ଯୋଡ଼ା, ୧୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଜୀବନ ରେଖା କୁହାଯାଉଥିବା ୫୨୦ନଂ ଜାତୀୟ ରାଜପଥର ମରାମତି ପାଇଁ ଯୋଡା ବ୍ଲକ ଅନ୍ତର୍ଗତ ୫ଟି ପଞ୍ଚାୟତର ସରପଞ୍ଚ କେନ୍ଦୁଝର ଜିଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଥିବା ଜଣାପଡିଛି। ଏଥିରେ ଦର୍ଶାଯାଇଛି ଯେ, ଏହି ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଟ୍ରକ, ଡମ୍ପର, ବଡ ବଡ ଭାରିଯାନ ଖଣିଜ ପରିବହନ କରୁଛନ୍ତି। ଦୀର୍ଘ ବର୍ଷେ ହେଲା ଏହି ଜାତୀୟ ରାଜପଥର ମରାମତି ଅଭାବରୁ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇ ଜାତୀୟ ରାଜପଥଟି ମରଣଯନ୍ତା ପାଲଟିଛି। ଧୂଳିଧୂଆଁ ଉଡି ଅଞ୍ଚଳକୁ ପ୍ରଦୂଷିତ କରୁଛି। ଏହା ସହିତ ବିଭିନ୍ନ ସ୍ଥାନରେ ବଡ ବଡ ଗାତ, ଖାଲ ଯୋଗୁ ବଡ ବଡ ଭାରିଯାନ ଫଶି ରହି ଟ୍ରାଫିକ ସମସ୍ୟା ଉପୁଜୁଛି। ରାସ୍ତାର ଦୁରାବସ୍ଥା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଏକ ଠିକାସଂସ୍ଥାକୁ ଦିଆଯାଇଥିଲେ ହେଁ, ରାସ୍ତା ନିର୍ମାଣରେ ବିଳମ୍ବ ହେବା ହେତୁ ରାସ୍ତାର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡିଛି। ଫଳରେ ଏହି ରାସ୍ତା ଦେଇ ସାଧାରଣ ବାଇକ୍ ଚାଳକଟିଏ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡିଛି। ଏହା ଫଳରେ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଜିଲାପାଳ ଏହି ରାସ୍ତାର ମରାମତି ଦିଗରେ ଦୃଷ୍ଟି ଦେବେ ବୋଲି ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠିର, ଚମକପୁର ସରପଞ୍ଚ ନରହରି ନାଏକ , ବିରିକଳା ସରପଞ୍ଚ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
Posted inHome, ଆମ ଜିଲା ଖବର, କେନ୍ଦୁଝର View All
ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍ ସହ ଅନେକ ସହରରେ ରହିଛି…
କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…
ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ
ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…
ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ
କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…
ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’
ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…
ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା
ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…
ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…
ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…
ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…
ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…
TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ
ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…
Archives

