସାହୁ ସାଧନକର୍ମୀ ଭାବେ ଯୋଗଦେଇ ପାୱାର ପଏଣ୍ଟ ମାଧ୍ୟମରେ ଏହି ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ମଶା, ଘୁଷୁରି, ମାଛରଙ୍କା ଚଢେଇ, ବତକ ଏହି ରୋଗର ବାହକ ଅଟନ୍ତି। ଧାନ ଚାଷ ହେଉଥିବା ବିଲରେ ପାଣି ଜମି ରହିଲେ ସେଠାରେ ଏହି ମଶା ସେଠାରେ ବଂଶ ବିସ୍ତାର କରିଥାନ୍ତି ବୋଲି ସେ ପ୍ରକାଶ କରିଥିଲେ। ଜିଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଏହି ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି ଟିକାକରଣ ଅଭିଯାନକୁ ସମ୍ମିଳିତ ଭାବେ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ରାକେଶ କୁମାର ସାହୁ, ୟୁନିସେଫ୍‌ର ପୁଷ୍ଟି ପରାମର୍ଶଦାତା ପ୍ରିୟବ୍ରତ ଦାସଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱ ରଞ୍ଜନ ରଥ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

କଣିହାଁ,୩୦ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ବଜ୍ରକୋଟ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ରେଙ୍ଗାଳି ଥାନା ବଜ୍ରକୋଟ...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ, ଦିନକରେ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପୁଣି ୧୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୮୯୪ରେ ପହଞ୍ଚିଛି। ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ...

ଭୂମିକମ୍ପରେ ଥରିଲା ରାୟଗଡା

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ରାୟଗଡା ଜିଲାର କାଶୀପୁର ଅଞ୍ଚଳରେ ସୋମବାର ଭମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। An earthquake of magnitude...

କଟକରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସର ତଦନ୍ତ, ସନ୍ଦେହ ଘେରରେ ଘର ବାହାରେ ଥିବା ଜୋତା

କଟକ ଅଫିସ,୧୩।୧୨: କଟକ ନୂଆବଜାର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ...

ଗଞ୍ଜାମ ଏନ୍‌ଏସି ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ

ଗଞ୍ଜାମ,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଝୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନସିଲର ପ୍ରାର୍ଥୀ ରବିବାର ଛତ୍ରପୁର...

ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ବାରିପଦା ଅଫିସ,୬ା୧୧-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ଅବକାରୀ ବିଭାଗ ଚଢ଼ାଉ କରି ୩୬ କେ.ଜି ଗଞ୍ଜେଇ...

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୨ ଜଣଙ୍କ ଜୀବନ...

Advertisement
Archives

Model This Week